Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନ୍ୟୁଜିଲାଣ୍ଡରେ ଟି-୨୦ରେ ଇଣ୍ଡିଆ ଜିତିବାର ୪ଟି ଫ୍ୟାକ୍ଟର

By admin • February 8, 2019 • ସ୍ପୋର୍ଟସ୍
India-Win-T20

ଅକଲାଣ୍ଡରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ୭ ଓ୍ୱିକେଟରେ ବିଜୟୀ ହୋଇଛି ମେନ୍ ଇନ୍ ବ୍ଲୁ। ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ସମସ୍ତ ଚାହୁଁଥିଲେ ଭାରତ କମବ୍ୟାକ୍ କରୁ। ଟସ୍ ଜିତି କିଓ୍ୱି ବାହିନୀ ପ୍ରଥମେ ବ୍ୟାଟିଂ କରିଥିବାରୁ ଲାଗୁଥିଲା ପୁଣି ଥରେ ଧମାକାଦାର ଇନିଂସ ଖେଳିବ। କିନ୍ତୁ ଭାରତ ଆଗରେ ଟାର୍ଗେଟ ଦେଇଥିଲା ୧୫୯ରନ୍। ପ୍ରେସର ନଥିଲା। ହାତରେ ୭ଟି ଓ୍ୱିକେଟ ଥାଇ ମ୍ୟାଚ ହାତମୁଠାକୁ ଆଣିଥିଲା ଟିମ୍ ଇଣ୍ଡିଆ।କ୍ରୁନାଲ୍ ପାଣ୍ଡ୍ୟାଙ୍କ ସ୍ପେଲ୍Krunal-Pandyaପ୍ରଥମେ ବ୍ୟାଟିଂ କରିଥିବାରୁ ନ୍ୟୁଜିଲାଣ୍ଡର ଟପ୍ ଅଡରକୁ କିଭଳି ଶୀଘ୍ର ପାଭିଲନ୍ ପଠା ଯିବ, ରଣନୀତି ସହ ଫିଲଡକୁ ଓହ୍ଲାଇଥିଲା ଭାରତ। ଏହି ଦାୟିତ୍ୱ ନିଜ କାନ୍ଧରେ ଉଠାଇ ଥିଲେ ପାଣ୍ଡ୍ୟା ବ୍ରଦର୍ସଙ୍କ ବିଗ୍ ବ୍ରୋ କ୍ରୁନାଲ୍ ପାଣ୍ଡ୍ୟା। ଗତ ମ୍ୟାଚରେ କ୍ରୁନାଲଙ୍କୁ ନିର୍ଧୁମ ପ୍ରହାର ହୋଇଥିଲା। ପ୍ରତିଶୋଧ ଭାବରେ ପ୍ରଥମ ଓଭରରେ ମୁନରୋ ଓ ମିଚେଲଙ୍କ ଓ୍ୱିକେଟ ଖସାଇଥିଲେ କ୍ରୁନାଲ୍। ପରେ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ୱିଲିୟମସନଙ୍କୁ ବି ପାଭିଲନ୍ ଫେରାଇ ଦେଇଥିଲେ। କ୍ରୁନାଲ୍ ୪ ଓଭରରେ ୨୮ରନ୍ ଦେଇ ହାତେଇ ଥିଲେ ୩ଟି ଓ୍ୱିକେଟ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇଛନ୍ତି। ସେହିପରି ଗତମ୍ୟାଚର ଓପନର ହିରୋ ଟିମ୍ ସିଫର୍ଟଙ୍କୁ ଆଉଟ୍ କରିଥିଲେ ଭୁବନେଶ୍ୱର କୁମାର
ବଢ଼ିଆ ଓପେନିଂ ପାର୍ଟନରସିପ୍Rohit-Sharmaନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ଓପନରଙ୍କ ବ୍ୟାଟ୍ ଚାଲିଥିଲା। ଶିଖର ଧଓ୍ୱନ ଓ ରୋହିତ ଶର୍ମା ୭୯ ରନର ପାର୍ଟନରସିପ୍ କରିଥିଲେ। ବୋଧେ ରୋହିତ ଆର ୟା ପାର୍ ଫଣ୍ଡାରେ ଥିଲେ। ପ୍ରଥମ ଓଭରରେ ଚୌକା ଓ ୨୮ବଲରେ ପଚାଶ ରନ୍ ପିଟି ଦେଲେ। ୪ଟି ଛକା ମାରି ରେକର୍ଡ କରିଛନ୍ତି ରୋହିତ। ଟି-ଟ୍ୱେଣ୍ଟିରେ ଗପଟିଲଙ୍କୁ ପଛରେ ପକାଇ ସର୍ବାଧିକ ୨୨୩୮ ରନ୍ କରିଛନ୍ତି। ସର୍ବାଧିକ ଛକା ମାରିବାରେ ଚତୁର୍ଥ ସ୍ଥାନରେ ରୋହିତ। ରୋହିତଙ୍କୁ ସାଥ ଦେଇଥିଲେ ଶିଖର ଧଓ୍ୱନ। ସେ ୩୦ରନ୍ କରିଥିଲେ।
