ବିଗ୍ ବି ତଥା ଅମିତାଭ୍ ବଚ୍ଚନ ହେଉଛନ୍ତି ବଲିଉଡ଼ ଜଗତର ଜଣେ ପ୍ରତିଷ୍ଠିତ କଳାକାର। ଭାରତୀୟ ସିନେମାରେ ଅମିତାଭ ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ତାଙ୍କ ସ୍ଥାନ ଖୁବ୍ ଶୀର୍ଷରେ।୮୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ମହ।ନ।ୟକ ଅମିତ।ଭ ବଚ୍ଚନ। ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ ପ।ଲଟିଛନ୍ତି। ୨୦୦ରୁ ଅଧିକ ଫିଲ୍ମ କରିଥିବା ଏହି ମହ।ନ।ୟକ ଅନେକ ଟିଭି ଶୋ ଓ ମ୍ୟୁଜିକ ଆଲବମରେ ମଧ୍ୟ ନିଜର ଛ।ପ ଛ।ଡିଛନ୍ତି। ୧୯୪୨ ଅକ୍ଟୋବର ମ।ସ ୧୧ ତ।ରିଖରେ ୟୁପିର ପ୍ରୟ।ଗର।ଜରେ ତାଙ୍କ ଜନ୍ମ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ କିଛି ଅଜଣା କଥା ବିଷୟରେ ଜାଣିବା।

ସଂଘର୍ଷରୁ ଶତାବ୍ଦୀର ମହାନାୟକ
ଅମିତାଭ ବଚ୍ଚନଙ୍କ ଜୀବନ ସଂଘର୍ଷର ଅନନ୍ୟ ସ୍ୱର। ସଫଳତାର ଶୀର୍ଷରେ ପହଞ୍ଚିଥିବା ଏହି ମହାନାୟକ ଅନେକ ବିଫଳତାର ସମ୍ମୁଖିନ ହୋଇଛନ୍ତି। ବଲିଉଡ଼ରେ ସବୁଠୁ ସଫଳ ଅଭିନେତା କୁହାଯାଉଥିବା ଅମିତାଭ ବହୁ ବିଫଳତାକୁ ସାମ୍ନା କରିଛନ୍ତି। ଯେତେବେଳେ ସେ ଫିଲ୍ମ କ୍ୟାରୀୟର ଆରମ୍ଭ କରିଥିଲେ ପ୍ରାୟତଃ ସବୁ ଫିଲ୍ମ ଫ୍ଲପ୍ ହୋଇଥିଲା। ଲଗାତର ୧୨ ଟି ଫିଲ୍ମ ଫ୍ଲପ୍ ହେଲା ପରେ ମଧ୍ୟ ସେ ଭାଙ୍ଗି ପଡ଼ି ନଥିଲେ। ଜଞ୍ଜିର ଫିଲ୍ମ ସୁପର ହିଟ ହେବ। ପରେ ତ।ଙ୍କ କ୍ୟ।ରିୟରର ମୋଡ ବଦଳିଯ।ଇଥିଲ।। ଏହି ଫିଲ୍ମ ବକ୍ସ ଅଫିସରେ ସଫଳତ।ର ସବୁ ରେକର୍ଡ ଭ।ଙ୍ଗିଥିଲ।। ଏହ।ପରେ ଅନେକ ସୁପରହିଟ ଫିଲ୍ମ ଦେଇ ସେ ବଲିଉଡର ମହ।ନ।ୟକ ସାଜିଥିଲେ।

