ନ୍ୟାୟ ଭାରତୀୟ ଆଇନ୍ ବ୍ୟବସ୍ଥାରେ ଏ ଶବ୍ଦର ସ୍ଥାନ ସ୍ୱତନ୍ତ୍ର।ନ୍ୟାୟ ପାଇଁ ନାଲିକୋଠାରେ ହରଦମ୍ ଲଢ଼େଇ ଚାଲିଥାଏ।କଳାକୋର୍ଟ ପିନ୍ଧା ଓକିଲଙ୍କ ଆଇନ୍ ଯୁଦ୍ଧରେ କେତେବେଳେ କୋଉ ପକ୍ଷ ଜିତ୍ ର ମୁକୁଟ ପିନ୍ଧିବ,କିଏ ହାର୍ ର ନିରାଶା ହାର ପିନ୍ଧିବ ତାହା ଆଇନ୍ ଗ୍ରନ୍ଥର ଫର୍ଦ୍ଦ ନିର୍ଣ୍ଣୟ କରେ।ଆଇନର ଆଇନାରୁ ପ୍ରତେକ ପ୍ରତିଛବି ସ୍ପଷ୍ଟ ହୁଏ।ନ୍ୟାୟର ଭିତିରି ବନ୍ଦୋବସ୍ଥ କଥା ବେଳେବେଳେ ସାମ୍ନାକୁ ଆସେ।ଅନେକ ଘଟଣାରେ ଗୀତା ଭାଗବତକୁ ସାକ୍ଷୀ ରଖି ମିଛୁଆ ଭକ୍ତ ଅର୍ଥାତ୍ ଦୋଷୀଟିଏ ବରନେବାର ନଜିର୍ କୁ ଦେଖି କିଛିଲୋକ ସମାଲୋଚନାର ଗୋଳାବାରୁଦ ବି ଫିଙ୍ଗନ୍ତି।ସବୁପରେ ମଧ୍ୟ ଏବେବି ଆଇନ୍ ବ୍ୟବସ୍ଥା ଉପରେ ଅଖଣ୍ଡ ବିଶ୍ୱାଷ ରହିଛି।ଏବେବି ନ୍ୟାୟପାଇଁ ମାଇଲ୍ ମାଇଲ୍ ଫାଇଲ୍ ଚାଷ ଚାଲିଛି ଓ ନାଲିକୋଠାରେ ନାନା କେସ୍ ର ବିଚାର ହେଉଛି।ତେବେ ଆଇନ୍ ବହିରେ ଆମ ଓଡିଶାର ବ୍ରହ୍ମପୁର ଟେବୁଲକୁ ନେଇ ରୋମାଞ୍ଚକର ଇତିହାସ ରହିଛି।ଆସନ୍ତୁ ଜାଣିବା କ’ଣ ପାଇଁ ଆଇନ୍ ବହିରେ ସ୍ଥାନ ପାଇଛି ବ୍ରହ୍ମପୁରର ଟେବୁଲ୍।
ପୁରୀଷ୍ଟେସନରୁ ମିଳିଥିବା ଟ୍ରଙ୍କରୁ ଅପରାଧର ଫାଙ୍କ
୧୯୩୭ମସିହା ମାର୍ଚ୍ଚ ୨୩ ତାରିଖରେ ପୁରୀ ଷ୍ଟେସନରୁ ମିଳିଥିବା ଏକ ଟ୍ରଙ୍କ୍ ପରବର୍ତ୍ତୀ ସମୟରେ ଆଇନର ଆଇନାରେ ଅପରାଧର ଛବି ସ୍ପଷ୍ଟ କରିବ ଏକଥା କାହାରିକୁ ଜଣାନଥିଲା।ସେ ଟ୍ରଙ୍କର କେହି ଦାବୀଦାର ନଥିବାରୁ ବାଧ୍ୟ ହୋଇ ପୁଲିସ୍ ସେ ଟ୍ରଙ୍କ୍ ଖୋଲିଥିଲେ।ଟିଣ ଟ୍ରଙ୍କ୍ ଖୋଲିଲା ମାତ୍ରେ ତାଜୁବ୍ ହୋଇଯାଇଥିଲେ ପୁଲିସ୍ ଅଦିକାରୀ।ସେ ଟ୍ରଙ୍କରୁ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା।ଯାହାକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା।
କଣ ଥିଲା ସେ ଟ୍ରଙ୍କର ରହସ୍ୟ?
