ରାକ୍ଷୀ ଖୋଲିଦେଲେ ତନୁଶ୍ରୀଙ୍କ ପୋଲ୍ !

ତନୁଶ୍ରୀ ଦତ୍ତା-ନାନା ପାଟେକର ତୁ ତୁ ମେଁ ମେଁ ଏବେ ବଲିଉଡ ଗସିପ୍ ଚାର୍ଟ ବଷ୍ଟରରେ ଜବରଦସ୍ତ ହିଟ୍ ହୋଇଛି। ସତ ହେଉ କି ମିଛ, କିନ୍ତୁ ଏଙ୍ଗ୍ରି ମ୍ୟାନ୍ ନାନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ମାୟାନଗରୀରେ ହଲଚଲ ମଚେଇ ଦେଇଛନ୍ତି ତନୁ । ୧୦ବର୍ଷ ତଳର ପୁରୁଣା କଥାକୁ ତାଜା କରି ଦେଇଛନ୍ତି । ନାନା ପାଟେକରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ। ତନୁ ମୁହଁ ଖୋଲିବା ପରେ ବଲିଉଡ ବି ଦୁଇ ଫାଳ। କିଏ ତନୁଙ୍କ ସମର୍ଥନରେ ବାହାରି ଥିବାବେଳେ କେହି କେହି ନାନାଙ୍କୁ ସାଥ୍ ଦେଉଛନ୍ତି। ନାନା-ତନୁଶ୍ରୀ ହାଇଡ୍ରାମା ଭିତରେ ଏଣ୍ଟ୍ରି ମାରିଛନ୍ତି ବଲିଉଡର ଆଇଟମ ଗାର୍ଲ ରାକ୍ଷୀ ସାଓ୍ୱନ୍ତ । ନାନାଙ୍କୁ ସାଥ୍ ଦେଇଥିବା ବେଳେ ତନୁଶ୍ରୀଙ୍କ ପୋଲ ଖୋଲି ଦେଇଛନ୍ତି ଡେୟାରିଂ ରାକ୍ଷୀ। ବି-ଟାଉନର ଏହି କଣ୍ଟ୍ରୋଭର୍ସି କୁଇନ୍ କହିଛନ୍ତି, ତନୁଙ୍କ ସ୍ଥାନରେ ‘ହର୍ଣ୍ଣ ଓକେ ପ୍ଲିଜ‘ରଏକ ଗୀତ ପାଇଁ ତାଙ୍କୁ ନିଆ ଯାଇଥିଲା। କାରଣ ହେଲା ତନୁ ସୁଟିଂ ଅଧାରୁ ପଳେଇ ଗଲେ। ପୂରା ୟୁନିଟ୍ ଟେନସନରେ ଥିବାବେଳେ ତାଙ୍କୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଫୋନ୍ କରି ଡାକିଥିଲେ। ନାନା ପାଟେକର ବି ଫୋନ କରି ରାକ୍ଷୀଙ୍କୁ ଗୀତ ସୁଟିଂ ପାଇଁ ଅନୁରୋଧ କରିଥିଲେ। ଫୋନ କଲ୍ ପାଇଁ ତୁରନ୍ତ ସୁଟିଂ ସେଟରେ ସେ ପହଞ୍ଚିଥିଲେ। ଅଚାନକ କାହିଁକି ଗୀତ ସୁଟିଂ ବନ୍ଦ ହେଲା,ବୁଝୁବୁଝୁ ଅସଲ କଥା ଜଣା ପଡିଥିଲା।
