Featured/ ନ୍ୟୁଜ୍/ ପଲିଟିକ୍ସ

ନବୀନଙ୍କ ନୀର୍ବାଚନି ଥୋପ!

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର।କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ୧୦୦୦ ଟଙ୍କାର ଆର୍ଥିକ ସହାୟତା
ସରକାର ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବାଣ୍ଟିବା ପାଇଁ ନିର୍ଦ୍ଦେଶ ରହିଛି।କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥିବା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ।ବିଏସକେୱାଇ କାର୍ଡ ନ ଥିଲେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କୁ ବିଚାରକୁ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ନବୀନ ପଟ୍ଟନାୟକ

ବିରୋଧୀଙ୍କ ପାଇଁ ଭାରି ପଡିବନିତ ମାଷ୍ଟରଷ୍ଟ୍ରୋକ୍?
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ହଜାରେ ଟଙ୍କା ଦେଇ ଜନମତକୁ ପ୍ରଭାବିତ କରିବା ପାଇଁ ବିଜେଡି ସରକାର ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି।ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କିଭଳି ପ୍ରତିକ୍ରିୟା ରଖୁଛନ୍ତି,ଓ କଣ ପଦକ୍ଷେପ ନେଉଛନ୍ତି ତାହା   ଉପରେ ଏବେ ସମସ୍ତଙ୍କ ନଜର।

You Might Also Like

No Comments

Leave a Reply