କୋଟିଆକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ପୁଣିଥରେ ଟଣାଓଟରା ଆରମ୍ଭ ହୋଇଯାଇଛି। କୋଟିଆରେ ହେବାକୁ ଥିବା ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଓଡ଼ିଶା- ଆନ୍ଧ୍ର ମୁହାଁମୁହିଁ ହୋଇଛନ୍ତି। ଉଭୟ ଓଡ଼ିଶା ଓ ଆନ୍ଧ୍ର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଆଦାନୀ କମ୍ପାନୀ ସହ ଚୁକ୍ତି କରିଛନ୍ତି। ଗୋଟାଏ ପ୍ରକଳ୍ପକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଟଣାଓଟରା ଏବେ ବିବାଦର ରୂପ ନେଇଛି। ଗୋଟାଏ ପ୍ରକଳ୍ପକୁ ନେଇ ଓଡ଼ିଶା ଟିମ୍ କ୍ଷେତ୍ର ପରିଦର୍ଶନରେ ଯିବା ସମୟରେ ଆନ୍ଧ୍ର ପ୍ରଦେଶର ପୁଲିସ ବାହିନୀ ଅଟକାଇବାର ଖବର ସାମ୍ନାକୁ ଆସିଛି। ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆକୁ ନେଇତୁ ଟୁ ନଥିବା ବିବାଦ ଫଳରେ ଏବେ ସେ ପ୍ରକଳ୍ପକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଦାନୀ ପ୍ରକଳ୍ପ ବନାମ କୋଟିଆ ଯୁଦ୍ଧ:କିଏ ଜିତିବ ବାଜି
ବିଭିନ୍ନ ସମୟରେ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆକୁ ନେଇ ବିବାଦ ଉପୁଜିଛି। ତଥାପି କୋଟିଆ ଅଡ଼ୁଆ ଏ ଯାଏଁ ଛିଡିପାରୁନି। ଏହାରି ମଧ୍ୟରେ ଆଦାନୀ ପ୍ରକଳ୍ପକୁ ନେଇ ମଧ୍ୟ ନୂଆ ବିବାଦ ସୃଷ୍ଟି ହୋଇଛଇ। ଏଥିରେ କିଏ ବାଜି ମାରୁଛି ନା ଉଭୟ ଏହି ପ୍ରକଳ୍ପରେ ଭାଗିଦାର ହେବେ ସେ ନେଇ କୌଣଷି ସ୍ପଷ୍ଟ ଚିତ୍ର ଆସି ପାରି ନାହିଁ। କୋଟିଆର ଯେଉଁ ସ୍ଥାନରେ ଆନ୍ଧ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ମାଗିଛି ସେହି ସ୍ଥାନରେ ଓଡ଼ିଶା ମଧ୍ୟ ଜଳବିଦ୍ୟୁତ୍ ପ୍ରକଳ୍ପ କରିବାକୁ ଯୋଜନା କରିଛି। ଆନ୍ଧ୍ର ଏହି ପ୍ରକଳ୍ପ ସ୍ଥାନକୁ ନିଜର ମାନ୍ୟମ ଜିଲ୍ଲାରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଓଡ଼ିଶା ପକ୍ଷରୁ ତାହା କୋରାପୁଟ ଜିଲ୍ଲା ଅଧୀନରେ ରହିଛି।
ଏହି ପ୍ରକଳ୍ପ ପାଇଁ ୬ ମାସ ପୂର୍ବରୁ ଆନ୍ଧ୍ର କ୍ଷେତ୍ର ପରିଦର୍ଶନ କରି ସାରିଥିବା ବେଳେ ଓଡ଼ିଶା କ୍ଷେତ୍ର ପରିଦର୍ଶନ କରିଛି। ଆନ୍ଧ୍ର ପକ୍ଷରୁ କୋଟିଆରେ ୧୨୦୦ ୱାଟର ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ପାଇଁ ଆନ୍ଧ୍ର ସରକାର ଓ ଆଦାନୀ ଗ୍ରୁପ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇ ସାରିଛି। ଓଡ଼ିଶା ପକ୍ଷରୁ ହେବାକୁ ଥିବା ପ୍ରୋଜେକ୍ଟରେ ୨୨୦୦ ମେଗାୱାଟ୍ର ବିଦ୍ୟୁତ ଉତ୍ପନ୍ନ ହେବା ସହ ଏଥିନିମନ୍ତେ ୫୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ସୂଚନା ମିଳିଛି। ଓଡ଼ିଶା ପକ୍ଷରୁ ହେବାକୁ ଥିବା ପ୍ରୋଜେକ୍ଟକୁ ମଧ୍ୟ ଆଦାନୀ କରିବା ସହ ଟାଟା ବିଦ୍ୟୁତ୍ ସରବରାହ କରିବ ବୋଲି ସୂଚନା ମିଳିଛି।ଏହି ପ୍ରକଳ୍ପ ନିମନ୍ତେ ୫ଟି ଗ୍ରାମ ବିସ୍ଥାପିତ ହେବ ବୋଲି ଜଣାଯାଇଥିବା ବେଳେ କେନ୍ଦ୍ର ସରକାର ଏଥିନିମନ୍ତେ କାହାକୁ ଗ୍ରୀନ୍ ସିଗନାଲ ଦେଉଛନ୍ତି ତାହା ଦେଖିବା ବାକି।