Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜୁ ଯୁବବାହିନୀର ଫାଇଦା ପାଇବ କି BJD? TISSA ନେଇଥିଲା ନନ୍ଦିନୀଙ୍କ ଚୌକି

By admin • March 11, 2019 • ନ୍ୟୁଜ୍, ପଲିଟିକ୍ସ
BIJU YUBA VAHINI

ବିଜୁ ଯୁବବାହିନୀ ଅଡୁଆ କଲାଣି ବିଜୁ ଜନତା ଦଳକୁ। ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବିଜୁ ଯୁବବାହିନୀର ସଭ୍ୟମାନେ ଗୁଣ୍ଡାଗର୍ଦ୍ଦି କରିଥିଲେ ବୋଲି ଅଭିଯୋଗ ହୋଇଥିଲା।ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ରାୟଗଡ଼ାରେ ଆକ୍ରମଣ ଘଟଣାରେ ମଧ୍ୟ ବିଜୁ ଯୁବ ବାହିନୀକୁ ବହୁ ସମାଲୋଚନା ହୋଇଥିଲା। ବିଜୁ ଯୁବବାହିନୀ ସହ ଗୁଣ୍ଡା ଟ୍ୟାଗ୍ ଲଗାଇ ବିଜେପି-କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।ଆଉ ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଧମକ ଦେଲେଣି ଯେ‘ବିଜୁ ଯୁବବାହିନୀ ସମୟ ଶେଷ ହେଲାଣି’। ବିରୋଧି ଦଳର ନେତାଙ୍କୁ ବିଜୁ ଯୁବବାହିନୀର ସଭ୍ୟମାନେ ବାଡ଼ାଉଛନ୍ତି ବୋଲି ବୈଜୟନ୍ତ ଅଭିଯୋଗ କରୁଛନ୍ତି। ବିଜେପିରେ ମିଶିବା ପରେ କେନ୍ଦ୍ରାପଡ଼ା ପ୍ରଥମ ଗସ୍ତରେ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି ବୈଜୟନ୍ତ

ରାୟଗଡ଼ାରେ ଖାରବେଳଙ୍କୁ ଆକ୍ରମଣ

ତେବେ ୧୫ରୁ ୩୫ବର୍ଷ ପର୍ଯ୍ୟନ୍ତ ଯୁବକଙ୍କୁ ନେଇ ପଞ୍ଚାୟତ ସ୍ତରରୁ ଗଠନ ହୋଇଥିବା ବିଜୁ ଯୁବବାହିନୀକୁ ଗତ ୧୪ମାର୍ଚ୍ଚ ୨୦୧୮ରେ କ୍ୟାବିନେଟ୍ ମୋହର ମିଳିଛି। କାମଚଳା ବଜେଟରେ ବିଜୁ ଯୁବ ବାହିନୀ ପାଇଁ 105 କୋଟିର ବ୍ୟୟ ବରାଦ କରାଯାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧିନରେ ଥିବା ବିଜୁ ଯୁବବାହିନୀ ପାଇଁ ପଞ୍ଚାୟତ ସ୍ତରରୁ କର୍ମକର୍ତ୍ତା ନିଯୁକ୍ତ। କିନ୍ତୁ ବିଜେପି-କଂଗ୍ରେସର ଅଭିଯୋଗ ସରକାରୀ ଅର୍ଥରେ ବିଜୁ ଯୁବବାହିନୀ ଗଠନ ହୋଇଥିଲେ ମଧ୍ୟ ଏହା ବିଜେଡି ପାଇଁ କାର୍ଯ୍ୟ କରୁଛି।
CAGଙ୍କୁ ତଥ୍ୟ ଦେଉ ନାହାଁନ୍ତି
ବିଜୁ ଯୁବବାହିନୀକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।୧-କେଉଁ ଠାରୁ ଅର୍ଥ ଆସୁଛି,୨-ଏହାର ବାର୍ଷିକ ବଜେଟ୍ କେତେ,୩-କେଉଁ ବିଭାଗ ସେହି ଅର୍ଥକୁ ଖର୍ଚ୍ଚ କରୁଛନ୍ତି,୪-ହିତାଧିକାରୀ ଚୟନ ପ୍ରକ୍ରିୟା କଣ ଏବଂ ୫-ଅର୍ଥ ଖର୍ଚ୍ଚର ତଦାରଖ ଓ ସ୍ୱଚ୍ଛତା ଲାଗି କି ପଦକ୍ଷେପ ନିଆଯାଇଛି ବୋଲି ବିଜେପି-କଂଗ୍ରେସ ପ୍ରଶ୍ନ କରୁଛନ୍ତି।

