ସବୁ ଆଶା ଆକାଂକ୍ଷାର ଅନ୍ତ ଘଟି ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଓଡିଶାରେ  ଖାଲି ପଡିଥିବା ଆସନରେ କିଏ ରାଜ୍ୟସଭା ଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ବିଜେଡି ଶିବିରରେ ଏହି ଚର୍ଚ୍ଚା ଜାର୍ ଧରିଛି। ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ଖାତାକୁ ଆସିବା ଏକପ୍ରକାର ନିଶ୍ଚିତ। ଅନେକ ନେତା ଏବେ ରାଜ୍ୟସଭା ଯିବାକୁ ବେଶ୍ ଆଗ୍ରହୀ। ରାଜ୍ୟସଭା ରେସରେ  ଉଭୟ ପୁରୁଣା ଓ ନୂଆ ଚେହେରା ରହିଛି। ମେ’ ୩୧ ସୁଦ୍ଧା ନାମାଙ୍କନ ଦାଖଲ ଓ ଜୁନ ୩ ସୁଦ୍ଧା  ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ।ଜୁନ ୧୦ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନଜାରୀ ରହିବ।୧୦ ତାରିଖ ଅପରାହ୍ଣ ୫ଟାରେ ଫଳାଫଳ ପ୍ରକାଶ ପାଇବ ।ଜୁଲାଇ ୧ରେ ୩ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟଏନ ଭାସ୍କରରାଓଙ୍କ କାର୍ଯ୍ୟକାଳ ସରୁଥିଲାବେଳେ କଟକରେ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାସ ସିଂଙ୍କ ସ୍ଥାନରେ ଜଣଙ୍କୁ ରାଜ୍ୟସଭା ପଠାଇବ।

ଏନ ଭାସ୍କରରାଓ,ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ

ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ
ଆସନ୍ତା ଗୋଟିଏ ମାସ ମଧ୍ୟରେ ଫାଙ୍କା ପଡିଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ ହେବ। ଜୁନ୍ ୧୦ରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବାନେଇ ଘୋଷଣାନାମା ଜାରୀ ହୋଇଛି। କଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।ଜୁନ୍ ୧୩ରେ ସୁବାସଙ୍କ ସ୍ଥାନରେ ଅନ୍ୟ କାହାକୁ ରାଜ୍ୟସଭା ପଠାଇବାକୁ ମଧ୍ୟ ନିର୍ବାଚନ ହେବ। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ଖାତାକୁ ଆସିବା ଏକପ୍ରକାର ନିଶ୍ଚିତ।ସବୁବେଳେ ଶେଷ ପର୍ଯ୍ୟନ୍ତ ସସପେନ୍ସ ରଖି ସରପ୍ରାଇଜ ଦେଉଥିବା ନବୀନ ଏଥର କାହାକୁ ରାଜ୍ୟସଭା ପଠାଇବେ ତାହା ଉପରେ ସମସ୍ତଙ୍କର ନଜର।