କାର୍ଗିଲ ଯୁଦ୍ଧରେ ସଫଳତା ସାଉଁଟିବାରେ ବିଶେଷ ସହାୟକ ସାଜିଥିଲା Mig-21। ତାର ଉଡାଣ ହିଁ ଭାରତ ପାଇଁ ଅନେକ ଗୌରବମୟ ଅଧ୍ୟାୟ ଆରିଦେଇଛି। ପାକିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ମଧ୍ୟ Mig-21 ପ୍ରମୁଖ ଭୂମିକା ଲିଭାଇଛି। ମାତ୍ର ଏହାକୁ ନେଇ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଆଉ ଆକାଶରେ ମିଗ୍-୨୧ ଯୁଦ୍ଧ ବିମାନ ଉଡିବନାହିଁ। ୨୦୨୫ ସୁଦ୍ଧା ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ସମସ୍ତ ୪ଟି ମିଗ୍-୨୧ ସ୍କ୍ୱାର୍ଡନ ବନ୍ଦ ହେବ। ମିଗ୍-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍କ୍ୱାର୍ଡନ ବନ୍ଦ ହେବାକୁ ଥିବା ବେଳେ ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ବର୍ଷରେ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
କାହିଁକି ଅବସର ନେବ ଫ୍ଲାଇଙ୍ଗ କଫିନ୍ Mig-21
ମିଗ୍-୨୧ ବିମାନ ଭାରତୀୟ ବାୟୁସେନାରେ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି। କିନ୍ତୁ ଗତ ୬ ଦଶନ୍ଧିରେ ୪ଶହରୁ ଅଧିକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଶହ ପାଇଲଟଙ୍କ ଜୀବନ ଯାଇଛି। ଏଥିପାଇଁ କେହିକେହି ଏହାକୁ ଫ୍ଲାଇଙ୍ଗ କଫିନ୍ ସହ ତୁଳନା ବି କରନ୍ତି। ନଭେମ୍ବର ୨୦୧୨,ଜୁନ୍ ଏବଂ ଜୁଲାଇ ୨୦୧୩ ରେ ମିଗ୍ ୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ସହିତ ଗୋଟିଏ ମିଗ୍ -21 UM, ମିଗ୍ -21 ବିସ୍ ଏବଂ ମିଗ୍ -21 ବିସନ୍ ୨୦୧୪ ରେ ହଜି ଯାଇଥିବା ହେତୁ ସମସ୍ୟା ସୃଷ୍ଟି ହୋଇଥିଲା। ଦୁଇଟି ମିଗ୍ -21 ବିସନ୍ 2015 ଜାନୁଆରୀ ଏବଂ ଅଗଷ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 2016 ରେ ତିନୋଟି MiG-21 ପ୍ରକାର ଦୁର୍ଘଟଣାରେ ଜଡିତ ଥିଲା, 2018 ରେ ମଧ୍ୟ, ଏକ MiG-21 ଏବଂ MiG-21ଦୁର୍ଘଟଣାଗ୍ରସ୍ତ ହୋଇଛି।
ଗତ କିଛି ବର୍ଷ ଧରି ମିଗ୍-୨୧ ଦୁର୍ଘଟଣା ବୃଦ୍ଧି ପାଇବା ପରେ ମିଗ୍-୨୧କୁ ଭାରତୀୟ ସେନାରୁ ଅବସର ଦେବାକୁ ଚିନ୍ତା କରାଯାଉଥିଲା। ଜୁଲାଇ 28 ରେ ରାଜସ୍ଥାନର ବାରମେରରେ ମିଗ୍-୨୧ର ଏକ ଟ୍ରେନର ଏୟାରକ୍ରାଫ୍ଟ ରାଜସ୍ଥାନର ବାରମେର୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇ ପାଇଲଟ୍ ଫ୍ଲାଇଟ ଲେଫ୍ଟନାଣ୍ଟ ଏ. ବାଲା ଓ ଓ୍ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ପରେ ମିଗ୍-୨୧କୁ ଭାରତୀୟ ବାୟୁସେନାରୁ ସେବା ନିବୃତ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।