ଗୀତର ସୁଟିଂ ଅଧାରୁ ଚାଲି ଯାଇଥିଲେ ତନୁଶ୍ରୀ।ଭ୍ୟାନ୍ ଭିତରେ ବସିଥିଲେ। ଯିଏ ଯେତେ ଡାକିଲେ ଗେଟ୍ ଖୋଲି ନଥିଲେ। ସେହି ସିକ୍ରେଟ୍ ଖୋଲିଛନ୍ତି ଏବେ ରାକ୍ଷୀ। ତନୁଶ୍ରୀ କୁଆଡେ ଭ୍ୟାନ ଭିତରେ ଡ୍ରଗସ୍ ସେବନ କରି ୪ଘଣ୍ଟାରୁ ଅଧିକ ସମୟ ବେହୋସ ହୋଇ ଯାଇଥିଲେ। ବାଧ୍ୟ ହୋଇ ଶେଷରେ ତାଙ୍କୁ ଡକା ଯାଇଥିଲା ବୋଲି ରାକ୍ଷୀ କହିଛନ୍ତି। ଏକଥା ରାକ୍ଷୀଙ୍କୁ ତନୁଶ୍ରୀଙ୍କ ହେୟାର ଡିଜାଇନର ଓ ମେକଅପ ମ୍ୟାନ୍ କହିଥିଲେ।
ଏଥିପାଇଁ ଶେଷ ମୁହୂର୍ତ୍ତରେ ସେହି ଗୀତରେ ସେ ତନୁଙ୍କ ସ୍ଥାନ ନେଇଥିଲେ । ରାକ୍ଷୀ କହିଛନ୍ତି, ଏବେ ବଡ଼ ବଡ଼ କଥା କହୁଥିବା ତନୁଙ୍କ ଅସଲ ମୁଖା ସମସ୍ତେ ଜାଣନ୍ତୁ। ତାଙ୍କ ଗୀତକୁ ସେ ସୁଟ୍ କରିଥିଲେ। ଏଥାପାଇଁ ତନୁ ପରେ ରାକ୍ଷୀଙ୍କୁ ଲିଗାଲ୍ ନୋଟିସ୍ ପଠାଇଥିଲେ। କିନ୍ତୁ ପ୍ରଡକସନ୍ ହାଉସ୍ ତାଙ୍କୁ ବଞ୍ଚାଇ ଦେଇଥିଲା। ତନୁଶ୍ରୀ ଏବେ କେବଳ ପବ୍ଲିସିଟି ଷ୍ଟଣ୍ଟ ଓ ବିଗ୍ ବସରେ ଏଣ୍ଟ୍ରି ମାରିବା ପାଇଁ ନାନାଙ୍କ ବିରୋଧରେ କ’ଣ ନାହିଁ କ’ଣ କହୁଛନ୍ତି ବୋଲି ବଲିଭଡର ଆଇଟମ୍ କୁଇନ୍ ରାକ୍ଷୀ ସାଓ୍ୱନ୍ତ କହିଛନ୍ତି ।
ତନୁଙ୍କ ଅଭିଯୋଗ କ’ଣ ?
ତନୁଙ୍କ କହିବା କଥା ‘ହର୍ଣ୍ଣ ଓକେ ପ୍ଲିଜ‘ ଫିଲ୍ମର ଏକ ଗୀତରେ ନାନା ପାଟେକର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ହାତ ଧରି ଧକ୍କା ବି ମାରିଥିଲେ ନାନା। ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ କହିବାରୁ ଉତ୍ତର ମିଳିଥିଲା ସିନିୟରଙ୍କୁ ସବୁ ମାଫ୍। ଅର୍ଥାତ ସିନୟର ଆର୍ଟିଷ୍ଟି ଯାହା କରିବେ ଓ କହିବେ ମାନିବାକୁ ପଡ଼ିବ। ଏତେ ବର୍ଷ ପରେ ତନୁଶ୍ରୀଙ୍କ ମନ୍ତବ୍ୟ ଭର୍ସାଟାଇଲ୍ ନାନାଙ୍କ କ୍ଲିନ୍ ଇମେଜରେ ବ୍ଲାକହୋଲ କରିଛି। ସେପଟେ ଏ ନେଇ ନାନା ପାଟେକର ତନୁଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି।
Connect With Us