ଆଗାମୀ ଜୁଲାଇ ପହିଲାରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଖାଲି ହେବ। ପ୍ରସନ୍ନ ଆଚାର୍ଯ୍ୟ,ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ସଂସଦୀୟ କାର୍ଯ୍ୟକାଳ ଆଗାମୀ ଜୁଲାଇରେ ସମ୍ପୂର୍ଣ୍ଣ ହେଉଛି। ସଂଖ୍ୟା ଦୃଷ୍ଟିରୁ ଏଥିରୁ ବିଜୁ ଜନତା ଦଳର ପ୍ରାର୍ଥୀମାନେ ୩ଟି ଆସନରେ ସହଜ ସାଧ୍ୟ ଭାବେ ନିର୍ବାଚିତ ହେବେ। ଗତ ବର୍ଷ ଚାରୋଟି ଯାକ ଆସନ ପାଇଁ ବିଜେଡ଼ି ମନୋନିତ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ତେବେ ଗତବର୍ଷ ଅନୁଷ୍ଠିତ ନିର୍ବାଚନରେ ବିଜେଡ଼ି ତାର ଭାଗର ଭୋଟରେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିପାରିଥିଲା।
ଏବେ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ୧୦ଜଣ ସଦସ୍ୟଙ୍କ ମଧ୍ୟରୁ ଜଣ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଅବସର ପରେ ଏହି ସଂଖ୍ୟ ୧କୁ ଖସି ଆସିବ।ଗତ ୨୦୨୦ରେ ଶେଷଥର ହୋଇଥିବା ନିର୍ବାଚନରେ କଳାହାଣ୍ଡିର ସୁଜିତ କୁମାର ବିଜେଡ଼ି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ହେଲେ ୨୦୧୮୨୦୧୯ରେ ଏହି ଜିଲ୍ଲାମାନଙ୍କରୁ ଜଣେ ହେଲେ ଆଶାୟୀ ପ୍ରାର୍ଥୀ ରାଜ୍ୟସଭାର ଟିକଟ ପାଇ ପାରି ନଥିଲେ। ଏଥର ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ପାଇଁ ବିଜେଡ଼ି ଅଗ୍ରାଧିକାର ଦେଇ ଅଧିକ ଆସନ ଦେବ ବୋଲି ଆଲୋଚନା ହେଉଛି। ଅନଂଗ ଉଦୟ ସିଂହଦେଓ, ଅବସରପ୍ରାପ୍ତ IAS ତଥା WODCର ଅଧ୍ୟକ୍ଷ ଅସିତ ତ୍ରୀପାଠି, ଦିଲ୍ଳୀପ ତିର୍କୀ, ପୁଷ୍ପେନ୍ଦ୍ର ସିଂହଦେଓ, ମଙ୍ଗଳା କିଶାନ, ରାସେଶ୍ୱରୀ ପାଣିଗ୍ରାହୀ, ବିମ୍ବାଧର କୁଅଁର, ନଳିନୀ ପ୍ରଧାନଙ୍କ ସହିତ ଜଣେ ବର୍ଷିୟାନ ଶିକ୍ଷାବିତଙ୍କ ନାମ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ହେଉଛି। ବିଜେଡ଼ିର ପ୍ରସନ୍ନ ଆଚାର୍ଯ୍ୟ ଏବଂ ପ୍ରମିଳା ବହିଦାର ପୁନର୍ବାର ମନୋନିତ ହେବାର ସଂଭାବନକୁ ଏଡ଼ାଇ ଦିଆଯାଇ ନପାରେ।

ପ୍ରସନ୍ନ ଆଚାର୍ଯ୍ୟ

ଅନ୍ୟ ପକ୍ଷରେ ବିଜେପି ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଲୋକସଭା ଆସନ ହାସଲ କରିଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏମାନଙ୍କ ଭିତରୁ କେହି ଜାଗା ପାଇନାହାନ୍ତି। ଆଗାମୀ ଦିନରେ  ସମ୍ବଲପୁର ଏବଂ ରାଉରକେଲା ମହାନଗର ନିଗମ,ପୌରସଂସ୍ଥା ଏବଂ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ମଧ୍ୟ ସଂଗଠନକୁ ମଜଭୁତ କରିବା ପାଇଁ ରାଜ୍ୟସଭା ନିର୍ବାଚନ ଜରିଆରେ ରଣନୀତି ପ୍ରସ୍ତୁତ କରିପାରେ। କାରଣ ଏହା ପରେ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଯାଇ ରାଜ୍ୟର ୩ଟି ରାଜ୍ୟସଭା ଆସନ ଖାଲି ହେବ। 
ରାଜ୍ୟସଭାରେ ପଶ୍ଚିମ ଓଡ଼ିଶାର ୨୭ ପ୍ରତିନିଧି
