ସେଲିବ୍ରିଟିଙ୍କ ପାଇଁ ନାହିଁ ବିବାହ ବୟସ, କିଏ ୪୨ ଓ କିଏ ୬୦ରେ ପାଇଛି ଲାଇଫ ପାର୍ଟନର

କୁହାଯାଏ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ। ବିବାହକୁ ଜୀବନରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବିଚାର ବୋଲି ଧରାଯାଏ। କାରଣ ବିବାହର ଭୁଲ୍ ନିଷ୍ପତ୍ତି କେବଳ ଦୁଇଟି ଜୀବନ ନୁହେଁ, ଦୁଇଟି ପରିବାରର ଭବିଷ୍ୟତକୁ ବି ନଷ୍ଟ କରିଦିଏ। ସେହିପରି ବିବାହର ଗୋଟିଏ ନିର୍ଦ୍ଦିଷ୍ଟ ବୟସସୀମା ବି ରହିଛି। କିଏ କେମିତି ବୁଝୁଛି ସେଇଠା ଭିନ୍ନ କଥା। ଯେମିତି ଝିଅମାନେ ୩୦ ବର୍ଷ ଭିତରେ ବିବାହ କଲେ ଭଲ। କିନ୍ତୁ ବଲିଉଡ ସେଲିବ୍ରିଟିଙ୍କୁ ବିବାହ ପାଇଁ ବୟସର ମାନେ କିଛି ନୁହେଁ ବୋଧେ। ଯେତେବେଳେ ମନ ହେଲା ବିବାହ କଲେ। ବଲିଉଡର ଏମିତି କିଛି ହିରୋଇନ, ଯେଉଁମାନେ ୪୦ବର୍ଷ ପାର ହେବା ପରେ ବିବାହ କରିଛନ୍ତି। ଦାଦି-ନାନୀ ବୟସରେ ଲାଇଫ ପାର୍ଟିନର ଖୋଜିଛନ୍ତି।
ଉର୍ମିଲା ମାତୋଣ୍ଡକରବଲିଉଡର ରଙ୍ଗିଲା ଗର୍ଲ ଉର୍ମିଲା। ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ତାଙ୍କ ଜମାନାରେ ଗ୍ଲାମର ବିୟୁଟି ଉର୍ମିଲା। ୩୫ ଟପିବା ପରେ ବି ବିବାହ କଥା ମନକୁ ଆଣି ନଥିଲେ। ଶେଷରେ ୪୦ ଟପିବା ପରେ ଜୀବନସାଥି ଖୋଜିଥିଲେ। ୨୦୧୬ରେ କାହା ଘରର ବୋହୂ ହୋଇଥିଲେ ଉର୍ମିଲା। ୪୨ ବର୍ଷ ବୟସରେ ବିବାହ କରିଥିଲେ ମଡେଲ୍ ମୋହସିନ୍ ଅଖତର ମୀରଙ୍କୁ। ସେମାନଙ୍କର ବିବାହକୁ ଦୁଇ ବର୍ଷ ବିତି ସାରିଲାଣି। ଫ୍ୟାନ୍ ଏବେ ଅପେକ୍ଷା କରିଛନ୍ତି କେବେ ଖୁସି ଖବର ଦେବେ ଉର୍ମିଲା। ମାନେ, ମାଆ ହେବେ।
ପ୍ରୀତି ଜିଣ୍ଟାବଲିଉଡର ଡିମ୍ପଲ୍ ଗର୍ଲ ପ୍ରୀତି ଜିଣ୍ଟା। ଗ୍ଲାମର ଖସିଗଲା ଓ ବୟସ ଗଡ଼ିଗଲା ପରେ ବିବାହ କରିଛନ୍ତି। ଆମେରିକୀୟ ବାସିନ୍ଦା ଜେନେ ଗୁଡଇନଫ ତାଙ୍କ ସ୍ୱାମୀ। ବହୁ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ। ତାପରେ ନିଷ୍ପତ୍ତି ନେଲେ ବିବାହ କରିବେ ବୋଲି। ପ୍ରୀତି ୪୧ ବର୍ଷ ବୟସରେ ନିଜଠାରୁ ୧୦ବର୍ଷ ସାନ ଜେନେଙ୍କ ଘରଣୀ ସାଜିଥିଲେ। ୨୦୧୫ ଫେବ୍ରୁଆରାରେ ଆମେରିକାରେ ବିବାହ କରିଥିଲେ ପ୍ରୀତି ଓ ଜିନ।
