Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ବୈଜୟନ୍ତଙ୍କୁ ମହଙ୍ଗା ପଡିଲା କି ?

By admin • September 18, 2018 • ନ୍ୟୁଜ୍, ପଲିଟିକ୍ସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ବୋଧହୁଏ ବୈଜୟନ୍ତ ପଣ୍ଡାଙ୍କୁ ମହଙ୍ଗା ପଡିଲା। ଗତକାଲି(ସେପ୍ଟମ୍ବର ୧୭)ରେ ବୈଜୟନ୍ତ ଓ ତାଙ୍କ ସ୍ତ୍ରୀ ଜଗିମଙ୍ଗତ ପଣ୍ଡା ମୋଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ବୈଜୟନ୍ତଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କ ଘରୋଇ ହେଲିକପ୍ଟର ସିଜ୍ ହୋଇଗଲା। ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଯେ ସେ ଚିଲିକା ଉପରେ ହେଲିକପ୍ଟର ଉଡାଉଥିଲେ । ଗତ ଶନିବାର(ସେପ୍ଟମ୍ବର ୧୫) ବୈଜୟନ୍ତ ପଣ୍ଡା ଓ ତାଙ୍କର ଦୁଇ ଜଣ ବନ୍ଧୁ ଚିଲିକା ଉପରେ ହେଲିକପ୍ଟର ଉଡାଉଥିଲେ ବୋଲି ଅଭିଯୋଗ ହୋଇଛି । ଚିଲିକା ଉନ୍ନୟନ ପ୍ରାଧିକରଣ(ସିଡିଏ)ର ଏସିସିଏଫ ବିନୋଦ ଆଚାର୍ଯ୍ୟ, ଅରଖକୁଦା ସାମୁଦ୍ରିକ ଥାନାରେ ଗତକାଲି(ସେପ୍ଟମ୍ବର ୧୭) ଲିଖିତ ଅଭିଯୋଗ କରିଛନ୍ତି। ସିଡିଏର ଅଭିଯୋଗ ଆଧାରରେ ପୁରୀ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି । ଏସିଆ ମହାଦେଶର ବଡ ଲବଣାକ୍ତ ହ୍ରଦ ଉପରେ କାହିଁକି ହେଲିକପ୍ଟର ଉଡାଇଲେ ବୋଲି ପ୍ରଶ୍ନ କରି ଏସପି ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ପୁରୀ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟରକୁ ସିଜ୍ କରିଛନ୍ତି।

Joy Panda greets Modi

ପୁରୀ ପୋଲିସ ତତ୍ପର

Sarthak-Sarangi-IPS

ଗଣମାଧ୍ୟମ ରିପୋର୍ଟ ଆଧାରରେ ଅଭିଯୋଗ ଦେଇଥିବା ସିଡିଏ ଅଧିକାରୀ ଏଯାଏଁ ଜାଣିନାହାଁନ୍ତି କି ଗତ ଶନିବାର ଚିଲିକା ଉପରେ ବାସ୍ତବରେ ସି-ପ୍ଲେନ ଉଡୁଥିଲା ନା ହେଲିକପ୍ଟର। କୌଣସି ଗଣମାଧ୍ୟମରେ ବୈଜୟନ୍ତ ଚିଲିକା ଉପରେ ହେଲିକପ୍ଟର ଉଡାଉଥିବାର ଖବର ପ୍ରକାଶ ପାଇନାହିଁ କିମ୍ବା ଭିଜୁଆଲ ମଧ୍ୟ ପ୍ରସାରଣ ହୋଇନାହିଁ। ଏପରିକି ଗତ ଶନିବାରର ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣର ବିସ୍ତୃତ ରିପୋର୍ଟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟରୁ କିମ୍ବା ଏଟିସିର ରିପୋର୍ଟକୁ ଆସିବାକୁ ଅପେକ୍ଷା ନକରି ପୋଲିସ କାର୍ଯ୍ୟ ଆରମ୍ଭ କରିଛି।

ଷଡ୍‌ଯନ୍ତ୍ର

.@PandaJay :
“ଶନିବାର କେନ୍ଦ୍ରାପଡ଼ାର ନରଡ଼ା ଗ୍ରାମରେ ଜଣେ ଶୋକସନ୍ତପ୍ତ ମାତାପିତାଙ୍କ ଦୁଃଖରେ ସାଥୀ ହେବା ଲାଗି ହେଲିକପ୍ଟର ଉଡ଼ାଇଥିଲି ଏବଂ ଭୁବନେଶ୍ୱର ବିମାନବନ୍ଦରରେ ସେହି ସମୟରେ ଅବତରଣ କରିଥିଲି, ଯେଉଁ ସମୟରେ ଚିଲିକା ହ୍ରଦରେ ‘ଅବତରଣ’ କରାଯାଇଥିବା ଏଫଆଇଆରରେ ଅଭିଯୋଗ କରାଯାଇଛି। (ଏଟିସି ରେକର୍ଡ ଯାଞ୍ଚ କରାଯାଉ)
1/2

