Featured/ ନ୍ୟୁଜ୍/ ପଲିଟିକ୍ସ

ସେହି ଅଧୁରା ରାତିର କଥା, ଯାହା ଆଲୋଚନା ହୋଇଥିଲେ ସମୃଦ୍ଧ ହୋଇଥାଆନ୍ତା ଭାରତ

Ram Manohar Lohiya

ଏମିତି ଅନେକ କଥା ରହିଛି,ଯାହା ବାସ୍ତବ ରୂପ ନନେଲେ ଅନେକ କ୍ଷତି ହୁଏ। ଭାରତୀୟ ରାଜନୀତିରେ ଏମିତି ଅନେକ ରୋଚକ ତଥ୍ୟ ଲୁଚି ରହିଛି,ଯାହା ସ୍ୱପ୍ନ ହୋଇ ରହିଗଲା। ଯଦି ସେହି ପ୍ରସଙ୍ଗ ଫଳପ୍ରଦ ହୋଇଥାଆନ୍ତା ହୁଏତ ଆଜି ଦେଶର ଦୃଶ୍ୟପଟ୍ଟ ଅଲଗା ହୋଇଥାନ୍ତା। ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ସମାଜବାଦୀ ନେତା ଡକ୍ଟର ରାମ ମନୋହର ଲୋହିଆଙ୍କୁ ନେଇ ଅନେକ ରୋଚକ କଥା ଲୁଚି ରହିଛି। ଲୋହିଆଙ୍କ ଜୀବନର ଏମିତି ୩ଟି ଘଟଣା, ଯାହା ସଫଳ ହୋଇଥିଲେ ଭାରତକୁ ଅନେକ କ୍ଷେତ୍ରରେ ଲାଭ ମିଳି ଥାଆନ୍ତା।
ଆଲୋଚନା ଆଗରୁ ହତ୍ୟା
୨୮ ଜାନୁଆରୀ ୧୯୪୮ର ଘଟଣା। କଂଗ୍ରେସ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ଦେଶ ନିର୍ମାଣ ସଂପର୍କରେ ଲୋହିଆଙ୍କ ସହ ଆଲୋଚନା କରିବାକୁ ମହାତ୍ମା ଗାନ୍ଧୀ ଡାକିଥିଲେ।ଗାନ୍ଧୀଜୀଙ୍କ ପ୍ରସ୍ତାବ ଅନୁସାରେ ଲୋହିଆ ଏବଂ ଗାନ୍ଧୀ ଗୋଟିଏ ରୁମରେ ରାତ୍ରି ଯାପନ କରିଥିଲେ। କାରଣ ତା’ପର ଦିନ ଭୋରରୁ ସେହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଆଲୋଚନା ହେବାର ଥିଲା। କିନ୍ତୁ ସକାଳୁ ଆଲୋଚନା ହୋଇ ପାରିନଥିଲା। ଯେତେବେଳେ ଲୋହିଆ ଗାନ୍ଧୀଜୀଙ୍କୁ ପଚାରିଥିଲେ “ବାପୁ ଆପଣ କିଛି କହିଲେନି କଣ ପାଇଁ? ଗାନ୍ଧୀଜୀ ଧୀରେ ସ୍ୱରରେ କହିଥିଲେ,ଆପଣଙ୍କୁ ଘୋର ନିଦରେ ଶୋଇଥିବାର ଦେଖି, ମୁଁ ନିଦରୁ ଉଠାଇବାକୁ ଉଚିତ ଭାବିଲି ନାହିଁ।  ଆମେ ଆସନ୍ତାକାଲି ଏହି ବିଷୟରେ କଥା ହବା”l

