ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଭୁଟାନ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନଗାଦା ପେଲ ଗି ଖୋରଲୋରେ ସମ୍ମାନୀତ କରିଛି।ଭୁଟାନର ପ୍ରଧାନମନ୍ତ୍ରୀ ଲୋଟୟା ଟଶେରିଙ୍ଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।ଭୁଟାନ ତାଙ୍କ ସର୍ତ୍ତମୂଳକ ବନ୍ଧୁତା,ସମର୍ଥନ ଏବଂ ବିଶେଷ କରି କରୋନା ମହାମାରୀ ସମୟରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବା କଥା ସ୍ପଷ୍ଟ କରିଛି।

ନିଆରା କାର୍ଯ୍ୟଶୈଳୀ ପାଇଁ ଚମକୁଛନ୍ତି ମୋଦି।ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ ପାଇଁ ମୋଦୀଙ୍କ ନାମ ଘୋଷଣା କରାଯାଇଥିବା ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ମହାମାରୀ କରୋନା ସମୟରେ ଭାରତ ସରକାର ପଡ଼ୋଶୀ ଭୁଟାନ ସମେତ ଏକାଧିକ ରାଷ୍ଟ୍ରକୁ ଟିକା ପଠାଇ ଚର୍ଚ୍ଚାକୁ ଆସିଥିଲେ।ପଡ଼ୋଶୀ ପ୍ରଥମ ନୀତିରେ ଭାରତ ସରକାର କାମ କରୁଛନ୍ତି।ଏହି କାରଣରୁ ଭୁଟାନ ପକ୍ଷରୁ ମୋଦିଙ୍କ ସହାୟତାକୁ ସମ୍ମାନୀତ କରାଯାଇଛି।ଏହା ପୁର୍ବରୁ ୨୦୧୯ରେ ଋଷ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁ’ ପୁରସ୍କାରରେ ସମ୍ମାନିତ କରିଛି।ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ମୋଦୀଙ୍କୁ ୨୦୧୯ ରେ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାଏଦ୍ ଆୱାର୍ଡ’ ସହିତ ସମ୍ମାନିତ କରିଛି।ଏହିସବୁ ସମ୍ମାନ ଭାରତବାସୀଙ୍କୁ ବେଶ୍ ଉତ୍ସାହିତ କରିଛି।
Connect With Us