କେନ୍ଦ୍ର ସରକାରଙ୍କ ମଧ୍ୟରାତ୍ରି ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଖାରଜ, CBI ନିର୍ଦ୍ଦେଶକ ଭାବେ ଫେରିଲେ ବର୍ମା

ନୂଆଦିଲ୍ଲୀ: ଆଲୋକ ବର୍ମାଙ୍କୁ ପୁନଃ ଥଇଥାନ କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ଼ ଝଟକା। କିନ୍ତୁ ବର୍ମାଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ସଙ୍କୁଚିତ କରିଦେଲେ କୋର୍ଟ। ତେବେ ଆଲୋକ ବର୍ମାଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ଦିଲ୍ଲୀ ପୋଲିସ ଏଷ୍ଟାବେଲସମେଣ୍ଟ ଆକ୍ଟରେ ଗଠିତ କମିଟି ହିଁ ନେଇ ପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେଥିପାଇଁ ବର୍ମାଙ୍କ ସଂପର୍କିତ ସମସ୍ତ ନଥିପତ୍ର ସେହି କମିଟି ନିକଟକୁ ପଠାଇବା ପାଇଁ କୋର୍ଟ କହିଛନ୍ତି।

ଗତ ଅକ୍ଟୋବର ୨୩ରେ ସିବିଆଇର ନିର୍ଦ୍ଦେଶକ ବର୍ମାଙ୍କୁ ଓ ସୂତନ୍ତ୍ର ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ଯିବା ପାଇଁ କହିଥିଲେ ସିଭିସି (ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ)। ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପୂର୍ବରୁ ସରକାର ଏହି ମାମଲାକୁ ସିଲେକ୍ଟ କମିଟିକୁ ପଠାଇବା ଉଚିତ ଥିଲା ବୋଲି କୋର୍ଟ କହିଛନ୍ତି । ଯଦି ସରକାର ବର୍ମାଙ୍କୁ ହଟାଇବାକୁ ଚାହୁଁଥିଲେ ତାହେଲେ ସିଲେକ୍ଟ କମିଟି ସଦସ୍ୟଙ୍କ ମତାମତ ନେବା ଆବଶ୍ୟକ ଥିଲା ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ଯେଉଁ ସିଲେକ୍ଟ କମିଟିର ସଦସ୍ୟମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଏବଂ ଲୋକସଭାର ବିରୋଧୀ ଦଳ ନେତା।
ସିବିଆଇ ବନାମ ସିବିଆଇ

ସିଭିସିର ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ଏବଂ ଏନଜିଓ କମନ କଜ୍ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ,ଜଷ୍ଟିସ ଏସ୍.ଏମ.କୌଲ ଓ କେ.ଏମ. ଜୋସେଫ ମାମଲାର ଶୁଣାଣି କରୁଥିଲେ। ତେବେ ପ୍ରଧାନ ବିଚାରପତି ଆଜି(ମଙ୍ଗଳବାର)ଛୁଟିରେ ଥିବାରୁ ରାୟ ଶୁଣାଣି କରିଛନ୍ତି ଜଷ୍ଟିସ୍ ଏସ.ଏମ୍ କୌଲ। ତେବେ ଆଟର୍ଣ୍ଣିଂ ଜେନରାଲ କେ.ବେନୁଗୋପାଲ କୋର୍ଟଙ୍କୁ ଜଣାଇଥିଲେ ଉଭୟ ଅଫିସର ଦୁଇଟି ବିରାଡି ପରି ଝଗଡ଼ା କରୁଥିଲେ । ସେଥିପାଇଁ ବାଧ୍ୟ ହୋଇ ବର୍ମା ଓ ଆସ୍ଥାନଙ୍କୁ ଛୁଟିରେ ଯିବାକୁ ସରକାର କହିଥିଲେ ବୋଲି ଆଟର୍ଣ୍ଣିଂ ଜେନରାଲ କୋର୍ଟଙ୍କୁ କହିଥିଲେ।
ସିବିଆଇରେ କଳି
ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ହାଇଦ୍ରାବାଦର ଜଣେ ଗୋମାଂସ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ଗ୍ରହଣ ଅଭିଯୋଗରେ ବିବାଦର ସୂତ୍ରପାତ ହୋଇଥିଲା। ବର୍ମା ଏବଂ ଆସ୍ଥାନାଙ୍କୁ ଛୁଟିରେ ପଠାଇଥିଲେ କେନ୍ଦ୍ର ସରକାର। ପରେ ଓଡ଼ିଶା କ୍ୟାଡର ଆଇପିଏସ୍ ତଥା ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା।
ଏଥିସହ ପଢ଼ନ୍ତୁ: ହେମାଙ୍କୁ ପାଇବାକୁ ଇସଲାମ୍ କବୁଲ୍ କରିଥିଲେ ଧମେର୍ନ୍ଦ୍ର, ଅବିବାହିତ ରହିଥିଲେ ସଞ୍ଜୀବ କୁମାର
Connect With Us