କେବଳ ରାଜନୀତି ନୁହେଁ ଅଭିନୟ ଜଗତରେ ମଧ୍ୟ ନବୀନ ପଟ୍ଟନାୟକଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି।ହଲିଉଡ୍ ଚଳଚିତ୍ରରେ ଅଭିନୟ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏହିଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ପ୍ରସିଦ୍ଧ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କର ଏକ ପୁସ୍ତକରେ ଏ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି। ଅଭିନୟରେ ରୁଚି ରଖୁଥିବା ନବୀନ ନିଜ ଯୁବାବସ୍ଥା ସମୟରେ ଏକ ଇଂରାଜୀ ଚଳଚିତ୍ରର ଏକ ଛୋଟ ଭୂମିକାରେ ନଜର ଆସିଥିଲେ।

ବିଜୁ ପଟ୍ଟନାୟକ,ନବୀନ ପଟ୍ଟନାୟକ

ନେତା,ଅଭିନେତା ଓ ନବୀନ
ଅପରାଜେୟ ରାଜନୀତିଜ୍ଞ ସାଙ୍ଗକୁ ଅଦମ୍ୟ ଅଭିନେତା ଭାବେ ମଧ୍ୟ ବେଶ୍ ପ୍ରଶିଦ୍ଧ ନବୀନ ପଟ୍ଟନାୟକ ।୧୯୮୮ ମସିହାରେ  ଚଳଚିତ୍ର “ଦ ଡିଭାଇସିୟର୍ସ” ରେ ସେ ଅଭିନୟ କରିଥିବା ନଜର ଆସିଥିଲେ। ମାର୍ଚଣ୍ଡ ଆଇବରୀଙ୍କ ନିର୍ଦେଶିତ ଏହି ଚଳଚିତ୍ରରେ ପ୍ରମୂଖ ଭୂମିକାରେ ଅଭିନୟ କରିଥିଲେ ପର୍ସ ଗ୍ରୋସନ୍ ଓ ସଇ ଜଫ୍ରି।ତେବେ ହଲିଉଡ୍ ଚଳଚିତ୍ରର ଅନେକ କଳାକାର ନବୀନଙ୍କ ଉତ୍ତମ ବନ୍ଧୁ ଥିଲେ। ତାଙ୍କ ଯୁବାବସ୍ଥା ସମୟରେ ସେ ଅନେକ ସମ୍ଭ୍ରାନ୍ତ ବନ୍ଧୁ ଓ ତାଙ୍କ ପାର୍ଟିରେ ଯୋଗ ଦେଉଥିଲେ ନବୀନ। ତେବେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦିଲ୍ଲୀର ସୋସିଆଲ୍ ସର୍କଲରେ ବେଶ୍ ସକ୍ରିୟ ରହୁଥିଲେ ନବୀନ।ସେ ନିଜ ଯୁବକ ସମୟରୁ ପୁସ୍ତକ ଅଧ୍ୟୟନ,ଲେଖିବା ଓ ଫିଲ୍ମ ଆଦିରେ ରୁଚି ରଖୁଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ହେବା ପରେ ସେହି ରଙ୍ଗୀନ ଦୁନିଆକୁ ସବୁଦିନ ପାଇଁ ବିଦାୟ କହି ଦେଇଥିଲେ ନବୀନ ପଟ୍ଟନାୟକ। ଅଭିନେତାରୁ ରାଜନେତା ସାଜି ଓଡିଶାର ଶାସନ ଗାଦିରେ ବସି ଜଣେ ଅଭିଜ୍ଞ ରାଜନେତା ଭାବେ ବେଶ୍ ଜଣାଶୁଣା ନବୀନଙ୍କ ସମ୍ବନ୍ଧରେ ଏଭଳି ଅନେକ ରୋଚକ ତଥ୍ୟ ଲୁଚି ରହିଛି।