ୟୁକ୍ରେନ୍ ଓ ଋଷକୁ ନେଇ ଏବେ ଚିନ୍ତାରେ ସମଗ୍ର ବିଶ୍ୱ। ଅମାପ କ୍ଷୟକ୍ଷତି ସୁଦ୍ଦା ମଧ୍ୟ ୟୁକ୍ରେନ୍-ରୁଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନା ଧରୁନି। ଆକ୍ରମଣର ଜାଲ ବିଛାଇ ଚାଲିଛି ଋଷ। ଏପରିକି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ଋଷ। ଯଦି ଯୁଦ୍ଧରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ମୃତ୍ୟୁ ହୁଏ ତେବେ କଣ ହେବ ଏହି ଦେଶର ଭାଗ୍ୟ? କାହା ହାତରେ ରହିବ ଶାସନ ଡୋରୀ? ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ।
ବିପଦରେ ୟୁକ୍ରେନ୍ ରାଷ୍ଟ୍ରପତି
ୟୁକ୍ରେନ୍ର କହିବା ଅନୁଯାୟୀ ବିପଦରେ ରହିଛି ରାଷ୍ଟ୍ରପତିଙ୍କ ଜୀବନ। ଜେଲେନସ୍କିଙ୍କୁ ହତ୍ୟା ପାଇଁ ଜାଲ ବିଛାଇଛି ରୁଷ। ଜେଲେନସ୍କିଙ୍କ ଅଭିଯୋଗର ସତ୍ୟତା ଥିବା ଥିବା ପଶ୍ଚିମ ସୁରକ୍ଷା ସୂତ୍ରରୁ ସ୍ପଷ୍ଟ କରାଯାଇଛି । ରୁଷର ଏହି ଭଡ଼ାଟିଆ ଆତଙ୍କବାଦୀମାନେ ମସ୍କୋର ଗୁପ୍ତଚର ସହ ଯୋଗାଯୋଗରେ ଅଛନ୍ତି। ଏହି ଗୁପ୍ତଚର ଏବଂ ଆତଙ୍କବାଦୀମାନେ ୟୁକ୍ରେନରେ ନିୟୋଜିତ ଅଛନ୍ତି। ତେବେ ବ୍ଲିଙ୍କେନ କହିଛନ୍ତି ଯେ, ୟୁକ୍ରେନର ନେତୃତ୍ୱ ବେଶ ଉତ୍କୃଷ୍ଟ ଓ ଯୋଜନା ବଦ୍ଧ। ସେ ମଧ୍ୟ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାନା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଜାରି ରଖିବା ପାଇଁ ୟୁକ୍ରେନ୍ ଯୋଜନା କରି ସାରିଛି।
ପ୍ରଶ୍ନ ଘେରରେ ୟୁକ୍ରେନର ଭାଗ୍ୟ
ଋଷର ଟାର୍ଗେଟରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି । ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ ଉଦ୍ୟମ କରିଆସୁଥିବା ସେ ବାରମ୍ବାର କହି ଆସୁଛନ୍ତି। ପୂର୍ବରୁ ତାଙ୍କୁ ହତ୍ୟା ପାଇଁ ରୁଷ ଯୋଜନା କରିଥିବା ଅଭିଯୋଗ ମଧ୍ୟ ଆଣିଥିଲେ।ଯଦି ଏ ଯୋଜନାରେ ଋଷ ସଫଳ ହୁଏ ତେବେ ଆକ୍ରମଣକାରୀ ରୁଷ ୟୁକ୍ରେନ୍କୁ ପୂର୍ବ ଭଳି ନିଜ ଅକ୍ତିଆରକୁ ନେଇଯିବ କି ? ଯୁଦ୍ଧକୁ ନେଇ ଏମିତି ଅନେକ କିଛି ପ୍ରଶ୍ନ ବିଶ୍ୱ ମହଲରେ ଉଙ୍କି ମାରୁଥିବା ବେଳେ ଏହାର ଉତ୍ତର ଆମେରିକା ରଖିଛି। ଅମେରିକା କହିଛି ଯେ, ଯଦି ଜେଲେନସ୍କି ହତ୍ୟାର ଶିକାର ହୁଅନ୍ତି ତେବେ ଶାସନ ବ୍ୟବସ୍ଥା ୟୁକ୍ରେନ୍ ହାତରେ ହିଁ ରହିବ। ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ ଏହା କହିଛନ୍ତି।