BCCI ର ଅଧ୍ୟକ୍ଷ ପଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଖୁବ୍ ଶୀଘ୍ର ପଦରୁ ଅବସର ନେବେ ବୋଲି ସୁଚନା ମିଳିଛି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ତାଙ୍କ ସ୍ଥାନରେ ନୁଆ  ଅଧ୍ୟକ୍ଷ ନିର୍ବାଚିତ ହୋଇ ଭାର ସମ୍ଭାଳିବେ। BCCI ଅଧ୍ୟକ୍ଷ ପଦକୁ ନେଇ କଳ୍ପନା ଜଳ୍ପନା ଜାରୀ ରହିଛି। ଶୀର୍ଷ ପଦ ପାଇଁ ରାଜୀବ ଶୁକ୍ଲା ,ଜୟ ଶାହା ପ୍ରମୁଖଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା ବେଳେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୋଜର ବିନ୍ନିଙ୍କ ସମ୍ଭାବନା ଏମାନଙ୍କ ନାଁ କୁ ଫିକା କରିଛି। ଗାଙ୍ଗୁଲିଙ୍କ ପରେ BCCIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ଖୁବ୍ ଶିଘ୍ର ସବୁକିଛି ସ୍ପଷ୍ଟ ହେବାକୁ ଯାଉଛି।

ରାଜୀବ ଶୁକ୍ଳା,ରୋଜର ବିନ୍ନି,ଜୟ ଶାହା,

ରେସରେ ରୋଜର,ଜୟ ଶାହା ଓ ରାଜୀବ ଶୁକ୍ଲା
BCCI ଅଧ୍ୟକ୍ଷ ପଦ ପାଇଁ ମୁଖ୍ୟତଃ ତିନୋଟି ନାଁ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହା,ରାଜୀବ ଶୁକ୍ଳା ଓ ରୋଜର ବିନ୍ନଙ୍କ ମଧ୍ୟରେ ଟକ୍କର ହୋଇପାରେ। ରୋଜରଙ୍କ ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି। ଜୟ ଶାହାଙ୍କ ପଦବୀ ବଜାୟ ରହିପାରେ ତେଣୁ ସେ ହୁଏତ ଏ ରେସରେ ରହି ନପାରନ୍ତି। ରୋଜର ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ଦାୟିତ୍ୱ ତୁଲାଇବା ସହ ବିସିସିଆଇ ଏଜିଏମ୍ରେ KSCA ପ୍ରତିନିଧୀ ଭାବରେ ମଧ୍ୟ ଅଭିଜ୍ଞତା ରହିଛି। ସେ ଭାରତ ପାଇଁ ୨୭ଟି ଟେଷ୍ଟ ଏବଂ ୭୨ଟି ODI ଖେଳିଛନ୍ତି। ୧୯୮୩ ବିଶ୍ୱକପରେ ଭାରତର ବିଜୟର ଅନ୍ୟତମ ସ୍ଥପତି ହେଉଚନ୍ତି ରୋଜର ବିନ୍ନି। ସର୍ବାଧିକ ୱିକେଟ୍ ନେଇ ସେ  ଏକ ନୂଆ ରେକର୍ଡ କରିଛନ୍ତି। ସୌରଭଙ୍କୁ ରିପ୍ଲେସ୍ କରି ରୋଜର ବିନ୍ନି ହିଁ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଆସ୍ଥା ପ୍ରକଟ କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା