Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପାକିସ୍ତାନ ବିପକ୍ଷରେ ହିଟ୍ ମ୍ୟାନ୍ ସୋ, ଶତକ ମାରିଲେ ରୋହିତ ଶର୍ମା

By admin • June 16, 2019 • ସ୍ପୋର୍ଟସ୍

ବିଶ୍ୱକପରେ ପୁଣି ଦର୍ଶକ ଦେଖିଲେ ହିଟ୍ ମ୍ୟାନ୍ ସୋ। ପାକିସ୍ତାନ ବିପକ୍ଷରେ ଗର୍ଜିଛି ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କ ବ୍ୟାଟ୍। ଶତକୀୟ ଇନିଂସ ଖେଳିଛନ୍ତି। ଚଳିତ ଓ୍ୱାର୍ଲଡ କପରେ ତିନିଟି ଇନିଂସ ବ୍ୟାଟିଂ କରି ଦ୍ୱିତୀୟ ସେଞ୍ଚୁରୀ ମାରିଛନ୍ତି ଟିମ୍ ଇଣ୍ଡିଆର ମ୍ୟାନ ଅଫ୍ ଡବଲ୍ ସେଞ୍ଚୁରୀ ରୋହିତ ଶର୍ମା। ମଞ୍ଚେଷ୍ଟରରେ ଦମଦାର ବ୍ୟାଟିଂ କରିଛନ୍ତି। ପଡ଼ିଆର ଚାରିଆଡ଼େ ମାରିଛନ୍ତି ହାତଖୋଲା ସର୍ଟ। ରୋହିତ ଦିନିକିଆରେ ୨୪ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ୧୦ ଓଭର ପ୍ରଥମ ବଲରେ ଗୋଟିଏ ଜୀବନଦାନ ପାଇଥିଲେ ରୋହିତ। ରନ୍ ଆଉଟରୁ ବର୍ତ୍ତିଯିବା ପରେ ପାକିସ୍ତାନ ବୋଲରଙ୍କୁ ଧୂଲେଇ କରିଥିଲେ। ପ୍ରଥମେ ଅର୍ଦ୍ଧଶତକ (୩୪ବଲ୍) ଓ ପରେ ପୂରା କରିଛନ୍ତି ଶତକ (୮୫ବଲ୍)। ୧୧୩ବଲରୁ ୧୪୦ ରନ୍ କରି ହାସଲ୍ ଅଲ୍ଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି ଟିମ୍ ଇଣ୍ଡିଆ ହିଟ୍ ମ୍ୟାନ୍। ଚଳିତ ବିଶ୍ୱକପରେ ରୋହିତ ମୋଟ୍ ୩ଟି ମ୍ୟାଚ୍ ଖେଳିଛନ୍ତି। ଏହା ଭିତରେ ରହିଛି ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶକତ।

💯

Back to back centuries for HITMAN. What a player 🇮🇳💪👏 pic.twitter.com/pOh7HVbibi

— BCCI (@BCCI) June 16, 2019


ଭାରତ-ପାକିସ୍ତାନ ବିଶ୍ୱକପ୍ ମୁକାବିଲା। କୌଣସି ଫାଇନାଲ୍ ଲଢ଼େଇଠୁ କମ୍ ନୁହେଁ। ବଢ଼ିଆ ଫର୍ମରେ ଥିବା ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ ଆଜି ପୁରା ଦେଶର ନଜର ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପୂର୍ବ ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଗୋଟିଏ ବି ବଲ୍ ପଡ଼ି ନଥିଲା। ମ୍ୟାଚ ବାତିଲ ହେବା ସହ ପଏଣ୍ଟ ଭାଗ କରିଥିଲେ ନ୍ୟୁଜିଲାଣ୍ଡ ଓ ଭାରତ। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ କ୍ରୀଡ଼ାପ୍ରେମୀ ଭାରି ଉତ୍ସାହିତ ଥିଲେ। ନର୍ଭସ ବି ଥିଲେ ଟିକେ। ବର୍ଷା ଭୟ ସାଙ୍ଗକୁ ବିନା ଶିଖର ଧଓ୍ୱନରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।
ରୋହିତ-ଲୋକେଶ ପାର୍ଟନରସିପ୍ରୋହିତଙ୍କ ସହ ଇନିଂସ ଓପନ କରିଥିଲେ ଲୋକେଶ ରାହୁଲ। ସେ ବି ଆଜି ତାଙ୍କ କରିସ୍ମା ଦେଖାଇଛନ୍ତି। ଶିଖରଙ୍କ ଅନୁପସ୍ଥିତିରେ ଇନିଂସ ଓପନ କରି ରୋହିତଙ୍କ ସହ ତାଙ୍କ କେମିଷ୍ଟ୍ରି ମୈଦାନରେ ଜମିଥିଲା। ରୋହିତଙ୍କ ପରେ ସେ ମାରିଥିଲେ ଅର୍ଦ୍ଧଶତକ (୫୭ରନ)। ଆଉଟ ହୋଇଥିଲେ ବି ଉପଯୋଗୀ ଇନିଂସ ଖେଳିଛନ୍ତି। ଏହାସହ ଟିମ୍ ମ୍ୟାନେଜମେଣ୍ଟ, ଅଧିନାୟକ ବିରାଟ କୋହଲି ଓ ଦର୍ଶକଙ୍କ ଦିଲ୍ ଜିତିଛନ୍ତି ଲୋକେଶ। ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଭାଗିଦାରୀ ଇନିଂସ ବଳରେ ଭାରତ ପାକିସ୍ତାନ ବିପକ୍ଷରେ ସ୍ଥିତି ମଜଭୁଦ କରିଛି। ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। 

LOKESH RAHULROHIT SHARMATeam IndiaWORLD CUP CRICKET
Tweet
0
ବିଧାୟକଙ୍କ ହାତରେ ରହିବ ଛାତ୍ର ସଂଗଠନ: ପଶ୍ଚିମ ଓଡ଼ିଶାକୁ ୟୁଥ୍ ଓ୍ୱିଙ୍ଗର ଦାୟିତ୍ୱ!
ବାବୁଶାନଙ୍କ ବଦଳିଲା ଠିକଣା:ପାଉଣ୍ଡ କମାଇବାକୁ ଲଣ୍ଡନରେ କରୁଛନ୍ତି ଗୋଲମାଲ ଲଭ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.