ODISHA 4PHASE

ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେଲା ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର। ଆସନ୍ତା ଏପ୍ରିଲ 11ରୁ 7ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।ତେବେ ଓଡ଼ିଶା ବିଧାନସଭା ଏବଂ ଲୋକସଭା ଆସନ ପାଇଁ 4ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।
ଓଡ଼ିଶାରେ ମତଦାନ ତାରିଖ
1-ଏପ୍ରିଲ 11ରେ 4ଟି ଲୋକସଭା ଓ 28ଟି ବିଧାନସଭା ଆସନ
2-18ଏପ୍ରିଲରେ 5ଟି ଲୋକସଭା ଏବଂ 35ଟି ବିଧାନସଭା ଆସନ
3-ଏପ୍ରିଲ 23ରେ 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନ
4-ଏପ୍ରିଲ 29ରେ 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନ ପାଇଁ ମତଦାନ ହେବ

ତେବେ ଭୋଟ ଗଣନା ଆସନ୍ତା ମେ 23ରେ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନରେ 89କୋଟି 71ଲକ୍ଷ ଭୋଟର ଅଂଶଗ୍ରହଣ କରିବେ। ସେଥି ମଧ୍ୟରୁ ପୁରୁଷ ଭୋଟର 46କୋଟି 50ଲକ୍ଷ,ମହିଳା ଭୋଟର 43କୋଟି 20ଲକ୍ଷ ଏବଂ ଥାର୍ଡ ଜେଣ୍ଡର 33ହଜାର 109 ମତଦାତା ରହିଛନ୍ତି। ଦେଶର 10ଲକ୍ଷ 35ହଜାର 932ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ।
ଚଳିତ ଥର ପ୍ରଥମ ଥର ପାଇଁ ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ସ୍ଥାନ ପାଇବ। ତେବେ ଓଡ଼ିଶାରେ 37ହଜାର 606 ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ପ୍ରାର୍ଥୀଙ୍କ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ହେଲପ୍ ଲାଇନ ନମ୍ବର 1950 ଜାରି କରାଯାଇଛି। ତେବେ 2014ରେ ଓଡ଼ିଶାର ବିଧାନସଭା ଏବଂ 21ଟି ଲୋକସଭା ଆସନ ପାଇଁ 2ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଟିତ ହୋଇଥିଲା।