Featured/ ପଲିଟିକ୍ସ

ସହୀଦ ଭଗତ୍ ସିଂ,ଶୁଖଦେବ ଓ ରାଜଗୁରୁଙ୍କୁ  ଭୟ କରୁଥିଲା ଇଂରେଜ ସରକାର,ବାଧ୍ୟହୋଇ ନିର୍ଦ୍ଧାରିତ ଦିନ ପୁର୍ବରୁ ଦେଇଥିଲା ଫାଶି

ସ୍ୱାଧିନତା ପ୍ରାପ୍ତି ପୁର୍ବରୁ ଭାରତରେ ଅସହ୍ୟ ହୋଇ ପଡିଥିବା ଅତ୍ୟାଚାରର ପରିସମାପ୍ତି ପାଇଁ ଅନେକ ଦେଶପ୍ରେମୀ ବଳିଦାନ ଦେଇଛନ୍ତି। ଲୁହ ଲହୁର ସଂଘର୍ଷମୟ ସଂଗ୍ରାମରେ କେତେ ଯେ ବରପୁତ୍ର ଦେଶମାତୃକାର ରକ୍ଷା ପାଇଁ ଟଳି ପଡିଛନ୍ତି ତାର ହିସାବ ନାହିଁ। ତଥାପି ଭାରତରେ ଏମିତି କିଛି ସଂଗ୍ରାମୀ ଅଛନ୍ତି ଯାହାଙ୍କ ବଳୀଦାନ ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସାଜିବା ସହ ସେମାନଙ୍କ ସତ୍ ସାହସ ପ୍ରେରଣାର ପୁଞ୍ଜି ସାଜିଛି। ଆଦର୍ଶ ବିପ୍ଳବୀ ଭାବରେ ଜଣାଶୁଣା ଭଗତ ସିଂ ରାଜଗୁରୁ ଓ ସୁଖଦେବଙ୍କ ଅବିସ୍ମରଣୀୟ ଭୁମିକା ପାଇଁ ସେମାନଙ୍କର ତିରୋଧାନ ଦିବସକୁ ସାରା ଦେଶ ସହିଦ୍ ଦିବସ ଭାବେ ପାଳନ କରୁଛି।
ଭାରତ ଉପରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅତ୍ୟାଚାରକୁ ଉପଲବ୍ଧି କରି କିଛି ସଂଗ୍ରାମୀ ଅହିଂସା ପଥ ପରିବର୍ତ୍ତେ ହିଂସା ପଥକୁ ଅନୁସରଣ କରି ସ୍ୱାଧିନତା ହାସଲ କରିବାକୁ ସଂଗ୍ରାମ ଜାରୀ ରଖିଥିଲା। ହିଂସା ପଥରେ ଚାଲି ସ୍ୱାଧୀନତା ପାଇବାରେ ସମର୍ଥକ ଥିଲେ ଭଗତ ସିଂ,ରାଜଗୁରୁ ଓ ସୁଖଦେବ। ସତ୍ୟାଗ୍ରହ ଅଭିଜ୍ଞତା ସହିତ ଗାନ୍ଧୀ ୧୯୧୫ ମସିହାରେ ଭାରତ ଆସିଥିଲେ। ଏଥି ସହିତ ଯୁବକ ଭଗତ ସିଂ ହିଂସାତ୍ମକ ବିପ୍ଳବର ପଥ ଗ୍ରହଣ କରିଥିଲେ। କିନ୍ତୁ ଏହି  ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅନେକ ଜିନିଷ ଥିଲା ଯେଉଁଥିରେ ଦେଶର ସାଧାରଣ ଗରିବଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଥିଲା।ତାଙ୍କର ସ୍ୱାଧୀନତାର ଧାରଣା କେବଳ ରାଜନୀତି ନଥିଲା ଏମାନେ ଚାହୁଁଥିଲେ ଯେ ଦେଶର ଲୋକମାନେ ଶୋଷଣର ଶିକୁଳିରୁ ମୁକ୍ତ ହୁଅନ୍ତୁ।ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗୋଟିଏ ଜିନିଷ ପରସ୍ପର ବିରୋଧୀ ଥିଲା, କିନ୍ତୁ ଏହା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ କିଛି ସମାନତା ମଧ୍ୟ ଥିଲା। ଭଗତ ସିଂ ଜଣେ ନାସ୍ତିକ ଏବଂ ଗାନ୍ଧିଜୀ ଚରମ ଧର୍ମବାଦୀ ଥିଲେ। କିନ୍ତୁ ଧର୍ମ ନାମରେ ଘୃଣାର ପ୍ରସାରକୁ ଉଭୟ ବିରୋଧ କରୁଥିଲେ। ୧୯୨୮ ମସିହାରେ, ସାଇମନ୍ କମିଶନଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ କଂଗ୍ରେସର ବରିଷ୍ଠ ନେତା ଲାଲା ଲଜପତ ରାୟ ପୋଲିସର ବାଡ଼ିରେ ଆହତ ହୋଇଥିଲେ। କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଗତ ସିଂ ଲାଲା ଜିଙ୍କ ଜୀବନର ଶେଷ ବର୍ଷର ରାଜନୀତିରେ ସହମତ ନଥିଲେ ଏବଂ ସେ ସେମାନଙ୍କୁ ଖୋଲାଖୋଲି ବିରୋଧ କରିଥିଲେ। କିନ୍ତୁ ବ୍ରିଟିଶ ପୋଲିସ କର୍ମଚାରୀଙ୍କ ବାଡ଼ିରେ ଆଘାତ ପାଇଥିବା ଲାଲା ଜୀଙ୍କର ଅବସ୍ଥା ଦେଖି ଭଗତ ସିଂ,ରାଜଗୁରୁ ଓ ସୁଖଦେବ ବହୁତ ରାଗିଯାଇଥିଲେ|ସେମାନେ  ଲାହୋରରେ ପୋଲିସ ଅଧୀକ୍ଷକ ଜେମ୍ସ ସ୍କଟଙ୍କ ହତ୍ୟା ଷଡଯନ୍ତ୍ର କରିଥିଲେ।

