ବର୍ଷା ଇନ୍ ଅନୁଭବ ଆଉଟ୍

ଅନୁଭବ ବର୍ଷା ବିବାଦ ଦିନକୁ ଦିନ ଭିନ୍ନ ମୋଡ ନେଉଛି ।ଏ ବିବାଦ ବ୍ୟକ୍ତିଗତ ସ୍ତରର ସୀମା ଡେଇଁ ରାଜନୈତିକ କ୍ଷେତ୍ରକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି ।ବିଜେଡିରେ ଏବେ ବର୍ଷାଙ୍କୁ ଗୁରୁତ୍ତ୍ୱ ମିଳୁଥିବା ବେଳେ ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତିଙ୍କୁ ଆଉ ଦେଖିବାକୁ ମିଳୁନି। ଓଲିଓଡର ବହୁ ତାରକା ବିଜେଡି ପାଇଁ ପ୍ରଚାର କରୁଥିବା ବେଳେ ଅନୁଭବଙ୍କର ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବର୍ଷା ଅନୁଭବଙ୍କ ବିବାଦ ପରେ ରାଜନୀତିରେ ଅନୁଭବଙ୍କ ସକ୍ରିୟତା ହ୍ରାସ ପାଉଛି।

ଅଲୋଡା ଅନୁଭବ
୨୦୧୩ରେ ଅନୁଭବଙ୍କ ଲୋକପ୍ରିୟତାକୁ ଦେଖି ଅନୁଭବଙ୍କୁ ବିଜେଡିରେ ସାମିଲ କରିଥିଲେ ଓ ପରେ ୨୦୧୪ରେ ରାଜ୍ୟସଭାକୁ ବିଜେଡି ପାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟସଭାକୁ ଯିବା ସହ ଅନୁଭବଙ୍କ ଉତଥାନ ଆରମ୍ଭ ହୋଇଥିଲା। ଦଳ ଭିତରେ ତାଙ୍କୁ ବେଶ ଗୁରୁତ୍ୱ ଦେଉଥିଲେ ନେତା।୨୦୧୯ରେ ଦଳ ତାଙ୍କୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରର୍ଥୀ ସାଜି ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡାଙ୍କୁ ହରାଇ ସେ ସାଂସଦ ହୋଇଥିଲେ। ମାତ୍ର ଧିରେଧିରେ ବିଜେଡିରେ ଅଲୋଡା ହୋଇପଡିଛନ୍ତି ଅନୁଭବ । ବିଜେଡି ଏବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଗୁରୁତ୍ୱ ଦେଉଛି। ଓଡିଶାର ଚର୍ଚ୍ଚିତ ଅଭିନେତା ଯୋଡି ବର୍ଷା ଓ ଅନୁଭବ ପାରିବାରିକ ବିବାଦ ପରେ ଏବେ ରାଜନୀତିରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଗତ କିଛି ମାସ ଧରି ବିଜେଡିରେ ଅନୁଭବଙ୍କ ସକ୍ରିୟତା ଦେଖିବାକୁ ମିଳିନଥିଲା ଆଉ ଏବେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ବିଜେଡିରେ ଅନୁଭବଙ୍କୁ ସାମିଲ କରାଯାଇନାହିଁ। ଅନୁଭବ ବର୍ତ୍ତମାନ ବିଜେଡି ପାଇଁ ଅଲୋଡା ହୋଇପଡିବା ସ୍ଫଷ୍ଟ ହୋଇସାରିଛି । ଅନ୍ୟପଟେ ଅଭିନେତ୍ରୀ ତଥା ସାଂସଦଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଯାହା ବିଜେଡି ବର୍ଷାଙ୍କୁ ଗରୁତ୍ୱ ଦେଇଥିବା ସ୍ପଷ୍ଟ ହୋଇଛି।
Connect With Us