odisha-high-court

ଭୁବନେଶ୍ୱରରେ MLA ଆପାର୍ଟମେଣ୍ଟ  ନିର୍ମାଣ ପାଇଁ ବେଧଡକ୍ ଗଛକଟା ଚାଲିଛିବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ରୋକ୍ ଲଗାଇଲେ ହାଇକୋର୍ଟ
କଟାକୁ ବିରୋଧ କରି ମହାନଦୀ ସୁରକ୍ଷା ଅଭିଯାନ କମିଟି,ପ୍ରେରଣା ଓ ଅନେକ ସାମାଜିକ ଅନୁଷ୍ଠାନ ଆନ୍ଦୋଳନକୁ ଓହ୍ଲାଇଥିଲେ। ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା ଓ ବନୀକରଣ ନେଇ ହାଇକୋର୍ଟ ବିସ୍ତୃତ ବିବରଣୀ ମାଗିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ସଚିବ ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନ୍ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଏହା ମଧ୍ୟରେ ଗଛ ନ କାଟିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।