ସୋସିଆଲ ମିଡିଆର ଜମାନାରେ ରିଷ୍ଟଓ୍ୱାଚ୍ ଠାରୁ ମୋବାଇଲ୍ ପର୍ଯ୍ୟନ୍ତ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି।ସ୍ମାର୍ଟ ଟେକ୍ନୋଲୋଜି ଯୁଗରେ ଏକ ଭିଡିଓଟି ସୋସିଆଲ ମିଡିଆରେ ବହୁତ ଫାଷ୍ଟ ଭାଇରାଲ ହେବାରେ ଲାଗିଛି।ଭିଡିଓଟି ଅକ୍ଷୟ କୁମାରଙ୍କ ବେଷ୍ଟ ଆକ୍ଟର ଆୱାର୍ଡ ନେବା ସମୟର। ଭିଡିଓରେ ଦେଖିବାକୁ ମିଳୁଛି ଯେ ସେ ଆୱାର୍ଡ ନେବାକୁ ମନା କରୁଛନ୍ତି। ତେବେ କାହିଁକି ମନା କରୁଛନ୍ତି,ଆସନ୍ତୁ ଜାଣିବା…
ଘଟଣାଟି ୨୦୦୯ର।୨୦୦୮ରେ ଅକ୍ଷୟ କୁମାରଙ୍କ ଫିଲ୍ମ ସିଂହ ଇଜ୍ କିଙ୍ଗ ରିଲିଜ ହୋଇଥିଲା।ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ।ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅନିଲ୍ ବଜମୀ।ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା।ଅକ୍ଷୟ କୁମାରଙ୍କ ଅଭିନୟକୁ ପ୍ରଶଂସା କରି କରି ଥକିଲେନି ଫ୍ୟାନ୍ସ। ଦମଦାର ପ୍ରଦର୍ଶନ ପାଇଁ ଅକ୍ଷୟଙ୍କୁ ଷ୍ଟାର୍ ସ୍କ୍ରିନ୍ ଆୱାର୍ଡ୍ସର ବେଷ୍ଟ ଆକ୍ଟର ଆୱାର୍ଡ ମିଳିଲା। କିନ୍ତୁ ଷ୍ଟେଜକୁ ଯିବା ପରେ ଆୱାର୍ଡ ଗ୍ରହଣ କରିବାକୁ ମନା କରିଦେଲେ ଅକ୍ଷୟ କୁମାର।
ଗଜନୀର ଅଭିନୟ ଗଜବ
ଷ୍ଟେଜରେ ଅକ୍ଷୟ କୁମାର କହିଲେ ଯେ ୧୮ବର୍ଷ ଧରି ଏହି ଆୱାର୍ଡକୁ ଅପେକ୍ଷା କରିଥିଲେ।କେବେ ଭାବିନଥିଲେ ଯେ ତାଙ୍କୁ ଏହା ମିଳିବ।ମୁଁ ମୋ ଗୋଟିଏ ହାତରେ ମୋ ସ୍ୱପ୍ନକୁ ଏବଂ ଅନ୍ୟ ହାତରେ ମୋ ପିତାଙ୍କୁ ସ୍ନେହ ଧରିଛି।କିନ୍ତୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି।କିଛି ଦିନ ପୂର୍ବରୁ ମୁଁ ଏକ ଫିଲ୍ମ ଦେଖିଥିଲି ଗଜନୀ।ଏହି ଫିଲ୍ମଟି ଦେଖିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କିଛି ଦିନ ପରେ ଯେତେବେଳେ ମୁଁ ଲଣ୍ଡନରୁ ଫେରୁଥିଲି ସେତେବେଳେ ମୁଁ ମୋ ନିଜ ଫିଲ୍ମ ସିଙ୍ଗ ଇଜ୍ କିଙ୍ଗ ଦେଖିଲି।