ଉଦ୍ଘାଟନ ହୋଇଛି ଭାରତର ନୂଆ ସଂସଦ ଭବନ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଦେଶର ପ୍ରମୁଖ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦ୍ଘାଟନ କରିଛନ୍ତି। ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣରେ ନୂଆ ସଂସଦ ଭବନର ଉଦ୍ଘାଟନ ହୋଇଛି। ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୫ଟି ଦଳର ନେତା ସମର୍ଥନ କରିଥିଲା ବେଳେ ୨୧ଟି ଦଳର ନେତା ବର୍ଜନ କରିଛନ୍ତି।
ସବରକରଙ୍କ ସହିତ ସଂସଦ ଭବନର ସମ୍ପର୍କ କ’ଣ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେବି କିଛି ନିଷ୍ପତ୍ତି ନେଇଛନ୍ତି ସବୁଥିରେ କିଛି ନା କିଛି ଅଲଗା ପଣ ରହିଥାଏ। ବିଶେଷକରି ମହାପୁରୁଷଙ୍କୁ ଉଚିତ ସମ୍ମାନ ଦେବା ପରିପ୍ରେପ୍ରେକ୍ଷିରେ ମୋଦୀଙ୍କ ଚିନ୍ତାଧାରା ସ୍ୱତନ୍ତ୍ର। ସର୍ଦ୍ଦାର ପଟେଲଙ୍କ ବିଶାଳକାୟ ପ୍ରତିମୁର୍ତ୍ତି ସ୍ଥାପନ,ଦୀଲ୍ଲିରେ ନେତାଜି ସୁଭାଷ ବୋଷଙ୍କ ଷ୍ଟାଚ୍ୟୁ ଆଦି କାର୍ଯ୍ୟକ୍ରମ ହାତକୁ ନେଇ ନିଆରା ପଣର ପରିଚୟ ଦେଇଛନ୍ତି ମୋଦି। ତେବେ ୧୮୮୩ ମସିହା ମେ’ ୨୮ରେ ବୀର ସବରକରଙ୍କ ଜନ୍ମଦିନ ହୋଇଥିବାରୁ ଏବଂ ତାଙ୍କର ଜନ୍ମ ଜୟନ୍ତୀ ଥିବାରୁ ତାଙ୍କୁ ଟ୍ରୀବୁଟ ଦେବାକୁ ମୋଦି ଏହି ତାରିଖ ଚୟନ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏମିତିରେ ବି ବିଜେପି ହିନ୍ଦୁତ୍ୱକୁ ଅଧିକ ସମର୍ଥନ କରିଥିବାରୁ ଓ ସବରକର ହିନ୍ଦୁ ମହାସଭାର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ଏ କଥାର ସତ୍ୟତା ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ବୀର ସବରକରଙ୍କର ସ୍ୱାଧିନତା ସଂଗ୍ରାମରେ ସ୍ୱତନ୍ତ୍ର ଭୂମିକା ଥିବାରୁ ଏହା ସତ ହୋଇ ଥାଇପାରେ। ଏମିତିରେ ବି ସଂସଦ ଭବନ ଉଦ୍ଘାଟନ ପୁର୍ବରୁ ମୋଦି ସବରକରଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଯାହା ଆଲୋଚନାକୁ ଖୋରାକ ଯୋଗାଉଛି।