ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୦୨୨ ମସିହାର ଶ୍ୱେତପତ୍ର ପ୍ରକାଶ ପାଇଛି। ଶ୍ୱେତପତ୍ର ସାମ୍ନାକୁ ବସିଲା ପରେ ବିଧାନସଭାରେ ଫିଟିଛି ରାଜ୍ୟ ପୁଲିସର ଗୁମର। ବିଧାନସଭାର ତଥ୍ୟ ରାଜ୍ୟ ପୁଲିସର ଅପାରଗତାକୁ ପଦାରେ ପକାଇଛି। ରାଜ୍ୟରେ ବଢୁଥିବା ଅପରାଧ ତୁଳନାରେ ଚାର୍ଜସିଟ ଦାଖଲ କରିପାରୁନି ପୁଲିସ। ଚାର୍ଜସିଟ ଦାଖଲରେ ଫେଲ୍ ମରିଛି ପୁଲିସ ବିଭାଗ। ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ୧ ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା ।୨୦୨୨ ମସିହାରେ ୨୨,୭୭୦ଟି ମାମଲା ବୃଦ୍ଧି ପାଇ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦ରେ ପହଞ୍ଚିଛି।
ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟରୁ ୧,୬୯,୭୩୫ଟି ମାମଲା ସତ ହୋଇଥିଲା ବେଳେ ତାହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ଲକ୍ଷେ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇ ପାରିଛି। ସେହିପରି ୧୩୭୯ଟି ହତ୍ୟା ଘଟଣାରୁ ୧୩୦୧ଟି ସତ ହୋଇଥିଲା ବେଳେ ଓ ସେଥିରୁ ୬୪୦ଟି ମାଲାରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ। ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧ ହଜାର ୩୫ଟି ସତ୍ୟ ଏବଂସେଥିରୁ ୨୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇପାରିଛି ବୋଲି ଶ୍ଵେତ ପ୍ରକାଶ ପାଇଛି। ଚାର୍ଜସିଟ ଦାଖଲ କ୍ଷେତ୍ରରେ ପୁଲିସ ବିଭାଗର କଚ୍ଛପ ଗତି ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।