2.0 Film

ମୁମ୍ବାଇ: ୫୪୩କୋଟି ଟଙ୍କାର ବଜେଟର ଫିଲ୍ମ 2.0ର ୩ବର୍ଷ ହେଲାଣି ସୁଟିଂ ଚାଲିଛି। ବିଶ୍ୱର ସୁନାମଧନ୍ୟ ୩ହଜାର ଟେକନିସଆନକୁ ଡାଇରେକ୍ଟର ଶଙ୍କର ନିର୍ମାଣ କରୁଛନ୍ତି ଏହି ସିନେମା। ଫିଲ୍ମ ରୋବୋଟ୍‌ର ସିକ୍ୱେଲ୍‌ 2.0ର ଟିଜର ୩କୋଟିରୁ ଅଧିକ ଭିୟୁ ହୋଇସାରିଛି। ସୋସିଆଲ ମିଡିଆରେ ଏହାର ଭିୟୁ ୟୁଟ୍ୟୁବ୍‌ଠୁ ଅଧିକ। ଫିଲ୍ମ ରିଲିଜ୍‌ ହେବାକୁ ନେଇ ଲୋକଙ୍କ ମନରେ ଅସ୍ଥିରତା ବଢ଼ିବାରେ ଲାଗିଛି । କାରଣ ଫିଲ୍ମ ମେକିଂର କିଛି ସିନ୍‌ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ZEE-NEWS 2.0                                                                                        Courtesy ZEE-NEWS
ରୋବୋଟ୍‌ର ସିକ୍ୱେଲ୍‌ 2.0ର ଆସିଛି ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ରୋବୋଟ୍‌ ବନିବାର ଦୃଶ୍ୟ। ଭିଡିଓରେ ଏମିତି ଦେଖିବାକୁ ମିଳୁଛି ଯେ 2.0ର ଟିମ୍‌ ରଜନୀକାନ୍ତଙ୍କ ଉପରେ ସବୁଜ ରଙ୍ଗର ଏକ ଗାଢ଼ ମିଶ୍ରଣ ଢାଳୁଛନ୍ତି । ପରେ ଅନେକ ପ୍ରକାରର ମିଶ୍ରଣ ଢ଼ଳା ଯାଉଛି । କିଛି ସମୟ ଶୁଖିବା ପାଇଁ ଛାଡ଼ିବା ପରେ ଯେଉଁ କଲର୍‌ ଆସୁଛି ତା’କୁ ଆଧାର କରି  ଏକ୍ସପର୍ଟ ରୋବୋଟ୍‌ ଭଳି ସଜାଉଛି। ଫିଲ୍ମରେ ରଜନୀକାନ୍ତ ବୈଜ୍ଞାନିକ ଓ୍ୱସୀକରଣ ଏବଂ ରୋବୋଟ ଚିଟ୍ଟୀର ଲିଡ୍‌ ରୋଲ୍‌ରେ ମଧ୍ୟ ନଜର ଆସିବେ। ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିବେ ବଳିଉଡର ଖିଲାଡୀ ଅକ୍ଷୟ କୁମାର । ସେଥିରେ ଅକ୍ଷଙ୍କ କ୍ୟାରେକ୍ଟର ରୂପ ବଦଳାଇବାରେ ଏକ୍ସପର୍ଟ । କେବେ ଭୟାନକ ଚେହେରାର ମଣିଷ ତ ପୁଣି କେବେ ବିଶାଳକାୟ ପକ୍ଷୀ।

ଫିଲ୍ମ ନିର୍ମାତାଙ୍କ ଅନୁସାରେ 2.0 ଚଳିତ ବର୍ଷ ନଭେମ୍ବର ୨୯ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମର ଟିଜର୍‌ରେ, ଫିଲ୍ମ ରିଲିଜ୍‌ ଡେଟ୍‌ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଫିଲ୍ମର ଟ୍ରେଲର୍‌ ଦୀପାବଳୀରେ ରିଲିଜ୍‌ ହେବ। ଫିଲ୍ମରେ ଇଣ୍ଟରନେସନାଲ ଷ୍ଟାଣ୍ଡାର୍ଡର ଭିଏଫଏକ୍ସ ବ୍ୟବହାର କରାଯାଉଛି। ଫିଲ୍ମ ନିର୍ମାଣରେ ୫୪୩କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଭାରତୀୟ ସିନେମାରେ ଏହା ସବୁଠୁ ବ୍ୟୟବହୁଳ ଫିଲ୍ମର। ଫିଲ୍ମ ଶେଷସୁଦ୍ଧା କେତେ ଖର୍ଚ୍ଚ ହେବ ତା’ର କିଛି ସ୍ପଷ୍ଟ ଅନୁମାନ କରାଯାଇ ନାହିଁ ।