ସ୍ପୋର୍ଟସ୍

ବ୍ୟାଟେଲ ପୂର୍ବରୁ ବାରବାଟୀରେ କ୍ରିକେଟର

ଜୁନ୍ ୧୨ ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T-20 ମ୍ୟାଚ୍ ଅନୁଷ୍ଠିତ ହେବ। କଟକ ବାରବାଟୀ ଷ୍ଟାଡିୟମରେ  ଭାରତ-ଦକ୍ଷିଣ ଆଫ୍ରିକା ମହା ମୁକାବିଲା ହେବ। ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ୍ ପ୍ରାକ୍ଟିସ୍ କରିବେ। ଦିନ ୧ଟାରୁ ଅପରାହ୍ନ ୪ଟା ଯାଏ ଦକ୍ଷିଣ-ଆଫ୍ରିକା ଦଳ ଅଭ୍ୟାସ କରିବ। ପରେ ୫ଟାରୁ ୮ଟା ଯାଏ ଭାରତୀୟ ଦଳ ଅଭ୍ୟାସ କରିବେ। ଓସିଏ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନରେଟ୍ ପୁଲିସ ପକ୍ଷରୁ  ଭୁବନେଶ୍ୱର ହୋଟେଲରୁ ବାରବାଟୀ ପଡ଼ିଆ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଟକ୍କର ପୁର୍ବରୁ ଅଭ୍ୟାସ:ସୁରକ୍ଷା ବ୍ୟବସ୍ଥା କଡାକଡି
ରବିବାର ଦିନର ମ୍ୟାଚ୍ ପାଇଁ ଆଜି ଉଭୟ ପକ୍ଷ ଖେଲାଳୀ ଅଭ୍ୟାସ କରିବେ। କଡା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସରେ ସେମାନଙ୍କୁ ବାରବାଟୀ ଷ୍ଟାଡିୟମକୁ ନିଆଯାଇଛି।କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ଡିଜିପି ସୁନୀଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ  ଗତକାଲି  ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ଅତରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଆର୍‌.କେ ଶର୍ମାଙ୍କ ସହିତ ଭୁବନେଶ୍ୱର-କଟକ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ।
ଖେଳର ସୁପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୪୫ ଇନ୍ସପେକ୍ଟର ,୩୨ ଏସିପି, ୯୨ ଟ୍ରାଫିକ କନଷ୍ଟେବଲ, ୧୭୬ ଏପିଆର କନଷ୍ଟେବଲ, ୪୩ ମହିଳା କନଷ୍ଟେବଲ, , ୨୭୭ ଏସ୍‌ଆଇ/ଏଏସ୍‌ଆଇ, ୨୧ ଟ୍ରାଫିକ ହାବିଲଦାର,୧୭୧ ହୋମଗାର୍ଡ ଓ ୧୮୬ ସେକ୍ସନ ଫୋର୍ସ ମୁତୟନ କରାଯିବ।ଷ୍ଟାଡିୟମକୁ ଖାଦ୍ୟ,ପାଣି ବୋତଲ,ହେଲମେଟ୍ ଆଦି  ପ୍ରବେଶ ନିଶେଦ୍ଧ କରାଯାଇଛି।

You Might Also Like

No Comments

Leave a Reply