ରାଜ୍ୟସଭାକୁ ୧୯୫୨ ମସିହାରୁ ଆଜି ସୁଦ୍ଧା ଓଡ଼ିଶାରୁ ୧୨୪ ଜଣ ନିର୍ବାଚିତ ହୋଇଛି। ତନ୍ମଧ୍ୟରୁ ୨୭ ଜଣ ପଶ୍ଚିମ ଓଡ଼ିଶା ବାସିନ୍ଦା। ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ୧୧ ଜଣ ଏଠାରୁ ରାଜ୍ୟସଭାକୁ ଯାଇଛନ୍ତି। ଦିଲ୍ଲୀପ ରାୟ ଥରେ ବିଜେଡି ଓ ଥରେ ସ୍ଵାଧୀନ ପ୍ରାର୍ଥୀ ଭାବେ, କଳାହାଣ୍ଡି ବୀର କେଶରୀ ଦେଓ ୨ଥର ଏବଂ ସୁନ୍ଦରଗଡ଼ର ସୁନ୍ଦରମଣି ପଟେଲ ୨ ଥର ଲେଖାଏଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ାର କିଶୋର ମହାନ୍ତି ୩ ବର୍ଷ ପାଇଁ, ଦେବଗଡ଼ର ପତିତପାବନ ପ୍ରଧାନ ୫ ବର୍ଷ, କଳାହାଣ୍ଡିର ଭୁପିନ୍ଦର ସିଂହ ୨ବର୍ଷସମ୍ବଲପୁରର ଶ୍ରଦ୍ଧାକର ସୂପକାର ୩ ବର୍ଷ ଏବଂ ଅନଙ୍ଗ ଉଦୟ ସିଂହଦେଓ ୪ ବର୍ଷ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେହିଭଳି ସୁନ୍ଦରଗଡ଼ର ଦେବାନନ୍ଦ ଅମାତ ମଧ୍ୟ କମ୍ସମୟ ପାଇଁ ରାଜ୍ୟସଭାରେ ଥିଲେ। ଅର୍ଥାତ ଏମାନେ ରାଜ୍ୟସଭାରେ  କାର୍ଯ୍ୟକାଳ ପୁରା କରିପାରି ନାହାନ୍ତି। ରାଜ୍ୟସଭାରେ ଜଣେ ସାଂସଦଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥିବା ବେଳେ ଏହି ୪ ଜଣ ପୂର୍ବ ସଦସ୍ୟ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପୂର୍ବରୁ ସ୍ଥାନ ଖାଲି ପଡ଼ିବାରୁ ଷ୍ଟପ୍ଗ୍ୟାପ ବ୍ୟବସ୍ଥାରେ ନିର୍ବ।ଚିତ ହୋଇଥିଲେ।
ସାଂସଦ                               ମସିହା
ବୋଧରାମ ଦୁବେ                  ୧୯୫୨
ସ୍ଵପ୍ନାନନ୍ଦ ପାଣିଗ୍ରାହୀ              ୧୯୫୪
ହରିହର ପଟେଲ                   ୧୯୫୮
ସୁନ୍ଦରମଣି ପଟେଲ               ୧୯୫୨ଓ ୬୮
ବୈରାଗୀ ଦ୍ୱିବିବେଦୀ             ୧୯୬୦
ସତ୍ୟାନନ୍ଦ ମିଶ୍ର                      ୧୯୬୨
ଶ୍ରଦ୍ଧାକର ସୂପକାର                ୧୯୬୭
ବୀର କିଶୋର ଦେଓ             ୧୯୬୭ ଓ ୧୯୭୦
କୃଷ୍ଣଚନ୍ଦ୍ର ପଣ୍ଡା                       ୧୯୬୮
ସରସ୍ଵତୀ ପ୍ରଧାନ                   ୧୯୭୨
ଦେବାନନ୍ଦ ଅମାତ                 ୧୯୭୩
ନରସିଂହ ପ୍ରସାଦ ନନ୍ଦ           ୧୯୭୬
ପତିତପାବନ ପ୍ରଧାନ            ୧୯୭୭
ଧନେଶ୍ୱର ମାଝି                    ୧୯୭୮
ବନମାଳୀ ବାବୁ                     ୧୯୮୨
ଗଣେଶ୍ୱର କୁସୁମ                  ୧୯୮୪
ମନମୋହନ ମାଥୁର             ୧୯୮୮
ବସ କୁମାର ଦାସ                 ୧୯୯୦
ଫ୍ରିଡ଼ା ଟପ୍ନୋ                        ୧୯୯୬
ସନାତନ ବିଶି                      ୧୯୯୪
ଦିଲ୍ଲୀପ ରାୟ                       ୧୯୯୬ ଓ ୨୦୦୨
ମୋରିସ  କୁଜୁର                  ୧୯୯୬
ସୁରେନ୍ଦ୍ର ଲାଠ                       ୨୦୦୨
ପ୍ରମିଳା ବହିଦାର                  ୨୦୦୨
କିଶୋର ମହାନ୍ତି                 ୨୦୦୬
ମଙ୍ଗଳା କିଶାନ                   ୨୦୦୮
ଦିଲ୍ଲୀପ ତିର୍କୀ                      ୨୦୧୨
ଅନଙ୍ଗ ଉଦୟ ସିଂହଦେଓ   ୨୦୧୪
ଭୁପିନ୍ଦର ସିଂହ                    ୨୦୧୪
ପ୍ରସନ୍ନ ଆଚାର୍ଯ୍ୟ                 ୨୦୧୬
ସୁଜିତ କୁମାର                    ୨୦୨୧
ଏମାନଙ୍କ ମଧ୍ୟରୁ ବନମାଳୀ ବାବୁ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଫ୍ରିଡ଼ା ଟପ୍ନୋ ପୂର୍ବରୁ ବିଧାନସଭା ଓ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହି ୩ ଜଣ ରାଜ୍ୟରେ ମନ୍ତ୍ରୀପଦରେ ମଧ୍ୟ ରହିଥିଲେ।ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନ ବେଳେ କିଭଳି ମାଷ୍ଟର ଷ୍ଟ୍ରୋକ ଦେବେ ତାହା ଦେଖିବାକୁ ବାକି ରହିଲା।