ଲାଲା ଲଜପତ ରାୟ

ଡିସେମ୍ବର ୧୯୨୮ ରେ, ଜାତୀୟତାବାଦୀ ନେତା ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭଗତ ସିଂ ତାଙ୍କ ସହଯୋଗୀମାନଙ୍କ ସହ ପୋଲିସ ଅଧୀକ୍ଷକ ସ୍କଟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। କିନ୍ତୁ ଜଣେ ସାଥୀଙ୍କ ଭୁଲ ହେତୁ ସ୍କଟଙ୍କ ସ୍ଥାନରେ ୨୧ ବର୍ଷିୟ ପୋଲିସ ସାଉଣ୍ଡର୍ସଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଭଗତ ସିଂ ପୋଲିସର ତତ୍ତ୍ୱାବଧାନରେ ଗିରଫ ହୋଇନଥିଲେ। କିନ୍ତୁ କିଛି ସମୟ ପରେ ସେ ବିଧାନସଭା ସଭାରେ ବୋମା ଫିଙ୍ଗିଥିଲେ। ସେତେବେଳେ ସର୍ଦ୍ଦାର ପଟେଲଙ୍କ ବଡ ଭାଇ ଭିଥାଲ ଭୋଇ ପଟେଲ ପ୍ରଥମ ଭାରତୀୟ ବାଚସ୍ପତି ଭାବରେ ବିଧାନସଭାର ପ୍ରକ୍ରିୟା ପରିଚାଳନା କରୁଥିଲେ। ଭଗତ ସିଂ ଲୋକଙ୍କ କ୍ଷତି କରିବାକୁ ଚାହୁଁନଥିଲେ, କିନ୍ତୁ ସେ ଦେଶର ସତ୍ୟକୁ ବଧିର ବ୍ରିଟିଶ ସରକାରଙ୍କ କାନରେ ପହଞ୍ଚାଇବାକୁ ଚାହୁଁଥିଲେ। ଭଗତ ସିଂ ଏବଂ ବାଟୁକେଶ୍ୱର ଦତ୍ତ ବୋମା ଫିଙ୍ଗିବା ପରେ  ଗିରଫ କରାଯାଇଥିଲା। କିଛି ସମୟ ପରେ ଏହା ପ୍ରମାଣିତ ହେଲା ଯେ ପୋଲିସ୍ ଅଫିସର ସାଉଣ୍ଡର୍ସଙ୍କ ହତ୍ୟାରେ ସମାନ ରିଭଲଭର ବ୍ୟବହାର କରାଯାଇଥିଲାତେଣୁ ବିଧାନସଭାରେ ବୋମା ଫିଙ୍ଗିବା ମାମଲାରେ ଧରାଯାଇଥିବା ଭଗତ ସିଂଙ୍କୁ ସାଉଣ୍ଡର୍ସ ହତ୍ୟା ମାମଲାରେ ଅଭିଯୁକ୍ତ ଭାବରେ ଫାଶୀ ଦିଆଯାଇଥିଲା। 