ରୁଷଭ-ଧୋନି ଜିତେଇ ଦେଲେRushab-Pant-and-Dhoniଦଳୀୟ ସ୍କୋର ୮୮ ରନ ବେଳେ ଓପେନିଂ ଯୋଡି ଆଉଟ ହୋଇ ସାରି ଥାଆନ୍ତି। ଭାରତର ରେକର୍ଡ କହୁଛି ଜଣେ ଆଉଟ ହେଲେ ତା ପଛକୁ ପଛ ଓ୍ୱିକେଟ ଖସେ। ଏହି ମ୍ୟାଚରେ କିନ୍ତୁ ସେମିତି ହୋଇ ନଥିଲା। ଦାୟିତ୍ୱ ସମ୍ଭାଳି ଥିଲେ ରୁଷଭ ପନ୍ଥ। ୨୮ ବଲରେ ୪୦ ରନ୍ କରିଥିଲେ। ତାଙ୍କୁ କ୍ରିଜରେ ସାଥ ଦେଇଥିଲେ ମାହି। ଧୋନି ୧୭ ବଲରେ ୨୦ ରନ୍ କରିଥିଲେ। ଏହି ଯୋଡ଼ି ଶେଷ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବୋଲରଙ୍କୁ କୌଣସି ମୌକା ଦେଲେ ନାହିଁ।
ଗ୍ରାଣ୍ଡହୋମଙ୍କ ଓ୍ୱିକେଟ
ମ୍ୟାଚ୍ ଜିତିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହେଉଛି ଗ୍ରାଣ୍ଡହୋମଙ୍କ ଓ୍ୱିକେଟ। ଯେତେବେଳେ ଘରୋଇ ଦଳ ୪ଓ୍ୱିକେଟରେ ୫୦ ରନ୍ କରିଥିଲା ସେତେବେଳେ ମୈଦାନକୁ ଓହ୍ଲାଇଥିଲେ ସେ। ପିଟିବା ଆରମ୍ଭ କରି ଦେଇଥିଲେ। ଗତ ମ୍ୟାଚରେ ସିଫର୍ଟ ଯାହା କରିଥିଲେ ସେମିତି ପ୍ରହାର କଲେ। କ୍ରୁନାଲ୍ ଓ ଚହଲଙ୍କ ୪ଟି ବଲକୁ ବାଉଣ୍ଡ୍ରି ଲାଇନ୍ ପାର କରି ଦେଇଥିଲେ। ୧୬ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଥିଲେ ଗ୍ରାଣ୍ଡହୋମ୍। ନହେଲେ ପୁଣି ୨ଶହ ରନ୍ କରି ଦେଇ ଥାଆନ୍ତା ନ୍ୟୁଜିଲାଣ୍ଡ। India-Wonମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ,ଦଳରେ କ୍ୱାଲିଟି ପ୍ଲେୟାର୍ସ ଅଛନ୍ତି। ପୂର୍ବ ପ୍ଲାନ୍ ଅନୁସାରେ ଖେଳି ସଫଳତା ମିଳିଛି। ଆଗକୁ ବି ବଜାୟ ରଖିବାକୁ ହେବ। ବୋଲିଂ, ଫିଲଡିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଆଗାମୀ ମ୍ୟାଚରେ ଏମିତି ଖେଳିଲେ ସିରିଜ ଆମର ହେବ ହିଁ ହେବ।

India Win First T20Indian Cricket TeamNew Zealand
Tweet
0
ବଜେଟରେ ଚାଷୀଙ୍କୁ ତୋଫା:କିନ୍ତୁ ଓଡ଼ିଶାର ଋଣ ବୋଝ ୯୦ହଜାର କୋଟିକୁ ଟପିବ
କୋଚଙ୍କ କଥା ମାନି ବାସ୍କେଟବଲ୍ ଖେଳ ଛାଡି, ଭାରତୀୟ ଫୁଟବଲ୍ ଟିମ୍ କ୍ୟାପଟେନ୍ ହୋଇଗଲେ ଅଦିତି

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.