ସୁରେଶଙ୍କ ଉପରେ ସନ୍ତୋଷ ନବୀନ: ପୁଣିଥରେ ବଢ଼ିଲା କାର୍ଯ୍ୟକାଳ

ମୁଖ୍ୟ ଶାସନ ସଚିବ ନିଯୁକ୍ତିକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତ କରାଯିବା ଅନୁମାନ କରାଯାଉଥିଲା। ସୁରେଶଙ୍କ ପରେ ମୁଖ୍ୟ ଶାସନ ସଚିବ ପଦବୀରେ ଅଣଓଡ଼ିଆ ଅଫିସର ବସିବା ନେଇ ଅନୁମାନ ମଧ୍ୟ କରାଯାଉଥିଲା। କିଛି ବରିଷ୍ଠ ଆଇଏଏସ ଅଫିସର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଚାପ ସୃଷ୍ଟି କରିବାକୁ ଛୁଟିରେ ରହୁଥିବା ଶୁଣାଯାଉଥିଲା। ରାଜକୁମାର ଶର୍ମା,ମୋନା ଶର୍ମା,ଜି. ଭି.ଭେନୁଗୋପାଲ ରାଜେଶ ବର୍ମାଙ୍କ ସମେତ ପ୍ରଦୀପ ଜେନାଙ୍କ ନାଁ କୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ସରକାର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

ଆଶାୟୀ ଫେଲ୍,ସୁରେଶଙ୍କ ବାଜିମାତ୍
ମୁଖ୍ୟ ଶାସନ ସଚିବ ପଦକୁ ନେଇ ଆଶାୟୀଙ୍କ ଲମ୍ବା ତାଲିକା ସତ୍ୱେ ବାଜି ମାରିଛନ୍ତି ସୁରେଶ ମହାପାତ୍ର। ନବୀନଙ୍କ ଭରଷା ଲିଷ୍ଟରେ ପୁଣି ଥରେ ଆଗରେ ରହିଛନ୍ତି ସୁରେଶ ମହାପାତ୍ର। ବର୍ତ୍ତମାନ ପର୍ଯ୍ୟନ୍ତ ସବୁ କାମ ସରକାରଙ୍କ ନିର୍ଦ୍ଦେଶରେ କରୁଥିବାରୁ ଏକାନ୍ତ ଅନୁଗତକୁ ସରକାର ପୁନଃ କାର୍ଯ୍ୟକାଳ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ଚଳିତ ମାସରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିଲା ପୁଣି ଥରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି।୨୦୨୨ଫେବୃଆରୀରେ ତାଙ୍କ କାର୍ଯ୍ୟକାଳ ସରିଥିଲା। ମାତ୍ର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରି ତାଙ୍କୁ ଆଉ ୬ ମାସ ମୁଖ୍ୟ ଶାସନ ସଚିବ ପଦବୀରେ ସରକାର ବସାଇଥିଲେ। ତାଙ୍କର ଆନୁଗତ୍ୟ ହେତୁ ପୁଣିଥରେ ସରକାର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ୨୦୨୩ ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇ ଦିଆଯାଇଛି। ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ସରକାର କାହିଁକି ପୁଣିଥରେ ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି?କାମ ଦେଉଛି କି ଆନୁଗତ୍ୟ କାର୍ଡ?ଏଭଳି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us