Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସହଜ ନୁହେଁ ଗଣେଶ ପୂଜନ: ଏଥିପାଇଁ ବିନାୟକଙ୍କୁ ପ୍ରସନ୍ନ କରିବାକୁ ପଡେ

By admin • September 13, 2018 • ନ୍ୟୁଜ୍

ଭୁବନେଶ୍ୱର: ଗଣେଶ, ଗଣପତି ବା ବିନାୟକ ହେଉଛନ୍ତି ସବୁଠାରୁ ଅଧିକ ପୂଜା ପାଉଥିବା ହିନ୍ଦୁ ଦେବତା। ସେ ମହାଦେବ ଓ ଦେବୀ ପାର୍ବତୀଙ୍କ ପୁଅ ଏବଂ କାର୍ତ୍ତିକେୟଙ୍କ ସାନ ଭାଇ। ଅଗ୍ରପୂଜ୍ୟ ଗଣେଶଙ୍କ ବାହନ ମୂଷିକ । ଗଣେଶଙ୍କ ମୂର୍ତ୍ତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି।  ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମରେ ଗଣେଶ ହେଉଛନ୍ତି ପ୍ରମୁଖ ଦେବତାଙ୍କ ମଧ୍ୟରେ ଅନ୍ୟତମ । ଗଣପତି ବହୁତ ଦୟାଳୁ ଏବଂ ଭକ୍ତର ଡାକ ନିଶ୍ଚୟ ଶୁଣନ୍ତି ବୋଲି ବିଶ୍ୱାସ ରହିଛି । ଗଣେଶ ଶବ୍ଦର ଅର୍ଥ ହେଉଛି ଗୁଣର ସ୍ୱାମୀ, ଅର୍ଥାତ ଗଣେଶ ହେଉଛନ୍ତି ଗୁଣର ଭଣ୍ଡାର । ଆଉ ଏହି ଭଣ୍ଡାରକୁ ଭଗବାନ ଗଣେଶ ନିଜର ଭକ୍ତମାନଙ୍କୁ ପ୍ରଦାନ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି । ଭଗବାନ ଗଣେଶଙ୍କ ଜନ୍ମଦିବସ ଉପଲକ୍ଷେ ଗଣେଶ ଚତୁର୍ଥୀ ପାଳନ କରାଯାଏ। ଗଣେଶ ଚତୁର୍ଥୀ ଭାଦ୍ରପଦ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୋଇଥାଏ। ଭଗବାନ ଗଣେଶଙ୍କ ଜନ୍ମ ଏହି ଦିନ ମଧ୍ୟାହ୍ନରେ ହୋଇଥିବା କଥା ପୁରାଣରେ ବର୍ଣ୍ଣିତ । ଭଗବାନ ଗଣେଶ ଭକ୍ତର ସବୁ ପ୍ରକାର ଦୁଃଖକୁ ହରଣ କରନ୍ତି । ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ପାଳନ କରାଯାଏ ।

ଲଡୁ ପ୍ରିୟ
ଭଗବାନ ଗଣେଶଙ୍କ ପୂଜା ସମୟରେ ଅନେକ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ। ପାର୍ବତୀ ପୁତ୍ର ଗଣେଶଙ୍କୁ ଲଡୁ ବହୁତ ପସନ୍ଦ । ତେଣୁ ଗଣନାଥଙ୍କ ପାଖରେ ଲଡୁ ଭୋଗ ଚଢାଇବାକୁ ଜମାରୁ ଭୁଲନ୍ତୁନି । ଏହାସହ ତାଙ୍କର ହଳଦିଆ ଏବଂ ଲାଲ ରଙ୍ଗର ଫୁଲ ପ୍ରିୟ, ପୂଜାରେ ଏହିସବୁ ରଙ୍ଗର ଫୁଲର ବ୍ୟବହାର କରିବା ଜରୁରୀ। ଫୁଲ ସହ ଭଗବାନ ଗଣେଶଙ୍କୁ ଦୁବଘାସ ଅର୍ପଣ କରନ୍ତୁ । ଏହାଦ୍ୱାରା ଗଣେଶ ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି ।GANESH PUJA 1

ପୂଜନ ପ୍ରଣାଳୀ
ଗଣେଶ ପୂଜା ଅବସରରେ ବିନାୟକଙ୍କ ଗାୟତ୍ରୀ ଜପ କରିବା ଶୁଭ ବୋଲି କୁହାଯାଏ । ଏହି ସମୟରେ ରୁଦ୍ରାକ୍ଷ ପରିବର୍ତ୍ତେ ହଳଦୀ ମାଳ ପରିଧାନ କରିବା ଶୁଭ ହୋଇଥାଏ । ହଳଦୀର ମାଳ ଭଗବାନ ଗଣେଷଙ୍କୁ ବହୁତ ପସନ୍ଦ । ଏହା ବ୍ୟତୀତ ଗୋଟିଏ ମୁଖ୍ୟ କଥା ହେଉଛି ମହାଦେବ ଶିବଙ୍କ ପରି ଗଣେଷଙ୍କୁ ତୁଳସି ଚଢାଯାଏ ନାହିଁ । ଏମିତି କି ପୂଜା ସାମଗ୍ରୀରେ ତୁଳସି ରହିବା ଅଶୁଭ ହୋଇଥାଏ । ଗଣେଷ ଚତୁର୍ଥୀରେ ସପରିବାରେ ଗଣପତିଙ୍କ ଆରାଧନା କରିବା ଭଲ । ଶ୍ରଦ୍ଧା ଏବଂ ଭକ୍ତିରେ ଭଗବାନ ଗଣେଷଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

Tweet
0
ବିଜେଡିରେ କଣ ଚାଲିଛି BAD ରାଜ୍ ? ବହିଷ୍କୃତ ହେଲେ ଦାମ ରାଉତ
ନୂଆଁ ଧାନ କେ ନୂଆଁ ମନ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.