Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଶଙ୍ଖ ଚିହ୍ନ ବିନା ପୂର୍ବତନ CMଙ୍କ ପୁଅମାନେ ଜିତି ପାରିବେ ତ?

By admin • March 7, 2019 • ପଲିଟିକ୍ସ
BJD 4 MPs

ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ,ଚାରି ଚାରି ଥର ଲୋକସଭା ସାଂସଦ ତଥାଗତ ସତପଥି।ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ, ଫ୍ୟାମିଲି ଛାପରୁ ବାହାରି ଆସିଲେଣି।ଓଡ଼ିଆ ଖବର କାଗଜ ଧରିତ୍ରୀର ସଂପାଦକ ତଥାଗତଙ୍କ ରହିଛି ସ୍ୱତନ୍ତ୍ର ଇମେଜ୍।ଉଚ୍ଚକୋଟୀର ତର୍କ ପାଇଁ ଲୋକସଭାରେ ବିଜେଡି ପକ୍ଷରୁ ସବୁବେଳେ ପକ୍ଷ ରଖିଥାନ୍ତି ସେ। ହେଲେ ଭୋଟ୍ ରାଜନୀତିକୁ ପ୍ରଭାବିତ କଲାଭଳି ଦକ୍ଷତା ଏବେ ବି ତଥାଗତଙ୍କ ପାଖରେ ଥିଲା ପରି ଲାଗୁନାହିଁ। ଶତପଥୀ ପରିବାରର ଅଭେଦ୍ୟ ଦୁର୍ଗ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ଜିତିବା ପାଇଁ ଆଜି ବି ତଥାଗତ ଏକାକୀ ସକ୍ଷମ ନୁହଁନ୍ତି। ଏଥିପାଇଁ ତାଙ୍କୁ ନିର୍ଭର କରିବାକୁ ପଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ଉପରେ।ଯେମିତି ୧୯୯୦ରେ ବିଜୁ ପଟ୍ଟନାୟକ,ତଥାଗତଙ୍କୁ ବିଧାନସଭାକୁ ଏଣ୍ଟ୍ରି ଦେଇଥିଲେ।ଠିକ୍ ସେମିତି୧୯୯୮ରେ ତଥାଗତଙ୍କୁ ଲୋକସଭାକୁ ଏଣ୍ଟ୍ରି ପାସ୍ ଦେଇଛନ୍ତି ନବୀନ।୧୯୯୦ରେ ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ସଭାପତି ଥିବା ସତ୍ତ୍ୱେ,ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ତଥାଗତ।ଆଉ ଏବେ ବି ନିର୍ବାଚନ ଜିଣିବା ପାଇଁ ନବୀନଙ୍କ ଉପରେ ସଂପୂର୍ଣ୍ଣ ଭରସା କରୁଛନ୍ତି ତଥାଗତ।

ତଥାଗତ ସତପଥି

ସମାନ ଅବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ କ୍ଷେତ୍ରରେ।କଟକ ଲୋକସଭା ଆସନରୁ ଲଗାତାର ୫ଥର ଜିଣିଥିବା ଭର୍ତ୍ତୃହରି ମହତାବ ବିଜେଡି ହାୱାରେ ହିଁ ବିଜୟୀ ହୁଅନ୍ତି।ଯଦିଓ ଲୋକସଭାରେ ଭର୍ତ୍ତୃହରିଙ୍କ ଡିବେଟରେ ଦଳମତ ନିର୍ବିଶେଷରେ ସାଂସଦମାନେ ଶୁଣିଥାନ୍ତି,କିନ୍ତୁ କଟକ ଭୋଟଙ୍କର ଆସ୍ଥାଭାଜନ ହେବା ପାଇଁ ଭର୍ତ୍ତୃହରି ନିର୍ଭର କରନ୍ତି ଶଙ୍ଖ ଚିହ୍ନ ଉପରେ। ଜୀବନରେ କେବେ ନିର୍ବାଚନ ଜିଣି ନଥିବା ଭର୍ତ୍ତୃହରିଙ୍କୁ ପଲିଟିକାଲ୍ ବ୍ରେକ୍ ଦେଇଥିଲେ ନବୀନ ପଟ୍ଟନାୟକ।୧୯୯୮ରୁ ଲଗାତାର୍ ୫ଥର କଟକ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି ସେ।ଓଡ଼ିଶା ନିର୍ମାଣର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କ ଅବଦାନ ଅପେକ୍ଷା,ନବୀନଙ୍କ ସମର୍ଥନ ହିଁ ଭର୍ତ୍ତୃହରିଙ୍କୁ କରାଉଛି ଲୋକସଭାର ସଦସ୍ୟ। 