ମହାତ୍ମା ଗାନ୍ଧୀ ,ଭଗତ ସିଂ

ଗାନ୍ଧୀଙ୍କ ନୀରବତାକୁ ନେଇ ପ୍ରଶ୍ନ
ଭଗତ୍ ସିଂ,ଶୁଖଦେବ ଓ ରାଜଗୁରୁଙ୍କ ମୃତ୍ୟୁ ପାଇଁ ଅନେକ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା ମଧ୍ୟ କରନ୍ତି ।ସେ ସମୟରେ  ଲୋକମାନେ ସମାଲୋଚନା କରି କହିଥିଲେ ଯେ ଗାନ୍ଧୀ କିଛି ସମୟ ପାଇଁ ସର୍ବାଧିକ ଦଣ୍ଡ ବନ୍ଦ କରିବାକୁ ଆବେଦନ କରିଥଂଆନ୍ତେ ତେବେ ହୁଏତ ଏମିତି ହୋଇ ନଥାଆନ୍ତା ଗାନ୍ଧୀ କହିଥିଲେ- ଭଗତ ସିଂ,ଶୁଖଦେବ ଓ ରାଜଗୁରୁଙ୍କୁ  ଫାଶୀ ଦିଆଯାଇ ନଥିଲେ ମଧ୍ୟ ସେ ଆମ ପାଇଁ ସମାନ ଗୁରୁତ୍ୱ ଦେଇଥାନ୍ତେ କି? ମତେ ସନ୍ଦେହ ଲାଗୁଛି। ଏହାର ମଧ୍ୟ ଏକ କାରଣ ଅଛି ରାଷ୍ଟ୍ରୀୟ ସଭାରେ ବୋମା ଫିଙ୍ଗିଥିବା ବେଳେ ବାଟୁକେଶ୍ୱର ଦତ୍ତ ମଧ୍ୟ ଭଗତ ସିଂଙ୍କ ସହ ଥିଲେ। ବାଟୁକେଶ୍ୱରଙ୍କୁ ଫାଶୀ ଦିଆଯାଇ ନ ଥିଲା। ଯେତେବେଳେ ଦେଶ ସ୍ୱାଧୀନ ହେଲା, ସେତେବେଳେ ତାଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା। ଭଗତ ଏବଂ ତାଙ୍କ ସହଯୋଗୀଙ୍କୁ ବଞ୍ଚାଇବା ପାଇଁ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ ହୁଏତ ଆଗ୍ରହ ପ୍ରକାଶ କରି ନଥିଲେ ବୋଲି ଚର୍ଚ୍ଚା ହୁଏ।
କାହିଁକି ନିର୍ଦ୍ଧାରିତ ଦିନର ଗୋଟାଏ ଦିନ ପୁର୍ବରୁ ଫାଶୀ ଖୁଣ୍ଟରେ ଝୁଲିଥିଲେ ସଂଗ୍ରାମୀ ଭଗତ୍ ସିଂ,ଶୁଖଦେବ ଓ ରାଜଗୁରୁ
ଗାନ୍ଧୀ ଚାହୁଁଥିଲେ ଯେ ବିପ୍ଳବୀମାନେ ହିଂସା ପଥ ଛାଡିବାକୁ ପ୍ରବର୍ତ୍ତାଇବା ଉଚିତ୍। ଗାନ୍ଧୀ ଅନୁଭବ କଲେ ଯେ ଯଦି ଏହା ଘଟେ, ତେବେ ବୋଧହୁଏ ବ୍ରିଟିଶ ସରକାର ଭଗତ, ରାଜଗୁରୁ ଏବଂ ସୁଖଦେବଙ୍କ ଦଣ୍ଡକୁ କ୍ଷମା କରିବେ।ଅନ୍ତତଃ ପକ୍ଷେ କଂଗ୍ରେସର କରାଚି ଅଧିବେଶନ ପର୍ଯ୍ୟନ୍ତ ଗାନ୍ଧୀ ଦଣ୍ଡ ବନ୍ଦ କରିବାକୁ ଚେଷ୍ଟା କରୁଥିବା କୁହାଯାଏ। ସେ ମାର୍ଚ୍ଚ ୨୦ ରେ ଗୃହ ସଚିବ ହୁବର୍ଟ ଏମର୍ସନଙ୍କ ସହ ମଧ୍ୟ କଥା ହୋଇଥିବା କକିଛି ରାଜନୈତିକ ବିଶେଷଜ୍ଞ ମତ ରଖୁଥିଲେ ମଧ୍ୟ ଏହା ସଫଳ ହୋଇ ନଥିଲା। ବ୍ରିଟିଶମାନେ ସେମାନଙ୍କ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଦେଇଥିଲେ।

You Might Also Like

No Comments

Leave a Reply