କଡ଼ ଲେଉଟାଉଛି ଇତିହାସ:ବ୍ରିଟେନ ଚଳାଇବେ ଭାରତୀୟ!

କଡ଼ ଲେଉଟେଉଛି ଇତିହାସ। ଯେଉଁ ଦେଶର ଶାସନଭାର ଦିନେ ବ୍ରିଟେନବାସୀଙ୍କ ହାତରେ ଥିଲା ଆଜି ସେ ଦେଶର ଜଣେ ବ୍ୟକ୍ତି ବ୍ରୀଟେନବାସୀଙ୍କୁ ଶାସନ କରିବାର ସମ୍ଭାବନାକୁ ଅନୁମାନ କରାଯାଉଛି। ବ୍ରିଟେନର ଶାସନଭାର ସମ୍ଭାଳି ପାରନ୍ତି ଭାରତୀୟ ବଂଶୋଦ୍ଭବ। ସେ ଆଗରୁ ମଧ୍ୟ ପ୍ରଧାନମନ୍ତ୍ରୀ ରେସରେ ଥଲେ ମାତ୍ର ଲିଜ୍ ଟ୍ରସଙ୍କ ହାତକୁ ଶାସନଭାର ଚାଲି ଯାଇଥିଲା। ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ କିନ୍ତୁ ଏ ପଦବୀ ସମ୍ଭାଳିବାରେ ଅସମର୍ଥ ହୋଇଛନ୍ତି। ତୀବ୍ର ବିରୋଧ ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ବୋରିଶ ଜନଶନଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏବେ ସେ ଇସ୍ତଫା ଦେବାପରେ ପୁଣିଥରେ ବୋରିସ ଜନସନଙ୍କୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।

କାହିଁକି ଇସ୍ତଫା ଦେଉଛନ୍ତି ଲିଜ୍ ଟ୍ରସ୍
ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଇସ୍ତଫା ଦେଇଥିବା ହେତୁ ବୋରିସ ଜନସନଙ୍କ ନାଁ କୁ ନେଇ ଚର୍ଚ୍ଚା ହେଉଛି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ ଧରଣର ଆର୍ଥିକ ଓ ରାଜନୈତୀକ ସଙ୍କଟ ଦେଖାଯିବାରୁ ସେ ଇସ୍ତଫା ଦେଇଚନ୍ତି। ଟ୍ରସ୍ ନିଜର ପ୍ରତିଶ୍ରୁତି ପାଳନ ନ କରିବାରୁ ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିଥିଲେ, ଯାହାକୁ ଦଳର ବରିଷ୍ଠ ସାଂସଦମାନେ ବିରୋଧ କରିଥିଲେ। ତେବେ ତାଙ୍କର ଇସ୍ତଫା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ତେବେ ଇତିହାସ କଡ଼ ଲେଉଟାଇ ଭାରତୀୟଙ୍କୁ ଏକ ସୁଯୋଗ ଦେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us