ଭର୍ତ୍ତୃହରି ମହତାବ

କେବଳ ଓଡ଼ିଶା ନୁହେଁ,ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ନାତୁଣୀ ଜ୍ୱାଇଁ ପିନାକୀ ମିଶ୍ରଙ୍କ କଥା ମଧ୍ୟ ସମାନ।ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ପୁଅ ପିନାକୀ ମଧ୍ୟ ନବୀନଙ୍କ ଶରଣରେ। ଏଥିପାଇଁ ୨୦୦୯ ନିର୍ବାଚନ ଆଗରୁ ନିଜ ରାଜନୈତିକ ଆଦର୍ଶକୁ ବଳି ପକାଇ ଦେଇଥିଲେ ପିନକୀ।ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ଖାସ ଥିବା ପିନାକୀ,କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ।ଯଦିଓ କଂଗ୍ରେସ ଟିକେଟରେ ସେ ୧୯୯୬ରେ ଲୋକସଭାକୁ ଯାଇଥିଲେ,କିନ୍ତୁ ପରବର୍ତ୍ତୀ ସମୟରେ ପରାଜିତ ହେଲେ। ୨୦୦୯ରେ ପ୍ୟାରୀ ମହାପାତ୍ରଙ୍କ ଜରିଆରେ ଶଙ୍ଖନାଦ କରିଥିଲେ ପିନାକୀ। ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପିନାକୀ ମିଶ୍ର,ପୁରୀ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ନବୀନଙ୍କ ଗୁଣଗାନ କଲେ।ନବୀନଙ୍କ ବିନା ସମର୍ଥନରେ ଅଣ କଂଗ୍ରେସର ଗଡ଼ ପୁରୀରୁ ଜିତିବା ଅସମ୍ଭବ ବୋଲି ପିନାକୀ ଭଲ ଭାବେ ଜାଣନ୍ତି। ତେଣୁ ନିଜସ୍ୱ ଜନସମର୍ଥନ ଥାଉ କି ନଥାଉ,ନବୀନ ସାଥିରେ ଥିଲେ ପିନାକୀଙ୍କୁ ପୁରୀରୁ ଜିଣିବାରେ କିଛି ଅସୁବିଧା ନାହିଁ।


ପିନାକୀ ମିଶ୍ର

ଦକ୍ଷିଣ ଓଡ଼ିଶାର ହେଡକ୍ୱାଟର ବ୍ରହ୍ମପୁର ସାଂସଦଙ୍କ କଥା ମଧ୍ୟ ସମାନ। ପ୍ରଥମ ଥର ପାଇଁ କୌଣସି ଅଭିନେତାଙ୍କୁ ସାଂସଦ କରାଇବାର ରିସ୍କ ନେଇଥିଲା ବିଜୁ ଜନତା ଦଳ। ଓଡ଼ିଆ ସିନେମା ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ାଇଥିଲା ବିଜେଡି।ନବୀନଙ୍କ କ୍ୟାମ୍ପେନରେ୨୦୦୯ରେ ପରାଜିତ ହେଲେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ।ଥରେ ନୁହେଁ ଲଗାତର ଦୁଇ ଥର ମିଷ୍ଟଭାଷୀ ଚନ୍ଦ୍ରଶେଖର ସାହୁଙ୍କୁ ହରାଇଲେ ସିଦ୍ଧାନ୍ତ।ତେବେ ସିନେମା ପ୍ରିୟ ବ୍ରହ୍ମପୁର ଭୋଟରଙ୍କ ପୋଷ୍ଟର ବୟ ହେଉଛନ୍ତି ନବୀନ।ତେଣୁ ଆକ୍ସନ ହିରୋ ସିଦ୍ଧାନ୍ତଙ୍କ ଭାଲ୍ୟୁ ରିଲ୍ ଭିତରେ ଅଧିକ,ବ୍ରହ୍ମପୁର ଭୋଟରଙ୍କ ପାଖରେ ନୁହେଁ।
ନବୀନଙ୍କ ବିନା ଏହି ୪ଜଣ ନାମୀ ବିଜେଡି ସାଂସଦ କାହିଁକି ସମ୍ପୂର୍ଣ୍ଣ ବିଜୁ ଜନତା ଦଳର ଅବସ୍ଥା ଯେ ବିଗ୍ ଜିରୋ,ଏକଥା ପଞ୍ଚାୟତ ନିର୍ବାଚନର ଫଳାଫଳ ସ୍ପଷ୍ଟ କରିଛି।୨୦୧୭ପଞ୍ଚାୟତ ନିର୍ବାଚନରେ ନବୀନ ପ୍ରଚାରରୁ ନିଜକୁ ଦୂରେଇ ରଖିବା ଫଳରେ ବିଜେଡିର ଅବସ୍ଥା କଣ ହୋଇଥିଲା,ତାହା ଅଛପା ନାହିଁ।ଅବଶ୍ୟ ଗତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଲଢ଼ି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ୍.ସିଂହଦେଓଙ୍କ ପୁଅ ଏ.ୟୁ.ସିଂହଦେଓ ବଲାଙ୍ଗିରରେ ପରାଜିତ ହୋଇଥିଲେ।ତଥାପି ଏତିକି କୁହାଯାଇ ପାରିବ ବିଜେଡି ହେଉଛି ୱାନ୍ ମ୍ୟାନ୍ ଆର୍ମି।  

Bhartruhari MahtabNaveen PatnaikPinaki MishraSidhanta MohapatraTathagat Satapathy
Tweet
0
ଦିପୀକା,ଅମିଷା,ଏଶ୍ୱର୍ଯ୍ୟା ଓ ପ୍ରିତୀ ଜିଣ୍ଟା କାହିଁକି କରୀନାଙ୍କୁ କହିବେ Thanks A lot
HERO’ର ହିରୋ,ଭିଲେନ୍ ରୋଲରେ ମଧ୍ୟ ଦର୍ଶକଙ୍କ ମନ କିଣିଛନ୍ତି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.