— Baijayant Panda Odia (@Panda_Odia) September 18, 2018


ନିଜ ଟ୍ୱିଟର ପେଜରେ ବୈଜୟନ୍ତ ଲେଖିଛନ୍ତି  ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ତାଙ୍କର ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୁଲିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରାଯାଉଛି । ଗତ ୧୫ତାରିଖ ସାଢେ ୧ଟା ଚିଲିକାରେ ସି-ପ୍ଲେନ ଅବତରଣ କରିଥିବା ଖବର ମିଡିଆରେ ପ୍ରକାଶ ପାଇଥିଲା। କିନ୍ତୁ ଚିଲିକାରେ ହେଲିକପ୍ଟର ଉଡିବା ନେଇ ସୋମବାର ଏତଲା ଦିଆଗଲା । ତେଣୁ ତାଙ୍କ ଫସାଇବାକୁ ସାଂଘାତିକ ଷଡଯନ୍ତ୍ର ରଚା ଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ସେ ଗତ ଶନିବାର ସକାଳ ୮ଟା ୪୫ରେ ବାହାରି ୧୦ଟା ୨୮ରେ କେନ୍ଦ୍ରାପଡାରେ ପହଞ୍ଚିଥିଲେ ଏବଂ ୧୨ଟା ୫୦ରେ ସେଠାରୁ ବାହାରି ୧ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିଥିବା ବୈଜୟନ୍ତ କହିଛନ୍ତି ।

ବାଘଙ୍କ ପ୍ରତି ଅନାଦର

Naveen Patnaik

Photo:Courtesy India Today

ବିଜୁ ଜନତା ଦଳର ସାଂସଦ ଥିଲାବେଳେ ବୈଜୟନ୍ତ ପଣ୍ଡା ସାତକୋଶିଆ ବାଘ ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ ୨୦୦୯ ଓ ୨୦୧୦ ମସିହାରେ ଅନେକ ଥର ହେଲିକପ୍ଟର ଉଡାଇ ଥିବାର ଅଭିଯୋଗ ହୋଇଛି । ପଣ୍ଡା ପରିବାର ମାଲିକାନାରେ ଥିବା ଇମ୍ଫାର ହେଲିକପ୍ଟରକୁ ନିଜେ ବୈଜୟନ୍ତଙ୍କ ଉଡାଉ ଥିବାର ଭିଜୁଆଲ ମିଡିଆରେ ପ୍ରସାରଣ ହେଲା । ରେଜିଷ୍ଟ୍ରେସନ୍ ନମ୍ବର VT-IMF  ଥିବା ହେଲିକପ୍ଟରଟି, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଅତି ତଳେ ବୈଜୟନ୍ତ ଉଡାଉଛନ୍ତି ବୋଲି ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା ।  ଏନେଇ ଓ୍ୱାଇଲଡ୍ ଲାଇଫ୍ ସୋସାଇଟ୍ ଅଫ ଓଡ଼ିଶା ପକ୍ଷରୁ ଅଭିଯୋଗ କରାଗଲା। ହେଲେ ରାଜ୍ୟ ଜଙ୍ଗଲ ବିଭାଗ କିମ୍ବା ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଉଲଙ୍ଘନ କରୁଥିବା ଅଭିଯୋଗରେ ବୈଜୟନ୍ତଙ୍କୁ ଥରେ ବି ପଚାରିଲା ନାହିଁ ବନ ବିଭାଗ।  କିନ୍ତୁ ତତ୍କାଳୀନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଜୟରାମ ରମେଶ ୧୮ଡିସେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ଫଳରେ ବାଧ୍ୟ ହୋଇ ଅନୁଗୋଳ ଡିଏଫଓ ତଦନ୍ତ କରି ୩୧ ଡିସେମ୍ବର ୨୦୧୦ରେ ରିପୋର୍ଟ ଦେଇଥିଲେ। କିନ୍ତୁ ହେଲିକପ୍ଟର ଇମ୍ଫା ରେଜିଷ୍ଟ୍ରେସ ନମ୍ବର VT-IMF ବଦଳରେ ET-IMF ହେଲିକପ୍ଟର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ ଦୁଇ ଥର ଉଡିଛି ବୋଲି ଅନୁଗୋଳ ଡିଏଫଓ ରିପୋର୍ଟ ଦେଲେ । ଆଉ ରେଜିଷ୍ଟ୍ରେସନ ନମ୍ବର ET-IMF ଥିବା ହେଲିକପ୍ଟର ଟି କାହାର ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ପରେ ବେସମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶ ସେହି ହେଲକପ୍ଟର ନମ୍ବର ରେଜିଷ୍ଟ୍ରେସନ ନମ୍ବର VT-IMF କହିଥିଲେ । ହେଲେ ଓଡ଼ିଶା ସରକାର ବୈଜୟନ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।

ହେଲେ ଏବେ ଚିଲିକା ଉପରେ ସତରେ  ବୈଜୟନ୍ତ ହେଲିକପ୍ଟଟର ଉଡାଇଛନ୍ତି କି ନାହିଁ, ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଚିଲିକା ଉନ୍ନୟନ ପ୍ରାଧିକରଣର ଅଭିଯୋଗ ଆଧାରରେ ୧୦ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ।

Tweet
0
ବିଜେପିର ପାଇକ ବିଦ୍ରୋହ କାର୍ଡକୁ କାଉଣ୍ଟର କରିବ ବିଜେଡିର ଭାଗବତ ଟୁଙ୍ଗୀ
ଜୁଏଲଙ୍କ ସ୍ପିଡ୍‌ରେ ବ୍ରେକ ଲଗାଇ ପାରିବେ ଜର୍ଜ ତିର୍କୀ ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.