ମୁଁ ଉଭୟ ଫିଲ୍ମର ଆକ୍ଟରଙ୍କ କାମକୁ ତୁଳନା କଲି। ତା ପରେ ମୁଁ ଜାଣିଲି ଯେ ଚଳିତବର୍ଷର ବେଷ୍ଟ ଆକ୍ଟର ମୁଁ ନୁହେଁ,ଆମିର ଖାନ୍।ଆମିର ଏହି ଫିଲ୍ମରେ ସେହି କାମ କରିଛନ୍ତି ଯାହାକୁ ଐତିହାସିକ କୁହାଯାଇପାରେ।ମୁଁ ସେହି ବ୍ୟକ୍ତିଙ୍କ ଠାରୁ ଏହି ଅଧିକାର ଓ ସମ୍ମାନ ଛଡାଇବାକୁ ଚାହୁଁନି।ମୁଁ ଏହା ମଧ୍ୟ ଜାଣିଛି ଯେ ହୁଏତ ଏହି ଭାଗ୍ୟ ମୋତେ ଆଉ କେବେ ମିଳିନପାରେ।ମୋ ପାଇଁ ଭୋଟିଂ କରିଥିବା ଲୋକମାନଙ୍କୁ ମୁଁ ହୃଦୟରୁ କ୍ଷମା ମାଗିବାକୁ ଚାହୁଁଛି। ଆପଣଙ୍କୁ ଦୁଖିଃତ କରିବା ମୋ ଉଦ୍ଦେଶ୍ୟ ନୁହେଁ। ଭଗବାନ ଓ ଜନତା ଚାହିଁଲେ ମୁଁ ପୁଣି ଏହି ଆୱାର୍ଡ ଜିତି ପାରିବି।କିନ୍ତୁ ଏହା ମୋ ବନ୍ଧୁ ଆମିର ପାଇଁ।
ଆମିରଙ୍କ ଅନୁପସ୍ଥିତରେ ପ୍ରଶଂସା
ତେବେ ସମସ୍ତ ଜାଣନ୍ତି ଆମିର ଆୱାର୍ଡ ଫଙ୍କସନକୁ ଯାଆନ୍ତି ନାହିଁ।ଯେତେବେଳେ ଏହି ଘଟଣା ଘଟିଗଲାସେତେବେଳେ ସେ ସେଠାରେ ଉପସ୍ଥିତ ନଥିଲେ।ତାଙ୍କ ଅଭିନୀତ ଫିଲ୍ମ ଗଜନୀ ଏକ ଟ୍ରାଜିକ୍ ଲଭ୍ ଷ୍ଟୋରୀ।ଏହି ଫିଲ୍ମ ପାଇଁ ଆମିର ବହୁତ ପରିଶ୍ରମ କରିଥିଲେ।ସେ ନିଜ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିଥିଲେ।ତାଙ୍କର ଭୂମିକା ଜଣେ ଏମିତି ବ୍ୟକ୍ତିର ଥିଲା ଯିଏ କି ଜଣେ ବିଜନେସମ୍ୟାନ,କିନ୍ତୁ ମୁଣ୍ଡରେ ଆଘାତ ଲାଗିବାରୁ ପ୍ରତି ୧୫ମିନିଟରେ ସବୁ କିଛି ଭୁଲି ଯାଉଥିଲେ।ଏଥିପାଇଁ ସେ ସବୁ କଥା ମନେରଖିବା ପାଇଁ ନିଜ ଶରୀରରେ ଲେଖିକି ରଖିଥିଲେ।ଏହି ଫିଲ୍ମରେ ଆମିରଙ୍କ ସହିତ ଆସିନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏ.ଆର ମୁରଗାଡୋସ୍।ଗଜନୀ ଭାରତୀୟ ସିନେମା ଇତିହାସରେ ପ୍ରଥମ ଫିଲ୍ମ ଥିଲା ଯାହା ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା।
https://www.facebook.com/page4bollywood/videos/274868630076576/?t=1