Biju-Yuba-Bahini

ନନ୍ଦିନୀଙ୍କ ସମୟରେ  TISSA!
ଅନ୍ୟପକ୍ଷରେ ପ୍ରାୟ 4 ଦଶନ୍ଧି ପୂର୍ବେ ବିଜୁ ଯୁବବାହିନୀର ଅବିକଳ ରୂପ ଥିଲା TISSA।ତଥାଗତ ଇଣ୍ଟେଲଜେନ୍ସି ସିକ୍ରେଟ୍ ସର୍ଭିସ୍ ଏଜେନ୍ସି-TISSA। ଜରୁରୀ କାଳୀନ ପରିସ୍ଥିତି ସମୟରେ ଓଡ଼ିଶାରେ ନନ୍ଦିନୀ ଶତପଥୀ ସରକାରଙ୍କ ପୋଲିସର ବର୍ବରତା ବଢ଼ି ଯାଇଥିଲା। ବିରୋଧିଙ୍କୁ ଦମନ କରିବାକୁ ପୋଲିସ ସହ ମିଶି ଯାଇଥିଲା ଟିସା(TISSA)। ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ,ସେହି ଟିସା ସଂଗଠନକୁ ଚଳାଉଥିଲେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ନିଜ ଆତ୍ମଜୀବନୀ ସ୍ମୃତି ଓ ଅନୁଭୂତି ପୁସ୍ତକରେ ଲେଖିଛନ୍ତି। ତେବେ ତତ୍କାଳୀନ ସୁପର ପିଏମ୍ ସଞ୍ଜୟ ଗାନ୍ଧିଙ୍କ ଘନିଷ୍ଠ ରାମଚନ୍ଦ୍ର ରଥ,ନନ୍ଦିନୀ ଶତପଥୀଙ୍କୁ ଖାତିର କରୁନଥିଲେ।ସେଥିପାଇଁ ସେ ସମୟରେ ରାମଚନ୍ଦ୍ର ରଥଙ୍କ ନେତୃତ୍ୱାଧିନ ଯୁବ କଂଗ୍ରେସକୁ କାଉଣ୍ଟର କରିବାକୁ ଗଠନ ହୋଇଥିଲା ଟିସା। ତେବେ ଟିସାର ଗୁଣ୍ଡା ଗର୍ଦ୍ଦି ଏତେ ବଢ଼ି ଯାଇଥିଲା ଯେ ନନ୍ଦିନୀଙ୍କ ବିରୋଧି ଭାବେ ଜଣାଶୁଣା ବାଙ୍କବିହାରୀ ଦାସଙ୍କ ଭଳି ନେତା ଭୟରେ ମର୍ଣିଂ ଓ୍ୱାକ କରିବା ବନ୍ଦ କରି ଦେଇଥିଲେ।
ପୋଲିସ ଶିଖାଉଥିଲେ ବନ୍ଧୁକ ଚାଳନା
ନୀଳମଣି ରାଉତରାୟ ନିଜ ଆତ୍ମଜୀବନୀ ପୁସ୍ତକରେ ଲେଖିଛନ୍ତି ଯେ ଗୁଇନ୍ଦା ବିଭାଗ ପରି ଟିସା ମଧ୍ୟ ନେତାଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଥିଲା। ଏପରିକି ପୋଲିସ ଫୋର୍ସ ସହାୟତାରେ ଟିସାର ସଭ୍ୟଙ୍କୁ ବନ୍ଧୁକ ଚାଳନା ଶିଖା ଯାଉଥିଲା। ତତ୍କାଳୀନ ପୋଲିସ ଆଇଜିଙ୍କ ନିର୍ଦ୍ଦେଶରେ ଟିସାର ସଦସ୍ୟ ପୋଲିସ ମାଲଖାନାରୁ ରିଭଲଭର୍ ଓ ଗୁଳି ନେଇ ବ୍ୟବହାର କରୁଥିଲେ। ଗୁଇନ୍ଦା ଖବର ସଂଗ୍ରହ ପାଇଁ ପୋଲିସ ପ୍ରଶାସନକୁ ମିଳୁଥିବା ଅଡିଟ୍ ବାହାରର ଅର୍ଥ, ଟିସା ଲାଗି ବିନିଯୋଗ ହେଉଥିଲା ବେଲି ତଦନ୍ତରୁ ସ୍ପଷ୍ଟ ହୋଇଥିଲା। କଲିକତାର ସମାଜବିରୋଧି ତତ୍ତ୍ୱଙ୍କ ସହ ମିଶି ପାଇପଗନ୍, ଷ୍ଟେନଗନ୍,ରିଭଲଭର ଓ ବୋମା କିଣାଯାଇ ବିରୋଧିଙ୍କୁ ଖତମ କରିଦେବା ଯୋଜନା ଟିସା କରୁଥିବା ଅଭିଯୋଗ ହେଉଥିଲା।