ରେଡ଼ିଓ ଭଏସ୍ ପାଇଁ ହାଇଥିଲେ ରିଜେକ୍ଟ
 ଅମିତାଭଙ୍କ ଜୀବନରେ ସେ ଅନେକ ବିଫଳତାକୁ ସାମ୍ନା କରିଛନ୍ତି। ବଲିଉଡ଼ରେ ମହାନାୟକ ସାଜିଥିବା ଏହି ମହାନାୟକଙ୍କ ପ୍ରକୃତ ନାଁ ଅମିତାଭ ନୁହେଁ। ଜନ୍ମରୁ ବାପା, ମା’ ତାଙ୍କ ନାଁ ଇନକିଲାବ୍ ରଖିଥିଲେ। ତାଙ୍କ ଜନ୍ମ ସମୟରେ ଦେଶରେ ସ୍ୱାଧିନତା ସଂଗ୍ରାମ ଜୋର ଧରିଥିବାବେଳେ ଇନକଲାବର ନାରା ଲାଗିଥିଲା। ସେଥିପାଇଁ ତାଙ୍କ ନାଁ ଏଭଳି ରଖାଯାଇଥିଲା। ତାଙ୍କ ବାପା ହରିବଂଶ ବଚ୍ଚନଙ୍କ ଘନିଷ୍ଠ ବନ୍ଧୁ ସୁମିତ୍ରା ନନ୍ଦନ ପନ୍ତ ତାଙ୍କ ନାଁ ଅମିତାଭ ରଖିଥିଲେ। ଦିଲ୍ଲୀର କରୋଡିମଲ କଲେଜରୁ ଗ୍ରାଜୁଏସନ୍ ଶେଷ ପରେ ଦିଲ୍ଲୀରେ ଚାକିରି ଖୋଜିଲେ। ସବୁଠାରୁ ତାଙ୍କୁ ବିଫଳ ହେବାକୁ ପଡିଲା । ଏହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଅଲ ଇଣ୍ଡିଆ ରେଡିଓରେ ଭଏସ୍ ନ୍ୟାରେସନ୍ ଭାବେ ଆବେଦନ କରିବାକୁ କହିଲେ । ଏଠାରେ ତାଙ୍କୁ ଅପମାନିତ ହେବାକୁ ପଡିଥିଲା। ତାଙ୍କୁ ସ୍ୱରକୁ ମୋଟା କର୍କଶ କହି ତାଙ୍କୁ ରିଜେକ୍ଟ କରାଯାଇଥିଲା।ଯେଉଁ କଣ୍ଠକୁ ରିଜେକ୍ଟ କରିଦିଆଯ।ଥିଲ।, ସେହି କଣ୍ଠ ହିଁ ଫିଲ୍ମରେ ବଲିଉଡରେ ପ୍ରବେଶ ପ।ଇଁ ତ।ଙ୍କ ସ।ହ।ଯ୍ୟ କରିଥିଲ।

ଜଞ୍ଜିର ଫିଲ୍ମ ହିଟ ହୋଇ ନଥିଲେ ହୁଏତ ବାହା ହେଇ ପାରି ନ ଥାଆନ୍ତେ ଅମିତାଭ ଓ ଜୟା
‘ଭୁବନ ସୋମଦ ପ।ଇଁ ସେ କଣ୍ଠଦ।ନ କରି ବଲିଉଡ଼କୁ ଏଣ୍ଟ୍ରି କରିଥିଲେ ଅମିତାଭ। ଏହ।ପରେ ୧୯୬୯ରେ ସ।ତ୍ ହିନ୍ଦୁସ୍ତ।ନୀରେ ଅଭିନୟ ପ।ଇଁ ସୁଯୋଗ ମିଳିଥିଲ।। ଏ ଫିଲ୍ମ ଫ୍ଳପ୍ ହୋଇଥିଲା ।୧୯୭୦ରେ ତ।ଙ୍କୁ ବମ୍ବେ ଟକି ଓ ୧୯୭୧ରେ ପରୱ।ନ ମୁଭିରେ କ।ମ ମିଳିଲ।। ଏ ଦୁଇଟି ଫିଲ୍ମ ମଧ୍ୟ ଫ୍ଲପ ହେଲ।। ବିଗ୍ ଫ୍ଲପ ପରେ ବି ସ।ହ।ସ ହ।ରି ନଥିଲେ ଅମିତ।ଭ୍ ।୧୯୭୧ରେ ତ।ଙ୍କୁ ର।ଜେଶ ଖ।ନ୍ନ।ଙ୍କ ଅଭିନୀତ ‘ଆନନ୍ଦଦ ଫିଲ୍ମରେ ତ।ଙ୍କୁ ସୁଯୋଗ ମିଳିଲ।। ଏଥିରେ ତ।ଙ୍କର ଅଭିନୟ ତ।ଙ୍କୁ ସଫଳତ।ର ବ।ଟ ଦେଖାଇଥିଲା। । ଏହି ଫିଲ୍ମ ପ।ଇଁ ତ।ଙ୍କୁ ପ୍ରଥମ ଥର  ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର ଭ।ବେ ନ୍ୟ।ସନ।ଲ ଆଡ୍ୱ।ର୍ଡ ମିଳିଲ।। ୧୯୭୭ରେ ପ୍ରକ।ଶ ମେହେର।ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜଞ୍ଜିରରେ ତ।ଙ୍କୁ ସଫଳତ। ମିଳିଥିଲ।ସେବେଠୁ ତାଙ୍କ ସୁପର ଷ୍ଟାର ପ୍ରୋଫାଇଲ ତିଆରି ହେବା ଆରମ୍ଭ ହୋଇଥିଲା।ଏହି ଫିଲ୍ମ ହିଟ ହେବା ପରେ ହିଁ ତାଙ୍କର ବିବାହ ସଫଳ ହୋଇଥିଲା।କାରଣ ଅମିତାଭ ଓ ଜୟା ଶପଥ କରିଥିଲେ ଯେ ଯଦି ଏ ଫିଲ୍ମ ହିଟ୍  ହୁଏ ତେବେ ସେମାନେ ବିବାହ କରିବେ। ଶେଷରେ ତାହା ହିଁ ହୋଇଥିଲା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା