ନ୍ୟୁଜ୍/ ପଲିଟିକ୍ସ

ଓଡ଼ିଶା ଉପରେ ନାହିଁ କି ରାହୁଲଙ୍କ ନଜର:ଭାରତ ଯୋଡ଼ୋ ଯାତ୍ରାରୁ ଓଡ଼ିଶା ବାଦ୍

କଂଗ୍ରେସ ତାର ସ୍ଥିତି ସଜାଡ଼ିବାକୁ ପ୍ରୟାସ ଜାରୀ ରଖିଛି। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ରାଜ୍ୟ ରାଜ୍ୟ ବୁଲି ସଂଗଠନ ସଜାଡୁଛି। ୨୪ନିର୍ବାଚନକୁ ଆଖିରେ ରଖି ସକ୍ରିୟ ହେଉଛି କଂଗ୍ରେସ। ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତି ଦିନକୁଦିନ ଶୋଚନୀୟ ହେପବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନ ପରେ ମଧ୍ୟ ଆାଶାନୁରୂପ ଫିଲ୍ଡ ୱାର୍କର ଅଭାବ ଥିବା ବୋଧ ହେଉଛି । ରାଷ୍ଟ୍ରପତି ଭୋଟକୁ ନେଇ କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ  କଂଗ୍ରେସରୁ କରଛଡା ଦେଉଛନ୍ତି। ରାଜ୍ୟ କଂଗ୍ରେସର ସ୍ଥିତି ଏତେଟା ସୁଦୃଢ଼ ନଥିଲା ବେଳେ ଓଡ଼ିଶାମୁହାଁ ହେବା ପରିବର୍ତ୍ତେ  ଓଡ଼ିଶାରୁ ମୁହଁ ଫେରାଉଛନ୍ତି ରାହୁଲ। ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଫେଲ ମାରିବା ପରେ ଏବେ ଦଳ ହାଇକମାଣ୍ଡ ହାତକୁ ଭରସାରେ ରାଜ୍ୟ କଂଗ୍ରେସ  ରହିଥିଲାବେଳେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ତାଲିକାରେ ଓଡିଶାକୁ ସାମିଲ କରାଯାଇନାହିଁ। ଯାହା ରାଜନୀତିର ଭିନ୍ନ ଦିଗକୁ ଇସାରା କରୁଚି।

ଓଡ଼ିଶା ଦଖଲ ପାଇଁ ଅନିଚ୍ଛୁକ କି ରାହୁଲ?
କଂଗ୍ରେସର ସଂଗଠନ ସଜାଡିବାକୁ ମଙ୍ଗ ଧରିଛନ୍ତି ରାହୁଲ। ରାଜ୍ୟରୁ ରାଜ୍ୟ ବୁଲି ଭାରତ ଯୋଡୋ ଯାତ୍ରା ନାଁରେ ଏ ପ୍ରୟାସ ଆରମ୍ଭ ହୋଇଛି। ଭାରତ ଯୋଡୋ ନାଁ ରେ ଆସନ ଯୋଡିବା ପାଇଁ ଚେଷ୍ଟା କରୁଛନ୍ତି। ଲାଭ କ୍ଷତି ୨୪ ବେଳକୁ ଜଣାପଡିବ। ଓଡ଼ିଶାରେ କିନ୍ତୁ ସେ  ଆସନ ଯୋଡିବା ଚକ୍କରରେ ନାହାଁନ୍ତି। ତେଣୁ ଏଠାରେ ଭାରତ ସହ ଯୋଡିବା ଅଭିଯାନ ଦରକାର ନାହିଁ ବୋଲି ଧରି ନେଇଛନ୍ତି ବୋଲି ରାଜନୈତୀକ ଆଲୋଚନା ଚାଲିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ  କଂଗ୍ରେସ ହାଇକମାଣ୍ଡ ବୋଧହୁଏ  ଓଡିଶା ଦଖଲ ପାଇଁ ଇଚ୍ଛୁକ ନାହାନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ଓ ଅଭିଜ୍ଞ ନେତା ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ନଥିବା ସ୍ପଷ୍ଟ ହେଉଛି। ବୋଧହୁଏ ରାହୁଲ ଧରି ନେଇଛନ୍ତି ଯେ, ଓଡ଼ିଶାରେ କଂଗ୍ରେସର ସ୍ଥିତି ଆଉ ସୁଧୁରିବାର ନାହିଁ ସେଥିପାଇଁ ସେ ଏପରି କରୁଥିବା ବିରୋଧି ଚର୍ଚ୍ଚା କରୁଛନ୍ତି। ତେବେ ଆଗକୁ ରାଜ୍ୟ କଂଗ୍ରେସର ସ୍ଥିତି କଣ ରହିବ ଓ କିଭଳି ଇଲେକ୍ସନରେ କଂଗ୍ରେସ ରୋଡମ୍ୟାପ୍ କରିବ ତାହା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

You Might Also Like

No Comments

Leave a Reply