ଦିଲ୍ଲୀ ରାଜନୀତିରେ ହଟଚମକ ସୃଷ୍ଟି ହୋଇଛି। ରାଜନୈତିକ ଉଷ୍ମତା ଭିତରେ ଦଳରେ ଅସନ୍ତୋଷର ନିଆଁ କୁହୁଳିଥିବା ଚର୍ଚ୍ଚା ହେଉଛି। ଆମ୍ ଆଦମୀ ପାର୍ଟୀର ଅନେକ ବିଧାୟକଙ୍କ ସହ ଯୋଗାଯୋଗ ହେଇ ପାରୁ ନଥିବା ସୂଚନା ମିଳୁଛି। ଆପ୍ ସରକାର ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଆପ୍ ଗୁରୁତର ଅଭିଯୋଗ ଆଣିଛି। କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ୨୦ କୋଟି ଟଙ୍କା ଯଚା ଯାଇଥିବା ଆପ୍ ତରପରୁ କୁହାଯାଉଛି। ସହଯୋଗ ନକଲେ ସେମାନଙ୍କ ବିରୋଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମିଳିଛି ବୋଲି ଆପର ଜାତୀୟ ମୁଖପାତ୍ର ସୂଚନା ରଖିଛନ୍ତି। ଏପରି ସମୟରେ ଆପର ବହୁସଂଖ୍ୟକ ବିଧାୟକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ଘଟଣା ରାଜନୀତିର ଭିନ୍ନ ଏକ ଦିଗକୁ ଇସାରା କରୁଛି। ଏନେଇ କେଜ୍ରିୱାଲ ସରକାର ଆସନ୍ତକାଲି ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି।
ଇଡି କବଜାରେ ଦିଲ୍ଲୀ:ବିଧାୟକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ
ବିଜେପି ଓ ଆପର ବାକ୍ ଯୁଦ୍ଧ ମଧ୍ୟରେ ଏକ ନୂଆ ମୋଡ ଦେଖାଯାଇଛି। ଆପର ଏକାଧିକ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଯୋଗାଯୋଗ ହୋଇପାରୁନଥିବା ଜଣାପଡିଛି। ଦିନକ ପୂର୍ବରୁ ଆପ୍ ବିଧାୟକଙ୍କୁ ବିଜେପି ଉଚ୍ଚ ଟଙ୍କାର ଲୋଭ ଦେଖାଇ କିଣିନେବାକୁ ଚାହୁଁଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି କେଜ୍ରିୱାଲ ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଥିବା ଆପ୍ ଅଭିଯୋଗ କରିଛି। ଏଭଳି ସ୍ଥିତିରେ ଅନେକ ବିଧାୟକଙ୍କ ସହ ଯୋଗାଯୋଗ ନ ହେବା ଭିନ୍ନ ଏକ ଦିଗକୁ ଇସାରା କରୁଛି। ଇଡି ଡରରେ ଆପ୍ ବିଧାୟକ କେଜରୀୱାଲଙ୍କ ହାତ ଛାଡିଲେ ଦିଲ୍ଲୀ ସରକାରରେ ଏକ ନୂଆ ମୋଡ ସୃଷ୍ଟି ହେବା ଅନୁମାନ କରାଯାଉଛି। ବିଜେପିର କଥା ନମାନିଲେ ସିସୋଦିୟାଙ୍କ ପରି ମିଛ କେସରେ ପକାଇବାକୁ ଧମକ ଦେଉଥିବା ସଂଜୟ ସିଂ ମତ ରଖିଛନ୍ତି। ଦଳର ସମସ୍ତ ବିଧାୟକଙ୍କୁ ଡକାଇ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ବିଧାୟକଙ୍କୁ ହ୍ୱିପ୍ ମଧ୍ୟ ଜାରି କରାଯାଇଛି। ଏପରି ପରିସ୍ଥିତିରେ ବିଧାୟକଙ୍କ ସହ ଯୋଗାଯୋଗ ହୋଇ ନ ପାରିବା କେଜରୀୱାଲ ଓ ଆପ୍ ସରକାର ପାଇଁ ବିପଦ ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ଖୁବ୍ ଶିଘ୍ର ଦିଲ୍ଲୀ ସରକାର ଆପ୍ ହାତରୁ ଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା