Featured/ ନ୍ୟୁଜ୍

ପିକନିକ୍ ମନା!

ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି।ନୂଆ ଗାଇଡଲାଇନରେ ରାଜ୍ୟ ସରକାର ସଂଶୋଧନ ଆଣି ଜାନୁଆରୀ ମାସ ପାଇଁ ଅଧିକ କଟକଣା କରାଯାଇଛି। ପୂର୍ବଭଳି ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ।ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂଆ ଗାଇଡଲାଇନ୍ ମୁତାବକ, ଜାନୁଆରୀ ମାସରେ କୌଣସି ସ୍ଥାନରେ ପିକନିକ୍ କରିବାକୁ ମନା କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନ ମଧ୍ୟ ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ ମନାଇ ପାରିବେ ନାହିଁ।

ଜାନୁଆରୀ ଗାଇଡ଼ଲାଇନ୍

ଲାଗିଲା ଅନୁମତିରେ ରୋକ୍
ଓମିକ୍ରନ୍ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ନା କରିଛନ୍ତି।ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନକୁ ମଧ୍ୟ ବାରଣ କରାଯାଇଛି।ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। କୌଣସି ବାର୍ଷିକ ଉତ୍ସବ ଓ ଆନିଭର୍ସାରୀ ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି। ଏହଛଡ଼ା ସିନେମା ହଲ୍ ପାଇଁ ମଧ୍ୟ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଚାଲିବ। ତେବେ ସିନେମା ହଲ୍ ଯିବା ପାଇଁ ଦର୍ଶକଙ୍କୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

You Might Also Like

No Comments

Leave a Reply