NADIN-SATAPATHY
ନନ୍ଦିନୀ ଶତପଥି

ଇନ୍ଦିରାଙ୍କୁ ଜଣାଇଥିଲେ କାହ୍ନୁ
ଟିସା ବଳରେ ବଳୀୟାନ ନନ୍ଦିନୀ ଶତପଥୀ ନିଜକୁ ଏସିଆର ଉଦିତ ସୂର୍ଯ୍ୟ ଭାବେ ପ୍ରୋଜେକ୍ଟ କରୁଥିଲେ। ସଚିବାଳୟର ପାଚେରୀରେ ମଧ୍ୟ ଏସିଆର ଉଦିତ ସୂର୍ଯ୍ୟ-ନନ୍ଦିନୀ ବୋଲି ଲେଖା ହେଲା।ଶୁଣାଯାଏ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ସେହି ଲେଖାର ଏକ ଫଟୋଚିତ୍ର ଇନ୍ଦିରା ଗାନ୍ଧିଙ୍କୁ ଦେଖାଇ ଟିସାର ଉତ୍ପାତ କଥା ବର୍ଣ୍ଣନା କରିଥିଲେ।ଫଳରେ ସଞ୍ଜୟ ଗାନ୍ଧିଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଓଁ ମେହେଟ୍ଟା ଓଡ଼ିଶା ଆସି ବାସ୍ତବ ଚିତ୍ର ଅନୁଧ୍ୟାନ କରିଥିଲେ।ଆଉ ନନ୍ଦିନୀ ଶତପଥୀଙ୍କୁ ହଟାଇ ବିନାୟକ ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ଗ୍ରହଣ ହୋଇଥିଲା।ଫଳରେ ୧୬ଡିସେମ୍ବର ୧୯୭୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନନ୍ଦିନୀ।ହେଲେ ଇସ୍ତଫା ଦେବାକୁ ଅମଙ୍ଗ ଥିବା ନନ୍ଦିନୀ ଶତପଥୀଙ୍କ ଟିସାକୁ ଲକ୍ଷ୍ୟରେ ରଖି ସେ ସମୟରେ ବିଏସଏଫ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଟ୍ରେନ ଓ ବିମାନରେ ଆସି ଭୁବନେଶ୍ୱର ପହଞ୍ଚିଥିଲେ। ସାବାଡ୍ ହୋଇଥିଲା ଗୁଣ୍ଡା ବାହିନୀ ଟିସା। ନନ୍ଦିନୀ ଶତପଥୀଙ୍କ ଘରେ ପୋଲିସ ରେଡ୍ ପରେ ସ୍ପଷ୍ଟ ହୋଇଥିଲା ଯେ ଗୁଇନ୍ଦା ବିଭାଗର ସମାନ୍ତରାଳ ସଂଗଠନ ଥିଲା ଟିସା।
ଆଉ ଏବେ ବିଜୁ ଯୁବବାହିନୀର ମୁଖ୍ୟ ଅଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ।ରାଜନୈତିକ ହିଂସାକୁ ପ୍ରଶୟ ଦେଉନଥିବା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଚୌକି ଲାଗି, ବିଜୁ ଯୁବବାହିନୀ ଘାତକ ହେବ ନାହିଁ ତ ?

Baijayanta PandaBIJU YUA VAHINIBJDBJPKendrapara
Tweet
0
ମୋହାଲିରେ ଅଷ୍ଟ୍ରେଲିଆ ନୁହେଁ,ଟର୍ଣ୍ଣରଙ୍କ ଠାରୁ ହାରିଗଲା ଇଣ୍ଡିଆ
ରିଚାର୍ଡସଙ୍କ ସେହି ବିସ୍ଫୋରକ ଇନିଂସ ଯୋଗୁ ସଚିନ-ସେହଓ୍ୱାଗ ଫ୍ୟାନ୍ ହୋଇଗଲେ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.