Padma-Award

ଚଳିତବର୍ଷ ପାଇଁ ପଦ୍ମ ସମ୍ମାନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୧୨ ଜଣଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ ପଦ୍ମ ପୁରସ୍କାର। ୯୪ଜଣଙ୍କୁ ପଦ୍ମଶ୍ରୀ, ୧୪ଜଣଙ୍କୁ ପଦ୍ମ ଭୂଷଣ ଓ ୪ ଜଣଙ୍କୁ ପଦ୍ମ ବିଭୂଷଣ। ତାଲିକାରେ ଅଛନ୍ତି ୯ଜଣ କ୍ରୀଡ଼ାବିତ। ଭାରତର ଲୋକପ୍ରିୟ କ୍ରିକେଟ ପାଇଁ କେବଳ ଗୌତମ ଗମ୍ଭୀରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ବାକି ୮ କ୍ରୀଡ଼ାବିତ କିଏ କିଏ, କଣ ସେମାନଙ୍କର ଉପଲବ୍ଧି ବି ଜାଣିବା ଜରୁରୀ।
ବଛେନ୍ଦ୍ରୀ ପାଲ Bachendri-Pal
ବଛେନ୍ଦ୍ରୀଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ଯାହାଙ୍କ ସଉକ ପର୍ବତ ଚଢ଼ିବା। ୩୫ବର୍ଷ ପୂର୍ବେ ୧୯୮୪ମସିହାରେ ମାଉଣ୍ଟ ଏଭେରେଷ୍ଟ ଚଢ଼ିଥିଲେ ବଛେନ୍ଦ୍ରୀ। ସେ ହୋଇଥିଲେ ପ୍ରଥମ ଭାରତୀୟ ମହିଳା। ସଫଳତା ପରେ ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ। ଏବେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ।
ସୁନୀଲ ଛେତ୍ରିSunil-Chetriଭାରତୀୟ ଫୁଟବଲ ଯୋଦ୍ଧା। ଦେଶର ସର୍ବଶ୍ରେଷ୍ଟ ଷ୍ଟାଇକର ସୁନୀଲ ଛେତ୍ରୀଙ୍କୁ ଚଳିତବର୍ଷ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ମ୍ୟାଚରେ ଗୋଲ୍ ଦେବାରେ ଦ୍ୱିତୀୟ ଫୁଟବଲ ଖେଳାଳି। ଲିଓନେଲ୍ ମେସୀଙ୍କ ଠାରୁ ବି ଉପରେ। ସୁନୀଲ ଛେତ୍ରି ୬୭ଟି ଗୋଲ୍ ଦେଇଥିବା ବେଳେ ମେସୀ ଦେଇଛନ୍ତି ୬୫ଟି ଗୋଲ୍। ତାଙ୍କ ଆଗରେ କେବଳ କ୍ରୀଷ୍ଟିଆନୋ ରୋନାଲ୍ଡୋ ଅଛନ୍ତି।
ବଜରଙ୍ଗ ପୁନିଆBajrang-Puniaaହରିଆଣାର ଏହି କୁସ୍ତି ଯୋଦ୍ଧାଙ୍କ ନାଁ ଶୁଣିଥିବେ ସମସ୍ତେ। ୨୦୧୮ରାଜ୍ୟଗୋଷ୍ଠୀ ଓ ଜାକର୍ତ୍ତା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୬୫କି.ଗ୍ରା ଫ୍ରି-ଷ୍ଟାଇଲ ବର୍ଗରେ ବିଶ୍ୱ ରାଙ୍କିଂରେ ଏକ ନମ୍ବର। ଗତବର୍ଷ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ବଜରଙ୍ଗ ପୁନିଆ। ଏବେ ତାଙ୍କୁ ଖୁସି କରାଯାଇଛି। ମିଳିବ ପଦ୍ମଶ୍ରୀ ପୁରସ୍କାର।
ଶରତ କମଲSarat-Kamalତାମିଲନାଡୁର ଟେବୁଲ ଟେନିସ ଷ୍ଟାର ଶରତ କମଲ। ୮ଥର ନ୍ୟାସନାଲ୍ ଚାମ୍ପିଅନ୍। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ତିନିଟି ମେଡାଲ ନିଜ ନାଁରେ କରିଥିଲେ। ଏସିଆନ୍ ଗେମ୍ସରେ ପଦକ ଆଣିବାରେ ସେ ହୋଇଥିଲେ ପ୍ରଥମ ଭାରତୀୟ। ଶରତ କମଲଙ୍କୁ ବି ଦିଆଯିବ ପଦ୍ମଶ୍ରୀ।