ଅଧୁରା ରହିଗଲା ଆମ୍ବେଦକର-ଲୋହିଆ ଯୁଗଳବନ୍ଦୀ
୧୯୫୬ରେ ସୋସିଆଲିଷ୍ଟ ପାର୍ଟି ବ୍ୟାନରରେ ନେତାଙ୍କୁ ଏକଜୁଟ କରୁଥିଲେ ଲୋହିଆ। ଏସବୁ ଭିତରେ ଗାନ୍ଧୀଜୀଙ୍କ ସ୍ୱପ୍ନର ମଣିଷଙ୍କୁ ଖୋଜା ଚାଲିଥିଲା। କ୍ଷମତା ପରିବର୍ତ୍ତନକାରୀ ନେତା ସନ୍ଧାନରେ ଥିବା ଲୋହିଆଙ୍କ ଆଖି ବାବାସାହେବ ବି.ଆର.ଆମ୍ବେଦକରଙ୍କ ଉପରେ ପଡିଥିଲା। ଆମ୍ୱେଦକର ସେତେବେଳେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି କୁଚକ୍ରାନ୍ତର ଶୀକାର ହୋଇ ମୁମ୍ବାଇ ଆସନରୁ ହାରିଥିଲେ। ଫଳରେ କଂଗ୍ରେସରୁ ଅଲଗା ହୋଇ ନିଜର ଅଲ ଇଣ୍ଡିଆ ଵ୍ୟାକୱାର୍ଡ କ୍ଲାସ ଚଳାଉଥିଲେ।
ଆମ୍ବେଦକରଙ୍କ ସହ ମିଶି ଲୋହିଆ,ନୂଆ ରାଜନୈତିକ ଦଳ ଗଠନ ହେବ ଏବଂ ସେହି ରାଜନୈତିକ ଦଳର ନେତୃତ୍ୱ ନେବେ ଆମ୍ବେଦକର। କିନ୍ତୁ ଦୁଃଖଦ ଖବର ପୁଣି ଆସିଥିଲା ୬ ଡିସେମ୍ବର ୧୯୫୬ରେ ବାବା ସାହେବ ଆମ୍ବେଦକରଙ୍କ ନିଧନ ହୋଇଥିଲା।

ନୀରବି ଯାଇଥିଲେ ନୀରିକ୍ଷକ
ଆଲୋଚନା ସଫଳ ହେବା ଆଗରୁ ଗାନ୍ଧୀଜୀ ଏବଂ ଆମ୍ବେଦକରଙ୍କ ଅକାଳ ବିୟୋଗ, ଲୋହିଆଙ୍କ ମନୋବଳକୁ ପ୍ରଭାବିତ କରି ପାରିନଥିଲା।ନେହେରୁଙ୍କ ସମୟ ଚାଲି ଯାଇଥିଲା; ଇନ୍ଦିରା ଗାନ୍ଧି ରାଜନୀତିରେ ପାଦ ରଖିଥିଲେ ସେତେବେଳେ ଦେଶର ୯ ରାଜ୍ୟରେ କଂଗ୍ରେସ ଦଳ ଦୟନୀୟ ଭାବରେ ପରାଜିତ ହୋଇଥିଲା। ସେହି ସମୟରେ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଲୋହିଆ ଜୟପ୍ରକାଶ ନାରାୟଣଙ୍କ ପାଖକୁ ଯାଇଥିଲେ।
ସେତେବେଳେ ରାଜନୀତିଠୁ କୋଷ ଦୂରରେ ରହି  ବିନୋବା ଭାବେଙ୍କ ସହ ସର୍ବୋଦୟ ଆନ୍ଦୋଳନରେ ସକ୍ରିୟ ଥିଲେ ଜେ.ପି.। କିନ୍ତୁ ଲୋହିଆଙ୍କ ପ୍ରସ୍ତାବ ଆଧାରରେ ଜେ.ପି, ରାଜନୀତିକୁ ଫେରିବାକୁ ରାଜି ହେଲେ। ମାତ୍ର ୧୨ ଅକ୍ଟୋବର ୧୯୬୭ରେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଡ଼ ରାମ ମନୋହର ଲୋହିଆଙ୍କ ମୃତ୍ୟ ହୋଇଥିଲ।
କୁହାଯାଏ ଯଦି ଏହି ୩ ଘଟଣା ମଧ୍ୟରୁ କେଉଁଥିରେ ବି ଲୋହିଆ ସଫଳ ହୋଇଥାନ୍ତେ ତାହେଲେ ଆଜିର ଭାରତୀୟ ରାଜନୀତିର ସ୍ତର ବୋଧହୁଏ ସୁଦୃଢ଼ ହୋଇ ପାରିଥାନ୍ତା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

You Might Also Like

No Comments

Leave a Reply