Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଡେଟିଂ ପରେ ବ୍ରେକଅପ୍ ପୁଣି ବକ୍ସ ଅଫିସରେ ଲଭବାର୍ଡଙ୍କ ଫିଲ୍ମ ସୁପର ହିଟ୍

By admin • February 6, 2019 • ଫିଲ୍ମ

ଅଭିନେତ୍ରୀ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର। ରଣବୀର ଓ କ୍ୟାଟ୍ରିନାଙ୍କ ଲଭଷ୍ଟୋରୀ ‘ଅଜବ ପ୍ରେମ କି ଗଜବ କାହାନୀ’ରେ ଆରମ୍ଭ ହୋଇଥିଲା। କିନ୍ତୁ ଏହା ଅଧିକା ଦିନ ଚାଲିନଥିଲା। ବ୍ରେକଅପ୍ ପରେ ‘ଜଗା ଜାସୁସ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତେବେ ବଲିଉଡରେ ମୋଷ୍ଟ୍ ଗସପି ଯୋଡି ହେଉଛନ୍ତି ସଲମାନ ଓ କ୍ୟାଟ୍ରିନା। ସଲମାନ ହିଁ କ୍ୟାଟ୍ରିନାଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲେ,ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଥିଲେ। ସେହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା ରଣବୀରଙ୍କ ଏଣ୍ଟ୍ରି ପରେ। କ୍ୟାଟ୍ରିନା ରଣବୀର କପୁରଙ୍କୁ ଡେଟ୍ କଲେ ତେବେ ଏହି ସମ୍ପର୍କ ମଧ୍ୟ ବେଶିଦିନ ତିଷ୍ଠି ନଥିଲା। ଅନ୍ୟପଟେ ସଲମାନଙ୍କ ସହ ବ୍ରେକଅପ୍ ପରେ ମଧ୍ୟ ସଲମାନ-କ୍ୟାଟ୍ରିନାଙ୍କ ଫ୍ରେଣ୍ଡସିପ୍ ବଜାୟ ରହିଥିଲା। ସେଥିପାଇଁ ‘ଟାଇଗର ଜିନ୍ଦା ହେ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ୫ଶହ କୋଟିରୁ ଅଧିକ ଆୟ କରିଥିଲା। ଆସନ୍ତା ଅଗଷ୍ଟରେ ସଲମାନ-କ୍ୟାଟ୍ରିନାଙ୍କୁ ‘ଭାରତ’ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ।

ଗତବର୍ଷ ଦୀପିକା-ରଣବୀର ସିଂଙ୍କ ବିବାହ ସରିଛି। କିନ୍ତୁ ଦିନେ ଏପରି ସମୟ ଥିଲା ଯେ ବଲିଉଡରେ ଦୀପିକାଙ୍କ ଦିଲ୍ ରଣବୀର କପୁରଙ୍କ ପାଇଁ ଧଡକୁ ଥିଲା। କିନ୍ତୁ ଏହା ବେଶି ଦିନ ତିଷ୍ଠି ନଥିଲା। ବ୍ରେକଅପ ପରେ କିନ୍ତୁ ୨୦୧୩ରେ ଏହି ଯୋଡି ‘ୟେ ଜୱାନୀ ହେ ଦିୱାନୀ’ରେ ଏକାଠି ଅଭିନୟ କରିଥିଲେ ଏବଂ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହାପରେ ଫିଲ୍ମ ‘ତମାଶା’ରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ସେହିପରି ରଣବୀର ସିଂ ଓ ଅନୁଷ୍କା ଶର୍ମା ବ୍ୟାଣ୍ଡ ବାଜା ବାରାତରେ ଏକାଠି କାମ କରିଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ଆଫେୟାର୍ସ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏହା ବେଶି ଦିନ ଚାଲି ନଥିଲା, ବ୍ରେକଅପ୍ ପରେ ୨୦୧୫ରେ ଏହି ଯୋଡିଙ୍କୁ ପୁଣି ଥରେ ଫିଲ୍ମ ‘ଦିଲ ଧଡକନେ ଦୋ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମକୁ ମଧ୍ୟ ଦର୍ଶକ କାଫି ପସନ୍ଦ କରିଥିଲେ।

ଶାହିଦ କପୁର ଓ କରୀନାଙ୍କ ପ୍ରେମ କାହାଣୀ କାହାକୁ ଅଛପା। ସାରା ଦୁନିଆ ସେମାନଙ୍କର ପ୍ରେମ କାହାଣୀ ଜାଣେ। ଗୋଟିଏ ମଞ୍ଚରେ ଦୁହେଁ ନିଜ ପ୍ରେମକୁ ସ୍ୱୀକାର କରିଥିଲେ। ତେବେ ମଝିରେ ଶାହିଦଙ୍କ ନାମ ସହିତ ପ୍ରିୟଙ୍କାଙ୍କ ନାଁ ଯୋଡା ଯାଇଥିଲା। ଏହି କାରଣରୁ ଉଭୟଙ୍କର ବ୍ରେକଅପ୍ ହୋଇଥିଲା। ତେବେ ବ୍ରେକଅପ ପରେ ଉଡତା ପଞ୍ଜାବରେ ଉଭୟେ ଏକାଠି କାମ କରିଥିଲେ ଯାହାକି ସୁପରହିଟ୍ ହୋଇଥିଲା। ବକ୍ସ ଅଫିସରେ ଏହା ବେଶ୍ ସଫଳତା ସାଉଁଟି ଥିଲା। 

Deepika PadukoneKaitrana KaifKareena kapoorRanveer KapoorSalman Khan
Tweet
0
ସେଲିବ୍ରିଟିଙ୍କ ପାଇଁ ନାହିଁ ବିବାହ ବୟସ, କିଏ ୪୨ ଓ କିଏ ୬୦ରେ ପାଇଛି ଲାଇଫ ପାର୍ଟନର
ସଲମାନ-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କର ପୋଲ୍ ଖୋଲିଲେ ଭାଇ ସୋହେଲ କହିଲେ'ଐଶ୍ୱର୍ଯ୍ୟା ତାଙ୍କ ଘରକୁ ସବୁବେଳେ ଆସୁଥିଲେ'

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.