ଟିଣ ଟ୍ରଙ୍କରୁ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଲା ପରେ ଛାନଭିନ୍ ଆରମ୍ଭ ହୋଇଯାଇଥିଲା।ପରସ୍ତ ପରସ୍ତ କରି ଘଟଣାକୁ ପରଖିବା ପରେ ମୃତକ ଓ ହତ୍ୟାକାରୀ ସମ୍ବନ୍ଧରେ ସୁଚନା ପଦାକୁ ଆସିଥିଲା।ଟ୍ରଙ୍କରୁ ମିଳିଥିବା ମୃତକ ଥିଲା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରୁ ବ୍ରହ୍ମପୁର ଆସିଥିବା କେ ନାକା ରାଜୁାତଦନ୍ତରୁ ଅନେକ ଲୋମଟାଙ୍କୁରା ଅପରାଧ କାହାଣୀ ସାମ୍ନାକୁ ଆସିଥିଲା।ବ୍ରହ୍ମପୁରରୁ ପାକଲାନାରାୟଣ ସ୍ୱାମୀ ନାମକ ଜଣେ ବ୍ୟବସାୟୀ ନାକା ରାଜୁଙ୍କଠାରୁ 3000ଟଙ୍କା ଉଦ୍ଧାର ଆଣିଥିଲେ।ପଇସା ନ ଫେରେଇବାରୁ ରାଜୁ ଟଙ୍କା ଅସୁଲ୍ କରିବାକୁ ବ୍ରହ୍ମପୁର ଆସିଥିଲେ।ମାତ୍ର ଟଙ୍କା ଆେରେଇବା ପରିବର୍ତ୍ତେ ପାକଲାନାରାୟଣ ତାଙ୍କୁ ନିର୍ମମ ଭାବେ ହତ୍ୟାକରି ଏକ ଟ୍ରଙ୍କରେ ଭର୍ତ୍ତିକରି ଟ୍ରେନରେ ପୁରୀ ପଠେଇଦେଇଥିଲା।ଷ୍ଟେସନରୁ ଟ୍ରଙ୍କ୍ ଜବତ ପରେ ନାକାରାଜୁଙ୍କ ପତ୍ନୀର ଅଭିଯୋଗ ମାତ୍ରେ ପାକଲାନାରାୟଣକୁ ଗିରଫ କରାଯାଇଥିଲା ସତ ମାତ୍ର ପ୍ରତକ୍ଷ ସାକ୍ଷୀ ଅଭାବରୁ ତାକୁ ନିର୍ଦ୍ଦୋଷରେ ଖଲାସ୍ କରାଯାଇଥିଲା।
ଆଇନ୍ ବହିରେ କେମିତି ସ୍ଥାନ ପାଇଲା ଟେବୁଲ୍?
ଆଇନ୍ ବହିରେ ଟେବୁଲ୍ ଥିୟୋରୀ।ହୁଏତ ଏକଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା କୌଣଷି କାଳ୍ପନିକ କାହାଣୀ ବା ତତ୍ତ୍ୱବୀହିନ ତଥ୍ୟ ନୁହେଁ।ଏହା ସମ୍ପୁର୍ଣ୍ଣ ସତ ଉପରେ ଆଧାରିତ ତଥ୍ୟ।ଟିଣ ଟ୍ରଙ୍କରେ ସେଦିନର କାହାଣୀ ମୁଣ୍ଡି ମାରିନଥିଲା।ବରଂ ବାକିଥିଲା ଶେଷ ନିର୍ଯାସ।ଜେଲରୁ ନିର୍ଦ୍ଦୋଶରେ ଖଲାସ୍ ହେଲା ପରେ ବି ଆଇନର ପଞ୍ଝାରୁ ମୁକୁଳିପାରିନଥିଲା ପାକଲାନାରାୟଣ। ଜେଲରୁ ଫେରିବା ଖୁସୀରେ ସେ ଏକ ବିରାଟ ଭୋଜି ର ଆୟୋଜନ କରିଥିଲା।ବିନା ପ୍ରମାଣରେ ନିର୍ଦ୍ଦୋଶରେ ଖଲାସ ହେବାର ଖୁସୀରେ ସେ ବାଜା ବାଣ ଫୁଟାଇ ମହୋତ୍ସବ ପାଳିଥିବା ବେଳ ସେ ରାସ୍ତାଦେଇ ଜିଲ୍ଲା ଜଜ୍ ଯାଉଥିଲେ।ସେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ପୁଣିଥରେ ମାମଲାକୁ ଦୋହରାଇଥିଲେ ଯେଉଁଥିରୁ ଟେବୁଲର ରହସ୍ୟ ପଦାକୁ ଆସିଥିଲା।ସେଦିନ ପାକଲାନାରାୟଣ ଗୋଟାଏ ଟେବୁଲ୍ ଉପରେ କେ.ଏନ୍.ରାଜୁକୁ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଲା।ସେ ଟେବୁଲକୁ ପ୍ରମାଣ ଭାବେ ଗ୍ରହଣ କରି ପାକଲାନାରାୟଣକୁ ଦୋଷୀ ସାବ୍ୟସ୍ତ କରିବା ସହ କଳାପାଣୀ ପଠାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।ସେବେଠୁ ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ ବି ପାରିପାର୍ଶ୍ୱୀକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ ବୋଲି ଏକ ନୁଆ ଆଇନ୍ ଯୋଡା ହେଲା।ଏହା ଏକ ବିରଳ ମାମଲା ହୋଇଥିବାରୁ ସାକ୍ଷୀବିଦ୍ଧି ଆଇନ୍(Indian Evidence Act) ରେ ଏହା ଲିପିବଦ୍ଧ ହୋଇଛି।ତା ସହିତ ଆଇନର ପାଠ୍ୟକ୍ରମରେ ମଧ୍ୟ ଏ ଘଟଣା ସମ୍ପର୍କୀତ ଆଇନ୍ ରହିଛି।ଏ ଟେବୁଲକୁ ଏକ ସ୍ମୃତିର ଫଳକ ରୁପେ ଆଜିପର୍ଯ୍ୟନ୍ତ ସାଇତି ରଖାଯାଇଛିା