ଜାତୀୟ ସ୍ୱାଧିନତା ସଂଗ୍ରାମର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ରେ ସ୍ଥାପନ ହେବ। ସଶସ୍ତ୍ର ସ୍ୱାଧିନତା ସଂଗ୍ରାମର ନାୟକ ନେତାଜୀଙ୍କର ୧୨୫ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।ଗ୍ରାନାଇଟ୍ରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।କିନ୍ତୁ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ୍ ଷ୍ଟାଚ୍ୟୁ ଲାଗିରହିବ। ଏହି ହୋଲୋଗ୍ରାମ୍ ଷ୍ଟାଚ୍ୟୁ ଆସନ୍ତା ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ଜୟନ୍ତୀ ଅବସରରେ ଲୋକାର୍ପଣ ହେବ।
ମିଶ୍ରଣ ହେଲା ଅମର ଯବାନ ଜ୍ୟୋତି
ଆଜିଠୁ ଇଣ୍ଡିଆ ଗେଟରେ ଜଳିବ ନାହିଁ ଅମର ଯବାନ ଜ୍ୟୋତି। ପୁର୍ବରୁ ଇଣ୍ଡିଆ ଗେଟ୍ ଏବଂ ଜାତୀୟ ଯୁଦ୍ଧ ସ୍ମାରକୀରେ ଏହା ପ୍ରଜ୍ଜ୍ୱଳିତ ହେଉଥିଲା।ଭାରତୀୟ ସେନାର ନିଷ୍ପତ୍ତି ଅନୁସାରେ ଏଣିକି ଇଣ୍ଡିଆ ଗେଟ୍ ବଦଳରେ ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଜ୍ଜ୍ୱଳିତ ହେଉଛି ।୨୦୧୯ ରେ ଜାତୀୟ ସ୍ମାରକୀ ସ୍ଥାପନ ହେଲା।ସେବେଠାରୁ ଏଠାରେ ମଧ୍ୟ ଅମର ଜବାନ ଜ୍ୟୋତି ପ୍ରଜ୍ଜ୍ୱଳିତ ହୋଇଆସୁଛି। କିନ୍ତୁ ୧୯୭୧ ମସିହାରୁ ଗେଟରେ ଅମର ଯବାନ ଜ୍ୟୋତି ପ୍ରଜ୍ଜ୍ୱଳିତ ହେଉଥିଲା ।ପ୍ରଥମ ବିଶ୍ୱଯୁଦ୍ଧରେ ଇଂରେଜଙ୍କ ପାଇଁ ଲଢ଼ିଥିବା ଭାରତୀୟଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍ ନିର୍ମାଣ ହୋଇଥିଲା ପାକିସ୍ତାନ ବିପକ୍ଷରେ ୧୯୭୧ ରେ ଭାରତୀୟ ଜବାନଙ୍କର ବିରାଟ ବିଜୟ ପାଇଁ ଗେଟରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା। ହେଲେ ଭାରତପାଇଁ ପ୍ରାଣବଳୀ ଉତ୍ସର୍ଗ କରୁଥିବା ସୈନୀକଙ୍କ ସ୍ମୃତି ସମ୍ମାନପାଇଁ କୌଣଷି ବି ସ୍ମାରକୀ ନଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୧୯ ରେ ଇଣ୍ଡିଆ ଗେଟ୍ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇ ଅମର ଯବାନ ଜ୍ୟୋତି ପ୍ରଜ୍ୱଳିତ ହୋଇ ଆସୁଥିଲା ।ଉଭୟ ସ୍ଥାନରେ ଅମର ଯବାନ ଜ୍ୟୋତିକୁ ମହାମିଶ୍ରଣ କରାଯାଇଛି।
ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷପୂର୍ତ୍ତି ଅବସରରେ ଏପରି ନିଷ୍ପତ୍ତି ନିଆଯାଇଛି।ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା।ସେହି ଯୁଦ୍ଧରେ ଭାରତୀୟ ବୀର ଯୋଦ୍ଧାମାନେ ବଳିଦାନ ଦେଇଥିଲେ।ଯବାନଙ୍କ ସ୍ମୃତିରେ ଏହାକୁ ଇଣ୍ଡିଆ ଗେଟରେ ନିର୍ମାଣ କରାଯାଇଥିଲା।ତେବେ ରାଜଧାନୀ ଦିଲ୍ଲୀରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟର ଏକ ପରିଚୟ ହୋଇରହିଥିଲା। ଯାହା ଏବେ ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ। ଆଜି ଏକ କାର୍ଯ୍ୟକ୍ରମରେ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଏୟାର ମାର୍ଶଲ ବାଲାଭଦ୍ର ରାଧା କୃଷ୍ଣ ଅଧ୍ୟକ୍ଷତା ଜାତୀୟ ଯୁଦ୍ଧ ମେମୋରିଆଲ୍ ଟର୍ଚ୍ଚ ସହିତ ଏହି ମଶାଲକୁ ମିଶ୍ରଣ କରାଯାଇଛି ।ଗଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ନିଆଁରେ ବିଲୟ କରାଯିବ। ଦୁଇଟି ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇପଡିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂତ୍ରରୁ ପ୍ରକାଶ।ଏହା ମଧ୍ୟ କୁହାଯାଇଛି ଯେ ଯେହେତୁ ଦେଶର ସହିଦମାନଙ୍କ ପାଇଁ ଜାତୀୟ ଯୁଦ୍ଧ ମେମୋରିଆଲ ନିର୍ମାଣ ହୋଇସାରିଛି, ତେଣୁ ଇଣ୍ଡିଆ ଗେଟ୍ ରେ ଅଲଗା ନିଆଁ ଜଳାଯିବା ଉଚିତ ନୁହେଁ।ସେନା ସୂତ୍ରରୁ ପ୍ରକାଶ ଯେ ଜାତୀୟ ଯୁଦ୍ଧ ମେମୋରିଆଲରେ ଶହୀଦଙ୍କ ନାମ ମଧ୍ୟ ରହିଛି ଯାହା ଭାରତ ଫାଟକରେ ଲେଖା ହୋଇଛି।ତେଣୁ ଦୁଇ ଯାଗାରେ ଜ୍ୟୋତି ଜାଳିବା ପରିବର୍ତ୍ତେ ସରକାର ଏହାର ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଙ୍କ ପ୍ରତି ଜାତୀୟ କୃତଜ୍ଞତାର ପ୍ରତୀକ ଭାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଫାଟକରେ ଆସିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଟ୍ୱିଟରରେ ଏହି ଘୋଷଣା କରିଛନ୍ତି।“ଏକ ସମୟରେ ଯେତେବେଳେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରୁଛି, ମୁଁ ଖୁସି ତାଙ୍କ ମହାନ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ରେ ସ୍ଥାପନ ହେବ। ଏହା ତାଙ୍କ ପାଇଁ ଭାରତର ବୀରତ୍ତ୍ୱର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ପ୍ରତିମୂର୍ତ୍ତି ଆସିବା ପର୍ଯ୍ୟନ୍ତ ସମାନ ସ୍ଥାନରେ ଏକ ହୋଲଗ୍ରାମ ଆସିବ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା