ପୁରୀରୁ ବନ୍ଦେ ଭାରତ ରେଳ ଚଳାଚଳର ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,ରାଜ୍ୟପାଳ ଗଣେଶୀ ଲାଲ ,ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ଏ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଭିସିରେ ମୁଖ୍ନିୟମନ୍ଜତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। ଅଭିଭାଷଣରେ ଟ୍ରେନର ଉଦାହରଣ ଦେଇ ଡବଲ ଇଞ୍ଜିନ କଥା କହିଛନ୍ତି ଧର୍ମେନ୍ଦ୍ର। ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ଧର୍ମେନ୍ଦ୍ରଙ୍କ କଟାକ୍ଷ
ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନରେ ବି ଡବଲ ଇଞ୍ଜିନ। ଗୋଟିଏ ଆଗରୁ ଟାଣିବ, ଆଉ ଗୋଟିଏ ପଛରୁ ଧକ୍କା ଦେବ। ତେବେ ଯଦି ସେ ପଲିଟିକାଲ ଆନାଲିସିସ କରୁଥାଆନ୍ତି ତ ଆଗକୁ ଟାଣିବା ବଦଳରେ ବିଜେପି ଓ ପଛରୁ ଧକ୍କା ଦେବା ଦଳରେ ବିଜେଡିକୁ କଟାକ୍ଷ କରୁ ଥାଇ ପାରନ୍ତି ବୋଲି ଚର୍ଚ୍ଚା।