ମାଇକେଲ୍ ଜ୍ୟାକସନ୍, କଳାକ୍ଷେତ୍ରରେ ଏକ ଅନନ୍ୟ କୀର୍ତ୍ତିସ୍ତମ୍ଭ। ମାଇକେଲଙ୍କ ମାୟା ଉଭୟ ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଛାଇ ଯାଇଛି। ଆଜି ବି ମାଇକେଲଙ୍କ ଛାୟା ଦର୍ଶକଙ୍କ ହୃଦୟରେ ଗାଢ଼ ହୋଇ ରହିଛି। ଆମେରିକାଠୁ ଆରମ୍ଭ କରି ବିଶ୍ୱର ଅମାପ ଏରିଆ ଯାଏ ସେ ପରିବ୍ୟାପ୍ତ। ଜାହାକୁ ଦେଖି ଲୋକାଙ୍କ ମନରେ ପ୍ରଫୁଲ୍ଲତା ଭରି ଯାଉଥିଲା ସେ ବାରମ୍ବାର କାହିଁକି  ନିଜ ଚେହେରା ବଦଳାଉଥିଲେ,ଯାହା ଆଜି ବି ରହସ୍ୟ। ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଉପରେ ଆଲୋକପାତ କରିବା।

ନିଜ ଚେହେରାକୁ କାହିଁକି ଘୃଣା କରୁଥିଲେ ମାଇକେଲ
ମାଇକେଲ ଜ୍ୟାକସନ୍ ,କେବଳ ଏକ ନାଁ ନୁହେଁ ବରଂ ବ୍ରାଣ୍ଡ। ମାଇକେଲଙ୍କୁ ଦେଖିବା ପାଇଁ ଅଜସ୍ର ଭିଡ ଜମୁଥିଲା। ତାଙ୍କ ନାଚର ତାଳେତାଳେ ଖୁବ୍ ଝୁମୁଥିଲେ ଦର୍ଶକ।ପୋପ୍ ଷ୍ଠାର ଭାବେ ଖୁବ୍ ନାଁ କରିଥିଲେ ମାଇକେଲ ଜ୍ୟାକସନ୍। ତାଙ୍କୁ ଦେଖି ଦର୍ଶକ ଖୁବ୍ ଖୁସି ହେଉଥିଲେ ସତ, ମାତ୍ର ବିଷାଦର ଛାୟାରେ ବୁଡି ରହୁଥିଲେ ମାଇକେଲ। ନିଜ ଚେହେରାକୁ ନେଇ ନିଜକୁ ଖୁବ୍ ନିନ୍ଦୁଥିଲେ ମାଇକେଲ୍। ସେ କେବେ ବି ନିଜ ଚେହେରାକୁ ନେଇ ଖୁସି ନଥିଲେ। ସେ ଅନେକ ସମୟରେ ନିଜ ଚେହେରାକୁ ଦର୍ଶକଙ୍କ ସାମ୍ନାକୁ ଆଣୁ ନଥିଲେ। ଟୋପି ଦ୍ୱାରା ମୁହଁକୁ ଆବୃତ କରିବା ସହିତ ଚୁଟି ଦ୍ୱାରା ମଧ୍ୟ ମୁହଁକୁ ଘୋଡାଇ ରଖୁଥିଲେ। ତେବେ ଏସବୁ ପଛରେ ତାଙ୍କ ବାପା ହିଁ ମୁଖ୍ୟ କାରଣ ସାଜିଥିଲେ। ମାଇକେଲ ଏତେ ସୁନ୍ଦର ନଥିଲା ବେଳେ ତାଙ୍କ ନାକର ଆକାର ସାମାନ୍ୟ ଲମ୍ବା ଥିଲା। ଏଥିପାଇଁ ତାଙ୍କ ବାପା ତାଙ୍କୁ ଲଗାତର ସମାଲୋଚନା କରୁଥିବାରୁ ସେ ଦୁଃଖରେ ଭାଙ୍ଗି ପଡିଥିଲେ । ଧିରେଧିରେ ସେ ନିଜ ଚେହେରାକୁ ଘୃଣା କରିବା ଆରମ୍ଭ କରିଦେଥଇଥିଲେ। ଏଥିପାଇଁ ସେ ବାରମ୍ବାର ପ୍ଲାଷ୍ଟିକ୍ ସର୍ଜରୀ କରୁଥିଲେ । ମାତ୍ରାଧିକ ପ୍ଲାଷ୍ଟିକ ସର୍ଜରୀ ବା ବହୁଳ ମେଡିସିନର ବ୍ୟବହାର ପାଇଁ  ମାତ୍ର ପଚାଶ ବର୍ଷରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା