Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

By admin • November 5, 2019 • ସ୍ପୋର୍ଟସ୍

ବାଂଲାଦେଶ ବିପକ୍ଷରେ ବିରାଟ କୋହଲି ମ୍ୟାଚ ଖେଳୁ ନଥିବାରୁ ଟିମ ଇଣ୍ଡିଆର ଅଧିନାୟକର ଦାୟିତ୍ୱ ତୁଲାଇଛନ୍ତି ରୋହିତ ଶର୍ମା।ନିଜର ବ୍ୟାଟିଂ ଷ୍ଟାଇଲ୍ ପାଇଁ ହିଟମ୍ୟାନ୍ ରୋହିତ ସମସ୍ତଙ୍କ ଠାରୁ ଅଲଗା।ଓ୍ୱାନ୍-ଡେ ଏବଂ ଟେଷ୍ଟ ଫର୍ମାଟରେ ଦ୍ୱିଶତକ ହସଲ କରିଥିବା କ୍ରିକେଟରଙ୍କ ମଧ୍ୟରେ ସାମିଲ ହୋଇ ପାରିଛନ୍ତି ରୋହିତ।ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଟ୍ୱିଣ୍ଟି -20 ନଭେମ୍ବର 3ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା ଟିମ୍ ଇଣ୍ଡିଆ।ଏହି ମ୍ୟାଚରେ ବାଂଲାଦେଶ ନିଜର ଲଢୁଆ ଖେଳ ପରିଦର୍ଶନ କରି ବିଜୟୀ ହୋଇଛି।ମୁଶଫିକୁର ରେହମାନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ  ବାଂଲାଦେଶକୁ 7 ଓ୍ୱିକେଟରେ ବିଜୟୀ କରାଇଥିଲେ।

ଟିମ ଇଣ୍ଡିଆର ଅଲରାଉଣ୍ଡର କୁନାଲ ପାଣ୍ଡ୍ୟା,ଗୁରୁତ୍ୱପୂର୍ଣ୍ଣ କ୍ୟାଚକୁ ହାତଛଡା କରିଥିଲେ ଯାହା ମ୍ୟାଚ ହାରିବାର ମୁଖ୍ୟ କାରଣ ବେଲି କୁହାଯାଉଛି।ଗୋଟେ ଜୀବନଦାନ ପାଇବା ପରେ ମୁସଫିକୁର,ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଥିଲେ।ଯଦିଓ ଅଧିନାୟକ ଭାବେ ରୋହିତଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଭଲ ନଥିଲା ତେବେ ବ୍ୟକ୍ତିଗତ ସ୍ତରରେ ହିଟମ୍ୟାନ୍ ଦୁଇଟି ବଡ ରେକର୍ଡ ନିଜ ନାମରେ  କରିଛନ୍ତି।
9ରନ କରି ପ୍ରଥମ ଓଭରରେ ନିଜର ଓ୍ୱକେଟ ପକାଇଥିଲେ ରୋହିତ।କିନ୍ତୁ ଏହି 9ରନ ଜରିଆରେ ସେ ପୁଣି ଥରେ T-20 ଅନ୍ତର୍ଜାତୀୟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ହୋଇପାରିଛନ୍ତି।ପୁଣି ଏହି 9ରନ ସହିତ T-20ରେ ତାଙ୍କର ବ୍ୟକ୍ତିଗତ ରନ ସଂଖ୍ୟା 2,452 ପହଁଚିଛି।ଫଳରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ।ଏହି ଫର୍ମାଟରେ କୋହଲିଙ୍କ ନାମରେ ସମୁଦାୟ 2,450 ରନ ଦ୍ୱିତୀୟରେ ରହିଛି ।ଏହି ଦୁଇ ଜଣ ଭାରତୀୟଙ୍କ ବ୍ୟତୀତ ଏହି ତାଲିକାରେ ମାର୍ଟିନ ଗୁପଟିଲ (2,326) ସୋଏବ ମଲ୍ଲିକ(2,263)ବ୍ରେଣ୍ଡନ ମ୍ୟାକୁଲମ (2,140) ଯଥା କ୍ରମେ ତାଲିକାର 3ୟ,4ର୍ଥଓ 5ସ୍ଥାନରେ ରହିଛନ୍ତି।

କେବଳ ସେତିକି ନୁହେଁ ଏହି ମ୍ୟାଚ ମାଧ୍ୟମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ୍ୟ ପଛରେ ପକାଇ ଦେଇଛନ୍ତି ରୋହିତ।ଏହା ଥିଲା ରୋହିତଙ୍କ କ୍ୟାରିୟରର 99ତମ T-20ଅନ୍ତର୍ଜାତୀୟ ମ୍ୟାଚ।ସେହିଭଳି ଧୋନିଙ୍କ ନାମରେ ବର୍ତ୍ତମାନ ସୁଦ୍ଧା ରହିଛି 98ଟି T-20 ଅନ୍ତର୍ଜାତୀୟ ମ୍ୟାଚ।ବର୍ତ୍ତମାନ ଦେଖିବାକୁ ଗଲେ ରୋହିତ 3ୟରେ ରହିଛନ୍ତି। ତାଙ୍କ ଠାରୁ ଆଗରେ ଆଫ୍ରିଦ (99) ଦ୍ୱିତିୟରେ ଏବଂ ସୋଏବ ମଲ୍ଲିକ (111) ପ୍ରଥମରେ ରହିଛନ୍ତି।
ଏହି ମ୍ୟାଚରେ ଅନ୍ୟକିଛି ରେକର୍ଡ ମଧ୍ୟ ହୋଇଛି।ଏହା 1000ତମ T-20 ଅନ୍ତର୍ଜାତୀୟ ମ୍ୟାଚ ରହିଥିଲା।ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏହା ଥିଲା 9ତମ T-20 ଅନ୍ତର୍ଜାତୀୟ ମ୍ୟାଚ। T-20 ଫର୍ମାଟରେ ଭାରତକୁ ପ୍ରଥମ ଥର ହରାଇଛି ବାଂଲାଦେଶ।
ଏହି ଷ୍ଟୋରିକୁ ଲେଖିଛନ୍ତି – ସଞ୍ଜୟ କୁମାର ପ୍ରଧାନ

Bartaman OdishaIndian Cricket TeamMahendrashing DhoniROHIT SHARMAVirat Kohli
Tweet
0
ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !
ରାନୁଙ୍କ ସହ ଧୋକା !

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

  • ଓଡ଼ିଶାର ଗର୍ବ-ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ:ମିଳିବ ଅର୍ଜୁନ ସମ୍ମାନ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.