ବାପାଙ୍କ ଗଡ ଜଗିଛନ୍ତି ପୁଅ…

ଭାରତୀୟ ରାଜନୀତିରେ ପରିବାରବାଦ ଯେମିତି ଏକ ପରମ୍ପରା ହେଇଗଲାଣି। କ୍ରମାଗତ ଭାବେ ପରିବାରରୁ ବରିଷ୍ଠରୁ କନିଷ୍ଠ ପର୍ଯ୍ୟନ୍ତ ରାଜନୀତିକୁ ପନ୍ଥା ଭାବରେ ଗ୍ରହଣ କରିସାରିଲେଣି ।ରାଜତନ୍ତ୍ର ଭଳି ଗଣତନ୍ତ୍ରରେ ମଧ୍ୟ ସମାନ ପରିସ୍ଥିତି ।ସବୁଠି ପରିବାରବାଦର ଗନ୍ଧ ।ଓଡିଶା ରାଜନୀତିରେ ମଧ୍ୟ ସମାନ ପରିସ୍ଥିତି ।ବିଜୁ ପଟ୍ଟନାୟକଙ୍କ ପରେ ନବୀନ ପଟ୍ଟନାୟକ,ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୁହରି ମହତାବ,ନନ୍ଦୀନି ଶତପଥିଙ୍କ ପୁଅ ତଥାଗତ ଶତପଥୀ ପ୍ରମୁଖ ବାପା ମା ଙ୍କ ଲୋକପ୍ରିୟତାକୁ ସାହାରା କରି ରାଜନୀତିରେ ସ୍ଥିତି ବଜାୟ ରଖିଛନ୍ତି ।ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଏବେ ପିତାଙ୍କ ଗଡ଼ ଜଗିଛନ୍ତି ପୁଅ l ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ବାପାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଓ ରଙ୍ଗେଈଲୁଣ୍ଡା ବ୍ଲକ ସବୁଠି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଚଳାଇଛନ୍ତି ରଣ କୌଶଳ ।ସେହିପରି ପରଜଙ୍ଗ ବିଧାୟକ ନୃସିଂହ ରାଉତଙ୍କ ପୁଅ ଅସିତ ରାଏ ଚୌଧୁରୀ ମଧ୍ୟ ବାପାଙ୍କ ଗଡରେ କରୁଛନ୍ତି ଗୋଟି ଚାଳନାl

ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍
ପଞ୍ଚାୟତ ନିର୍ବାଚନରେ ଷ୍ଟ୍ରାଟେଜି ମେକିଙ୍ଗରେ ବ୍ୟସ୍ତ ଅଛନ୍ତି ନେତାଙ୍କ ପୁଅl ବାପାଙ୍କ ଲମ୍ବା ରାଜନୀତିକୁ ପାଥେୟ କରି ନିର୍ବାଚନ ମଙ୍ଗୁଆଳ ସାଜିବାକୁ ଏବେ ପ୍ରାୟତଃ ବ୍ୟସ୍ତ ।ବିଧାୟକ ପ୍ରଫୁଲ ସାମଲଙ୍କ ବଡପୁଅ ପ୍ରାୟସକାନ୍ତି ଓ ସାନପୁଅ ପ୍ରଣିତ କାନ୍ତି ମଧ୍ୟ ଏହି ନିତି ଆପଣେଇଛନ୍ତିl ଗଲାଥର ଅଙ୍କ ଟିକେ ଗଡବଡ ହୋଉଥିଲା ହେଲେ ଏଥର ଆଉ ସେମିତି ହେବାକୁ ଦେବେନି ବୋଲି କହୁଛନ୍ତି l ଯେହେତୁ ୧୮ ରୁ ୪୦ ବର୍ଷୀୟ ଭୋଟରଙ୍କ ଅଧିକ ପସନ୍ଦ ଯୁବ ନେତୃତ୍ୱ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି l ପଞ୍ଚାୟତ ମୈଦାନରେ ଯୁବ ନେତୃତ୍ୱ କେମିତି ଚକକମ କରୁଛନ୍ତି ତାହା ଅଧିକ ସ୍ପଷ୍ଟ ବଲାଙ୍ଗୀର ଜିଲ୍ଲା ରାଜନୀତିରେ l ସେ ବିଜେଡିର ଟାଣୁଆ ନେତା ଅନଙ୍ଗ ଉଦୟ ସିଂହ ଦେଓଙ୍କ ପୁଅ ଅର୍କେସ ନାରାୟଣ ସିଂହଦେଓ ହୁଅନ୍ତୁ କି ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କିମ୍ବା ଆୟୁବ ଖାନଙ୍କ ପୁଅ ସମସ୍ତେ ଏବେ ବାପାଙ୍କ ଗଡ ଜଗି ନିଜ ପାଇଁ ଲୋକପ୍ରିୟତା ସାଉଁଟୁଛନ୍ତି l
ମୌକା ଦେଇଛି ପଞ୍ଚାୟତ ନିର୍ବାଚନ
ଆଗାମୀ ରାଜନିତିରେ ପାଦ ଥାପିବା ପାଇଁ ଭିତ୍ତିଭୁମି ସଜାଡୁଛନ୍ତି ଯୁବନେତାଗଣ ।ସମସ୍ତେ ବାପାଙ୍କ ଗଡ଼ରେ ପଞ୍ଚାୟତ ନିର୍ବାଚନ ନାଁର ମଙ୍ଗ ନିଜ ପାରୁ ପର୍ଯ୍ୟନ୍ତ ଚଳାଇଛନ୍ତି l ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ବି କିଛି ପଛରେ ନାହାନ୍ତି କିଏ କହୁଛି ବାପାଙ୍କ ବିକାଶ ମୂଳକ କାମ ଓ ଲୋକଙ୍କ ସହ ଥିବା ସମ୍ପର୍କ ବିଜୟର ମାପକାଠି ହେବ ତ ପୁଣି କିଏ କହୁଛି କୋଭିଡ୍ ପାଇଁ ବାପାଙ୍କ ଜାଗାରେ ସେ ଗଡ଼ ସମ୍ଭାଳିଛନ୍ତି l ପଞ୍ଚାୟତ ନିର୍ବାଚନ ରଣ କୌଶଳରେ ନେତାଙ୍କ ପୁଅ ଏବେ ଦାୟିତ୍ୱରେ l ଯାହା ଖାଲି ଗଡ଼ ଜିତିବା ଉଦ୍ୟମରେ ନୁହେଁ କର୍ମୀ ଓ ଭୋଟରଙ୍କ ପାଖରେ ପରବର୍ତ୍ତୀ ପିଢ଼ିକୁ ପରିଚିତ କରିବାକୁ ଦେଇଛି ଉଚିତ ମୌକା ।ତେବେ ଏ ପଞ୍ଚାୟତ ପଲିଟିକ୍ସ କାହା ପାଇର୍ କେତେ ଫଳପ୍ରଦ ହେଉଛି ତାହା ଦେଖିବା ବାକି ରହିଲା।
Connect With Us