ନାଟୋକୁ ଜେଲେନସ୍କିଙ୍କ ଟାର୍ଗେଟ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଫଳରେ ଧ୍ୱଂସାଭିମୁଖି ପରିସ୍ଥିତି ସୃଷ୍ଟି ହୋଇଛି। ଋଷର ବର୍ବରତା ସୀମା ଲଙ୍ଘିବାରେ ଲାଗିଛି। ୟୁକ୍ରେନ ଉପରେ ଋଷର ଆକ୍ରମଣ ଫଳରେ ୟୁକ୍ରେନ ବାସୀଙ୍କ ଜୀବନ ବିପଦସଙ୍କୁଳ ପରିସ୍ଥିତି ଦେଇ ଗତି କରୁଛି। ୟୁକ୍ରେନର ଅନେକ ସ୍ଥାନରେ ଋଷ ଅରାଜକତା ସୃଷ୍ଟି କରି ଚାଲିଛି। ଅନେକ ସ୍ଥାନକୁ ଋଷ ଧ୍ୱଂସ ମଧ୍ୟ କରିସାରିଲାଣି। ତଥାପି ଋଷର ଦମନଲୀଳା ଜାରି ରହିଛି। ଦିନକୁ ଦିନ ଧ୍ୱସଂସ୍ତୁପରେ ପରିଣତ ହେଉଛି ୟୁକ୍ରେନ୍। ରୁଷର ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶିବାରେ ଲାଗିଛି। ନାଟୋ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା ଯୁଦ୍ଧର ଭୟାବହତା ବୃଦ୍ଧି ପାଇବା ପରେ ଯଦିଓ ନାଟୋରେ ସାମିଲ ହେବାର ଜିଦ୍ ରୁ ଋଷ ଓହରି ସାରିଛି ତଥାପି, ଋଷର ବର୍ବରତାରେ ପୂର୍ଣ୍ଣଛେଦ ନ ପଡିବାରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନେସ୍କି ନାଟୋକୁ ଟାର୍ଗେଟ୍ କରିଛନ୍ତି।

ନାଟୋର ନାଟକ
ସିଧା ସଳଖ ନାଟୋକୁ ଟାର୍ଗେଟ୍ କରିଛନ୍ତି ଜେଲେନେସ୍କି। ନାଟୋ ପକ୍ଷ ସ୍ପଷ୍ଟ କରୁ ବୋଲି ସେ ଦାବୀ ରଖିଛନ୍ତି। ୟୁକ୍ରେନକୁ ସ୍ୱୀକାର କରିବାକୁ ନାଟୋ ପ୍ରସ୍ତୁତ ଅଛି ନା ନାହିଁ ସେ ସମ୍ପର୍କରେ ନାଟୋ ସ୍ପଷ୍ଟ କରିବା ଉଚିତ ବୋଲି ସେ ମତ ରଖିଛନ୍ତି। କାରଣ ନାଟୋ ରୁଷକୁ ଡରୁଛି, ଆଉ ଏହା ହିଁ ପ୍ରକୃତ ସତ । ଏଥିରେ ଲୁଚାଇବାର କିଛି ନାହିଁ ।’ ଦୀର୍ଘ ଦିନ ହେବ ନାଟୋ ସଦସ୍ୟତା ପାଇଁ ଅପେକ୍ଷା କରିଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏପରି ଚରମ ବାଣୀ ଶୁଣାଇ ଦେଇଛନ୍ତି। ଏବେ ନାଟୋ ସଦସ୍ୟତା ପାଇଁ ଆଉ ବ୍ୟାକୁଳ ନ ଥିଲେ ମଧ୍ୟ ଦୁନିଆ ସମ୍ମୁଖରେ ନାଟୋ ନିଜ ପକ୍ଷ ସ୍ପଷ୍ଟ କରୁ ବୋଲି ଜେଲେନସ୍କି ମତ ରଖିଛନ୍ତି।
Connect With Us