ବଲିଉଡରେ ରିତେଶ ଦେଶମୁଖ ଓ ଜେନେଲିଆଙ୍କ ଲଭଷ୍ଟୋରୀ ଅନ୍ୟମାନଙ୍କ ପାଇଁ ମିସାଲ। ‘ମସ୍ତି’ ଓ ‘ହାଉସଫୁଲ’ ପରି ହିଟ୍ ଫିଲ୍ମରେ ଅଭିନୟ କରିଥିବା ରିତେଶଙ୍କର ରିୟଲ ଲାଇଫ୍ ମଧ୍ୟ ବେଶ୍ ସଫଳ।୨୦୦୨ରେ ‘ତୁଝେ ମେରି କସମ’ରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ। ହାଇଦ୍ରାବଦ ଏୟାରପୋର୍ଟରେ ଜେନେଲିଆଙ୍କୁ ଭେଟିଥିଲେ ରିତେଶ। ତାଙ୍କୁ ହିରୋଇନଙ୍କ ଅପେକ୍ଷା କରିବାକୁ କୁହାଯାଇଥିଲା।ଜେନେଲିଆଙ୍କୁ ଏୟାରପୋର୍ଟରେ ଦେଖିବା ପରେ ରିତେଶଙ୍କ ଦିଲରେ କିଛି କିଛି ହୋଇଥିଲା। ଜେନେଲିଆଙ୍କ ପ୍ରେମରେ ପଡ଼ି ଯାଇଥିଲେ।Tujhe-meri-kasamହିରୋଇନଙ୍କୁ କୁହାଯାଇଥିଲା ଫିଲ୍ମରେ ତାଙ୍କ ହିରୋ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଳାଶରାଓ ଦେଷମୁଖଙ୍କ ପୁଅ। ସେଥିପାଇଁ ଜେନେଲିଆ ମନେ ମନେ ଭାବି ନେଇଥିଲେ ରିତେଶ ଭାରି ଘମଣ୍ଡୀ ଟାଇପ୍ ହୋଇଥିବେ। ତେଣୁ ହିରୋଙ୍କୁ ଦେଖିବା ପରେ କୌଣସି ଗୁରୁତ୍ୱ ଦେଇନଥିଲେ ଜେନେଲିଆ। ସ୍ମାର୍ଟ ବୟ ରିତେଶ ଆଗୁଆ ଆସି ଜେନେଲିଆଙ୍କ ସହ ହାତ ମିଳାଇ ଥିଲେ। ରିଲ୍ ଲଭ୍ ସିନ୍ କରୁ କରୁ ରିଅଲ୍ ଲଭ୍ ହୋଇଗଲା। ଏକାଠି ଅଭିନୟରୁ ଆଗେଇଥିଲା ରିତେଶ-ଜେନେଲିଆଙ୍କ ପ୍ରେମର ଗାଡ଼ି।
Riteshସୁଟିଂ ସେଟରେ କଥାବାର୍ତ୍ତା ଉଭୟଙ୍କୁ ଆହୁରି ନିକଟତର କରାଇଥିଲା।ସେତେବେଳେ ରିତେଶଙ୍କୁ ୨୪ବର୍ଷ ଏବଂ ଜେନେଲିଆଙ୍କୁ ୧୬ବର୍ଷ। ହାଇଦ୍ରାବାଦରେ ସୁଟିଂ ସାରିବା ପରେ ମୁମ୍ବାଇ ଫେରିଥିଲେ ରିତେଶ।କିନ୍ତୁ ସେ ଜେନେଲିଆଙ୍କୁ ମିସ୍ କରିବାକୁ ଲାଗିଥିଲେ।ସେପଟେ ଜେନେଲିଆ ବି ଫିଦା ହୋଇଥିଲେ ରିତେଶଙ୍କ ଉପରେ।ମୌକା ଦେଲା ‘ମସ୍ତି’ ଫିଲ୍ମ। ଏକାଠି କାମ କରିବା ଆରମ୍ଭ କରିଥିଲେ ଏହି ଲଭ ବର୍ଡ।ଜୋରସୋରରେ ପ୍ରେମ ଆଗେଇଥିଲା।ଶେଷରେ ଜେନେଲିଆଙ୍କୁ ପ୍ରେମିକାରୁ ପତ୍ନୀ ପଦକୁ ପ୍ରମୋସନ ଦେଇଥିଲେ ରିତେଶ।୨୦୧୨,ଫେବୃୟାରୀ ୩ରେ ସାତଜନ୍ମର ସାଥି ହୋଇଥିଲେ ରିତେଶ-ଜେନେଲିଆ।ଆଶ୍ଚର୍ଯ୍ୟର କଥା ୧୦ବର୍ଷ ଧରି ସେମାନେ ଡେଟ୍ କରିଥିଲେ। କିନ୍ତୁ ମିଡିଆ ଯାଏଁ ପହଞ୍ଚି ପାରିନଥିଲା।Ritesh-Marriage-Pic