ନ୍ୟୁଜ୍/ ପଲିଟିକ୍ସ

NDA ରୁ  UPA,ଜାଣନ୍ତୁ କାହା ଅମଳରେ କେତେ CBI ରେଡ୍

ଦୁଇ ଦଶନ୍ଧି ଭିତରେ ଉଭୟ NDA ଓ UPA ସରକାର ଅମଳିରେ CBI ରେଡ ଅଧିକମାତ୍ରାରେ ଚାଲିଛି। ବର୍ତ୍ତମାନ ସମୟରେ ଏହା ଏକ ରାଜନୈତୀକ ମୁଦ୍ଧା ପାଲଟିଥିବା ଆଲୋଚନା ମଧ୍ୟ ହେଉଛି। ରାଜନୈତୀକ ଉଦ୍ଧେଶ୍ୟ ପ୍ରଣୋଦିତ ହୋଇ ରେଡ୍ କରାଯାଉଥିବା ବିରୋଧି ଅଭିଯୋଗ ମଧ୍ୟ କରୁଛନ୍ତି। CBI ରେଡକୁ କେହିକେହି ରାଜନୈତୀକ ଅସ୍ତ୍ର ମଧ୍ୟ କହୁଛନ୍ତି। ତେବେ ୟାରି ଭିତରେ CBI ରେଡ୍ ସମ୍ପର୍କିତ ଏକ ତଥ୍ୟ ସାମ୍ନାକୁ ଆସିଛି। ଯାହା କେଉଁ ସରକାର ଅମଳରେ କେତେ CBI ରେଡ୍ ହୋଇଛି ତାହା ବଖାଣୁଛି। ଏ ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ NDA ସରକାର ସମୟରେ  UPA ଶାସନ ଅପେକ୍ଷା ଅଧିକା ରେଡ୍ ହୋଇଛି।

   CBI ରେଡରେ NDA  ଆଗରେ
 ଗତ ୧୮ ବର୍ଷ ମଧ୍ୟରେ, ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଏବଂ ବିଜେପି ସରକ।ର, ୨୦୦ ରୁ ଅଧିକ ପ୍ରମୁଖ ର।ଜନେତ।ଙ୍କ ମଧ୍ୟରୁ ସିବିଆଇ ଜେରା କରିଛି, କାହାକୁ ଗିରଫ କରିଛି ତ ପୁଣି  କାହା ହାତରେ ହାତକଡି ପଡିଛି। ତଥ୍ୟ ଆଧାରରେ ଉଭୟ ସରକାର ଅମଳରେ  ଅତିକମରେ ୮୦% ବିରୋଧୀଙ୍କୁ CBI ଜାଲରେ ଛନ୍ଦିଛି। ୟୁପିଏ ସରକ।ର (୨୦୦୪-୨୦୧୪) ଏବଂ ଏନଡିଏ-୨ ସରକ।ର (୨୦୧୪ରୁ ବର୍ତ୍ତମ।ନ) ସମୟରେ ସିବିଆଇ ସ୍କ।ନରରେ ଅନେକ ନେତା ଆସିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ବିଗତ 18 ବର୍ଷ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ତୁଳନାରେ ବିଜେପି ସରକାର ସମୟରେ CBI ରେଡର ମାତ୍ରା ବଢ଼ିଛି। ୨୦୧୪ ରେ ଏନଡିଏ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରେଡ ତୀବ୍ର ହୋଇଛି। କୋର୍ଟ ରେକର୍ଡ, ଅଫିସିଆଲ୍ ଡକ୍ୟୁମେଣ୍ଟ୍, ଏଜେନ୍ସି ଷ୍ଟେଟମେଣ୍ଟ ଏବଂ ରିପୋର୍ଟର ଇଣ୍ଡିଆନ୍ ଏକ୍ସପ୍ରେସ ଦ୍ୱାରା ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ NDA ଅମଳରେ ରେଡ୍  UPA ଅମଳଠାରୁ ଢ଼େର୍ ବେଶି । UPA ସମୟରେ ରେଡର ପ୍ରତିଶତ 65 ଥିଲାବେଳେ NDA ସରକାର ସମୟରେ ଏହା 95 ପ୍ରତିଶତ ରହିଛି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ୧୦ ବର୍ଷ ତଳେ (୨୦୦୪-୨୦୧୪) ଅନ୍ତତଃ  ପକ୍ଷେ 72ଜଣ  ନେତା ସିବିଆଇ ସ୍କାନରରେ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରୁ 43 ଜଣ (60 ପ୍ରତିଶତ) ବିରୋଧୀ ଦଳର ଥିଲେ। ବିଜେପି ନେତୃତ୍ୱାଧୀନ ଏନଡିଏ-୨ର ଆଠ ବର୍ଷ କ୍ଷମତାରେ ୧୨୪ ଜଣ ପ୍ରମୁଖ ନେତା ସିବିଆଇ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୧୮ ଜଣ ବିରୋଧୀ ଦଳର ଅଟନ୍ତି  ଯାହା ହେଉଛି 95 ପ୍ରତିଶତ। ତେଣୁ ପୁର୍ବ ସସରକାର ଅପେକ୍ଷା ବର୍ତ୍ତମାନର ସରାରଙ୍କ ସମୟରେ CBI ରେଡର ମାତ୍ରା ବଢ଼ିଛି। ଏହାକୁ କେହିକେହି ରାଜନୈତୀକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମଧ୍ୟ ଚର୍ଚ୍ଚା କରୁଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

You Might Also Like

No Comments

Leave a Reply