ନୀନା ଗୁପ୍ତା୮୦ ଦଶକର ନାୟିକା ନୀନା ଗୁପ୍ତା। ଏକଦା ଓ୍ୱେଷ୍ଟଇଣ୍ଡିଜର କିମ୍ୱଦନ୍ତୀ କ୍ରିକେଟର ଭିଭିଆନ୍ ରିଚାର୍ଡଙ୍କ ପ୍ରେମରେ ପଡ଼ିଥିଲେ। ୧୯୮୦ରେ ନିଜ ଟିମ୍ ସହ ଭିଭିଆନ୍ ରାଚାର୍ଡ ଯେତେବେଳେ ଭାରତ ଆସିଥିଲେ, ଗୋଟିଏ ପାର୍ଟିରେ ତାଙ୍କର ନୀନାଙ୍କ ସହ ଭେଟ ହୋଇଥିଲା। ପ୍ରଥମ ଦେଖାରେ ପ୍ରେମ ହୋଇଗଲା। କିନ୍ତୁ ଅସୁବିଧା ଥିଲା ଭିଭିଆନ୍ ବିବାହିତ ଥିଲେ। ତେଣୁ ଅଧାରେ କବର ନେଇଥିଲା ନୀନା-ଭିଭିଆନଙ୍କ ପ୍ରେମ କାହାଣୀ। ୨୦୦୨ରେ ନୀନାଙ୍କୁ ଦେଖା ହୁଏ ଦିଲ୍ଲୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିବେକ ମେହେରାଙ୍କ ସହ। ମନ ମିଶିବା ପରେ ଏକାଠି ୬ବର୍ଷ ରହିଲେ। ଶେଷରେ ୨୦୦୮ରେ ନୀନା ୪୯ବର୍ଷ ବୟସରେ ବିବେକ ମେହରାଙ୍କ ଲାଇଫ ପାର୍ଟନର ସାଜିଥିଲେ।
ସୁହାସିନୀ ମୁଲେସୁହାସିନୀ ବଲିଉଡ ଓ ଛୋଟ ପରଦାର ପରିଚିତ ଚେହେରା। ୬୦ବର୍ଷ ବୟସରେ ସେ ବିବାହ କରିଥିଲେ। ଯେଉଁ ବୟସରେ ଲୋକ ନାତି ନାତୁଣୀ ଖେଳାଉଛନ୍ତି, ସେହି ବସୟରେ ସ୍ୱାମୀ ଖୋଜିଥିଲେ ସୁହାସିନୀ। ୨୦୧୧ରେ ମୁମ୍ୱାଇର ଡାକ୍ତର ଅତୁଲ ଗୁର୍ଟୁଙ୍କ ସହଧର୍ମିଣୀ ହୋଇଥିଲେ ସୁହାସିନୀ। ତାଙ୍କର ଏଭଳି ନିଷ୍ପତ୍ତି କଥା ଯିଏ ଶୁଣିଲେ ସେତେବେଳେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ। ସୁହାସିନୀଙ୍କର ଫେସବୁକ ଫ୍ରେଣ୍ଡ ଥିଲେ ଅତୁଲ। ଚାଟିଂରୁ ପ୍ରେମ ଓ ପରେ ବିବାହ ହୋଇଥିଲା। ସୁହାସିନୀ ପ୍ରମାଣ କରି ଦେଖାଇଛନ୍ତି ଯେ, ପ୍ରେମ ଓ ବିବାହ ପାଇଁ ବୟସରେ କୌଣସି ବାଉଣ୍ଡ୍ରି ଲାଇନ୍ ନାହିଁ। ସ୍ୱପ୍ନ ସାକାର କରିବାର ଏକ୍ସପାରୀ ଡେଟ୍ ବି ନାହିଁ।
ଲିସା ରେଫିଲ୍ମ ‘କସୁର’ରୁ ବଲିଉଡରେ ଏଣ୍ଟ୍ରି ମାରିଥିଲେ କାନାଡିଆନ୍ ମଡେଲ ଲିସା ରେ। ମାରାତ୍ମକ କ୍ୟାନସର ସହ ଲଢ଼ି ଏବେ ସୁସ୍ଥ ଜୀବନ ଜିଉଁଛନ୍ତି। ୨୦୦୯ରେ ଲିସା କ୍ୟାନସର କବଳକୁ ଆସିଥିଲେ। ୨୦୧୦ରେ ସେ କ୍ୟାନସର ସହ ଲଢ଼େଇରେ ଜିତିଥିଲେ। ପରେ ୨୦୧୨ରେ ୪୧ ବର୍ଷ ବୟସରେ ଜାସନ୍ ଦେହନୀଙ୍କୁ ବିବାହ କରିଥିଲେ ଲିସା। ସେ ଏବେ ଦୁଇ ପିଲାଙ୍କ ମାଆ। ସରୋଗେସୀ ଦ୍ୱାରା ସେ ଯାଆଁଳା ପିଲାଙ୍କ ମାଆ ହୋଇଛନ୍ତି।
Connect With Us