ଦଳ ବନାମ ବାପା: କାହାକୁ ବାଛିବେ ଜୟନ୍ତ ସିହ୍ନା

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ।ନିର୍ବାଚନ ପାଇଁ ଉଭୟ ସରକାର ଓ ମିଳିତ ବିରୋଧି ପ୍ରାର୍ଥି ଘୋଷଣା କରିସାରିଛନ୍ତି ।NDA ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ତି କରିଥିଲା ବେଳେ ବିରୋଧିଙ୍କ ତରଫରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥି କରାଯାଇଛି । ଚଳିତଥର ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ହେବାକୁ ଯାଉଛି। ଯଶୱନ୍ତ ସିହ୍ନାଙ୍କ ପୁଅ ଯୟନ୍ତ ସିହ୍ନା ଏନେଇ ଅଡୁଆରେ ଅଛନ୍ତି।ତାଙ୍କ ବାପା ଦଳ ବିରୁଦ୍ଧରେ ପ୍ରାର୍ଥି ହୋଇଥିଲାବେଳେ ସେ ବିଜେପିରୁ ସାଂସଦ ଅଛନ୍ତି ।,ପରି ପରିସ୍ଥିତିରେ ସେ କାହାକୁ ସମର୍ଥନ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

आप सभी को जोहार 🙏

विपक्ष द्वारा मेरे आदरणीय पिता जी श्री यशवंत सिन्हा जी को राष्ट्रपति हेतु प्रत्याशी घोषित किया गया है।

मेरा निवेदन है कि आप सभी इसे पारिवारिक मामला न बनाएं।

मैं @BJP4India का कार्यकर्ता और सांसद हूँ। मैं अपने संवैधानिक दायित्व को पूरी तरह निभाउंगा।

जय हिंद! pic.twitter.com/yvyMAFWR8w
— Jayant Sinha (@jayantsinha) June 21, 2022

ଦଳ ନା ବାପା?
ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଡ଼ୁଆରେ ଜୟନ୍ତ ସିହ୍ନା। ଦଳ ନା ବାପା? କାହାକୁ କରିବେ ସମର୍ଥନ? ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ ଏନ୍ଡ଼ିଏ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିର୍ବାଚନରେ ମୈଦାନକୁ ଓଲ୍ହାଇଥିବା ବେଳେ ୟୁପିଏ ଓ ଅନ୍ୟ କେତେକ ବିରୋଧୀ ଦଳ ଯଶବନ୍ତ ସିହ୍ନlଙ୍କୁ ମିଳିତ ପ୍ରାର୍ଥୀ କରିଛନ୍ତି। ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କର ବିଜେପି ସହିତ ଗଭୀର ଓ ଦୀର୍ଘ ସମ୍ପର୍କ ରହିଆସିଛି । ତାଙ୍କ ପୁଅ ଜୟନ୍ତ ସିହ୍ନା ମଧ୍ୟ ଝାଡ଼ଖଣ୍ଡର ହଜାରୀବାଗରୁ ଲୋକସଭା ସାଂସଦ ଅଛନ୍ତି। ପିତା ଯଶବନ୍ତ ସିହ୍ନା ଅଟଳ ବିହାରୀ ବଚାପେୟୀଙ୍କ ଏନ୍ଡ଼ିଏ ସରକାରରେ ମନ୍ତ୍ରୀ ଥିବାବେଳେ ପୁଅ ଜୟନ୍ତ ସିହ୍ନା ମୋଦିଙ୍କ ଏନ୍ଡ଼ିଏ ସରକାରରେ ମନ୍ତ୍ରୀ ରହିସାରିଛନ୍ତି । ଏଭଳି ପରିସ୍ଥିତିରେ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳଗୁଡିକ ପ୍ରାର୍ଥୀ ରୂପେ ଘୋଷଣା କରିବା ପରଠାରୁ ତାଙ୍କ ପୁଅ ଜୟନ୍ତ ସିହ୍ନା ଏବେ କାହାକୁ ସମର୍ଥନ କରିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?ସେ ନିଜ ଟ୍ୱିଟରେ ପୋଷ୍ଟ କରିଛନ୍ତି ଯେ ନିଜ ପିତାଙ୍କ ବଦଳରେ ଦଳ ପ୍ରତି ନିଜର ଦାୟୀତ୍ୱ ନିର୍ବାହ କରିବ । ଏହା ସହିତ ଜୟନ୍ତ କହିଛନ୍ତି ଯେ ସେ ଜଣେ ବିଜେପିକର୍ମୀ ଓ ହଜାରୀବାଗରୁ ବିଜେପି ସାଂସଦ। ଏଣୁ ସେ ସାମ୍ବିଧାନିକ ଦାୟୀତ୍ୱ ସମ୍ପୂର୍ଣ୍ଣ ରୂପେ ନିର୍ବାହ କରିବି ବୋଲି ମତ ରଖିଛନ୍ତି। ଜୟନ୍ତ ସିହ୍ନl ସାଂସଦ ଭାବେ ତାଙ୍କ ପିତାକୁ ଭୋଟ ଦେବେ ନା ସେ ତାଙ୍କ ଦଳ ବିଜେପି କୁ ସମର୍ଥନ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର।
Connect With Us