ଦ୍ରୋଣାବଲ୍ଲୀ ହରିକାDronavalli-Harikaଚେସ୍ ତାରକା ଦ୍ରୋଣାବଲ୍ଲୀ ହରିକା। ବିଶ୍ୱନାଥ ଆନନ୍ଦଙ୍କ ଭଳି ଚେସରେ ତାଙ୍କର ଦବଦବା ରହିଛି। ମହିଳା ବିଶ୍ୱ ଚେସ୍ ଚାମ୍ପିଅନସିପରେ ୨୦୧୨, ୨୦୧୫, ୨୦୧୭ରେ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୦୭-୨୦୦୮ରେ ଆନ୍ଧ୍ରପ୍ରଦେଶ ଦ୍ରୋଣାବଲ୍ଲୀଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର। ଏବେ ପଦ୍ମଶ୍ରୀ ସମ୍ମାନର ଅଧିକାରିଣୀ ହେବେ।
ବୋମ୍ବାୟଲା ଦେବୀBombayla-Devi-Laishramତୀରନ୍ଦାଜ ବୋମ୍ବାୟଲୀ ଗତ ବିଶ୍ୱକପରେ ଚମକି ଥିଲେ। ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଦେଶ ପାଇଁ ୪ଥର ସ୍ୱର୍ଣ୍ଣ, ୫ଥର ରୌପ୍ୟ ଓ ୪ଟି ବ୍ରୋଞ୍ଜ ମେଡାଲ ଆଣିଛନ୍ତି।ମାତ୍ର ୧୧ବର୍ଷ ବୟସରୁ ତୀରନ୍ଦାଜ ଖେଳୁଥିବା ଇମ୍ଫାଲର ବୋମ୍ବାୟଲୀଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।
ଅଜୟ ଠାକୁରAjay-Thakurକବାଡ଼ି ଷ୍ଟାର ଅଜୟ ଠାକୁର, ଭାରତୀୟ ଟିମର କ୍ୟାପଟେନ୍।ତାଙ୍କୁ ଚଳିତବର୍ଷ ପ୍ରଦାନ କରାଯିବ ପଦ୍ମଶ୍ରୀ।୨୦୧୪ ଏସିଆଡରେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ ଅଜୟ ଠାକୁର। ହିମାଚଳ ପ୍ରଦେଶ ସରକାର ତାଙ୍କୁ ଡିଏସପି ପଦରେ ନିଯୁକ୍ତି ଦେଇଛନ୍ତି।
ପ୍ରଶାନ୍ତି ସିଂPrashanti-Singhବାସ୍କେଟ ବଲ ଖେଳାଳି ପ୍ରଶାନ୍ତି ସିଂ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକର ଅଧିକାରିଣୀ। ଉତ୍ତରପ୍ରଦେଶ ବାରଣାସୀର ପ୍ରଶାନ୍ତିଙ୍କ ଅନ୍ୟ ତିନି ଭଉଣୀ ବି ବାସ୍କେଟ ବଲ୍ ଖେଳାଳି। ସିଂ ସିଷ୍ଟର ନାମରେ ଜଣାଶୁଣା। ୨୦୧୭ରେ ଭାରତ ସରକାର ପ୍ରଶାନ୍ତିଙ୍କୁ ପ୍ରଦାନ କରିଥିଲେ ଅର୍ଜୁନ ପୁରସ୍କାର। ଉତ୍ତରପ୍ରଦେଶ ସରକାର ତାଙ୍କୁ ରାଣୀ ଲକ୍ଷ୍ମୀବାଈ ବାହାଦୂରୀ ସମ୍ମାନରେ ସମ୍ମାନିତ କରିଥିଲେ। ଏବେ ସରକାର ତାଙ୍କୁ ପ୍ରଦାନ କରିବେ ପଦ୍ମଶ୍ରୀ ସମ୍ମାନ।
ଗୌତମ ଗମ୍ଭୀରGautam-Gambhirଭାରତୀୟ କ୍ରିକେଟର ଏହି ଷ୍ଟାର ଖେଳାଳି ୨୦୧୮ ଡିସେମ୍ୱରରେ କ୍ରିକେଟକୁ ଅଲବିଦା କହିଛନ୍ତି। କିନ୍ତୁ ଏବେ ବି ତାଙ୍କ ସ୍ମରଣୀୟ ଇନିଂସ କ୍ରିକେଟ ଫ୍ୟାନଙ୍କ ମନରୁ ଯାଇନି। ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍,୨୦୧୧ରେ ଦିନିକିଆ ବିଶ୍ୱକପ୍ ଖେଳିଥିଲେ। ୫୮ଟେଷ୍ଟରୁ ୪୧୫୪ରନ୍ ଓ ୧୪୨ଦିନିକିଆ ଖେଳି ସଂଗ୍ରହ କରିଛନ୍ତି ୫୨୩୮ରନ୍। ତାଙ୍କୁ ପ୍ରଦାନ କରାଯିବ ପଦ୍ମଶ୍ରୀ ସମ୍ମାନ।