Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଦିପୀକା,ଅମିଷା,ଏଶ୍ୱର୍ଯ୍ୟା ଓ ପ୍ରିତୀ ଜିଣ୍ଟା କାହିଁକି କରୀନାଙ୍କୁ କହିବେ Thanks A lot

By admin • March 6, 2019 • ଫିଲ୍ମ
karina

କରୀନା କପୁର ଖାନ୍,ବଲିଉଡର ଏହି ଷ୍ଟାର ଅଭିନେତ୍ରୀଙ୍କ ହାତରେ ଖୁବ କମ ସିନେମା। ତଥାପି ତାଙ୍କର ଲୋକପ୍ରିୟତା କମିନାହିଁ। ୨୦୦୦ରେ ବଲିଉଡରେ ପାଦ ଦେଇଥିବା କରୀନାଙ୍କ ପ୍ରଥମ ଫିଲ୍ମ ଥିଲା ରିଫ୍ୟୁଜି।ଏଥିରୁ କିଛି ଖାସ୍ ସଫଳତା ମିଳିନଥିଲା, କିନ୍ତୁ ଏହାପରେ କରୀନା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।
ସଫଳତାର ସିଡି ଚଢିଥିଲେ କରୀନା। ‘ମୁଝେ କୁଛ ତୁମସେ ହେ କେହେନା’ ଓ ‘କଭି ଖୁସି କଭି ଗମ୍’ ପରି ଫିଲ୍ମରେ ଅଭିନୟ କରିଥିଲେ ବେବୋ। ତେବେ ଏହାରି ଭିତରେ କରୀନା ଏପରି କିଛି ଫିଲ୍ମ ହାତଛଡା କରିଛନ୍ତି ଯାହାକି ପରେ ବ୍ଳକବଷ୍ଟର ସାବ୍ୟସ୍ତ ହୋଇଛି।

କହୋ ନା ପ୍ୟାର ହେ: ହିନ୍ଦୀ ସିନେମାର ବ୍ଲକବଷ୍ଟର ଫିଲ୍ମ କହୋ ନା ପ୍ୟାର ହେ। ଏହା ୨୦୦୦ମସିହାରେ ରିଲିଜ୍ ହୋଇଥିଲା। ନିର୍ଦ୍ଦେଶକ ରାକେଶ ରୋଶନ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ରାକେଶଙ୍କ ପୁଅ ହ୍ରିତିକ୍ ରୋଶନ ଅଭିନୟ କରିଥିଲେ। ଏହା ତାଙ୍କ କ୍ୟାରିୟରର ସବୁଠୁ ହିଟ୍ ଫିଲ୍ମ। ପ୍ରଥମେ ଅମିଷାଙ୍କ ସ୍ଥାନରେ କରୀନାଙ୍କୁ କାଷ୍ଟ କରା ଯାଇଥିଲା। କିନ୍ତୁ କରୀନା ଏହି ବର୍ଷ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ରିଫ୍ୟୁଜିରେ ଡେବ୍ୟୁ କରିଥିଲେ। ଯାହାକି ଫ୍ଲପ୍ ସାବ୍ୟସ୍ତ ହୋଇଥିଲା।

ସେହିପରି କରୀନାଙ୍କୁ ପ୍ରଥମେ ହମ୍ ଦିଲ ଦେ ଚୁକେ ସନମ ପାଇଁ ଅଫର ମିଳିଥିଲା। ସଞ୍ଜୟ ଲୀଳା ବନସାଲୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ବିପୁଳ ଆୟ କରିଥିବା ବେଳେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ସଲମାନଙ୍କ ବିପକ୍ଷରେ ଅଭିନୟ ନକରିବା ପାଇଁ କରୀନା ଫିଲ୍ମଟିକୁ ହାତଛଡା କରିଥିଲେ।

ଶାହାରୁଖଙ୍କ ଅଭିନୀତ ଫିଲ୍ମ କଲ୍ ହୋ ନା ହୋ ସୁପରହିଟ୍ ହୋଇଥିଲା। ଏଥିରେ ନୈନା ଭୂମିକା ପାଇଁ କରୀନାଙ୍କୁ ଅଫର ମିଳିଥିଲା। କିନ୍ତୁ ବେବା ଏହାର ଗ୍ରହଣ କରିନଥିଲେ। ଏହି ଭୂମିକାରେ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ। ଏହା ମଧ୍ୟ ସୁପରହିଟ୍ ହୋଇଥିଲା।

ହମ୍ ଦିଲ୍ ଦେ ଚୁକେ ସନମ ପରେ ସଞ୍ଜୟ ଲୀଳା ବନସାଲୀ ଆଉଥରେ କରୀନାଙ୍କୁ ସୁଯୋଗ ଦେବା ପାଇଁ ଚାହିଁଥିଲେ। ଫିଲ୍ମ ରାମଲୀଲା ପାଇଁ କରୀନାଙ୍କୁ ଅଫର ମିଳିଥିଲା। କିନ୍ତୁ କରୀନା ଏହି ଅଫର ଗ୍ରହଣ କରିନଥିଲା। ଶେଷରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏହି ଫିଲ୍ମରେ ଅଭିନୟ କରିଥିଲେ ଏବଂ ଏହାର ସୁପରହିଟ୍ ମଧ୍ୟ ହୋଇଥିଲା।କ୍ୱିନ୍ ଫିଲ୍ମରେ କଙ୍ଗନାଙ୍କ ଭୂମିକାକୁ ଅନେକ ପ୍ରଶଂସା କରାଯାଇଥିଲା। କିନ୍ତୁ ପ୍ରଥମେ ଏହି ରୋଲଟି ପାଇଁ କରୀନାଙ୍କୁ ଅଫର ମିଳିଥିଲା। କିନ୍ତୁ କାହାଣୀରେ କିଛଇ ଦମ୍ ନଥିବା କହି ସେ ଏହି ଫିଲ୍ମକୁ ନାଁ କରିଥିଲେ। ଏହାପରେ କଙ୍ଗନା ଅଭିନୟ କରିଥିଲେ ଯାହାକୁ ସାରା ଦୁନିଆ ପ୍ରଶଂସା କରିଥିଲା। 

Aishwarya Rai BachchanAmisha PatelDeepika PadukoneKARINA KAPOORPrity Zinta
Tweet
0
ବିଜୁ ପରିବାର ସହ ୪୮ବର୍ଷ ରହିଥିବା କେନ୍ଦ୍ରାପଡ଼ାକୁ ମିଳିବ କି କେନ୍ଦ୍ର କ୍ୟାବିନେଟରେ ସ୍ଥାନ?
ଶଙ୍ଖ ଚିହ୍ନ ବିନା ପୂର୍ବତନ CMଙ୍କ ପୁଅମାନେ ଜିତି ପାରିବେ ତ?

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.