Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ତୈଳ ଦର ବୃଦ୍ଧିରୁ ଓଡ଼ିଶା ଲାଭାନ୍ୱିତ; କିନ୍ତୁ କଂଗ୍ରେସ ଦେଇଛି ଭାରତ ବନ୍ଦର ଡାକରା

By admin • September 9, 2018 • ପଲିଟିକ୍ସ

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସୋମବାର ଭାରତ ବନ୍ଦ ଡାକରା। ସୋମବାର ସକାଳ 6ରୁ ଅପରାହ୍ନ 3ଟା ଯାଏଁ ଦୋକାନ ବଜାର, ସରକାରୀ ଅଫିସ ଓ ଟ୍ରେନ-ବସ ଚଳାଚଳ ପ୍ରଭାବିତ ହୋଇଛି । ତେବେ ଆମ୍ବୁଲାନ୍ସ ସେବା ଓ ମେଡିସିନ୍ ଷ୍ଟୋର ପରି ଅତ୍ୟାବଶ୍ୟକ ସେବାକୁ ଭାରତ ବନ୍ଦରୁ ବାଦ ଦେଇଛି କଂଗ୍ରେସ ପାର୍ଟି । କଂଗ୍ରେସର ଯୁକ୍ତି ବିଶ୍ୱ ବଜାରରେ ଅଶୌଧିତ ତୈଳ ଦର ନିୟନ୍ତ୍ରଣ ଥିଲାବେଳେ ପେଟ୍ରୋଲ ଲିଟର କାହିଁକି 80ଟଙ୍କା ଛୁଇଁଲାଣି ?  ସେହିପରି ଡିଜେଲ ଦର ବଢି ଏବେ ଲିଟର ପିଛା 76ଟଙ୍କା ହେଲାଣି। ପେଟ୍ରୋଲ-ଡିଜେଲ ଦର କମାଇବା ସହ ଏହାକୁ ଜିଏସଟି(ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ)ରେ ଅର୍ନ୍ତଭୁକ୍ତ କରନ୍ତୁ  । ଫଳରେ ପେଟ୍ରୋଲ-ଡିଜେଲ ଅତି ବେଶୀରେ 28%ଟ୍ୟାକ୍ସ ଲାଗିବ ଏବଂ ଦର ନିୟନ୍ତ୍ରଣ ହେବ।ଜିଏସ୍‌ଟିକୁ ନା
କଂଗ୍ରେସ ପୂର୍ବରୁ ବିଜୁ ଜନତା ଦଳ ଗତ 7ରୁ 9ତାରିଖ ଯାଏଁ ରାଜ୍ୟ ସମସ୍ତ ପେଟ୍ରୋଲ ପମ୍ପ ଆଗରେ 2ଘଣ୍ଟିଆ ପ୍ରତିବାଦ ସଭା କରିଛି । ତେବେ ଅସଲ କଥା ହେଲା ଗତ 4ବର୍ଷ ଭିତରେ ପେଟ୍ରୋଲ-ଜିଜେଲ ଦର ବୃଦ୍ଧି ଯୋଗୁ ଓଡ଼ିଶା ସରକାରଙ୍କ ଋଣଭାର କମିଗଲା। 2014 ମସିହାରେ ଆମ ରାଜ୍ୟରେ ତୈଳ ବିକ୍ରି ଉପରେ 21 ପ୍ରତିଶତ ଭାଟ୍ ଲାଗୁଥିଲା ଏବଂ ବର୍ଷକୁ 2ହଜାର 865 କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଥିଲା। କିନ୍ତୁ 2018 ବେଳକୁ ଏହି ଆୟ ବଢିକି 6ହଜାର 871କୋଟି ଟଙ୍କାରେ ପହଞ୍ଚିଛି ।ମାନେ ପେଟ୍ରୋଲ-ଡିଜେଲ ଉପରୁ ଟ୍ୟାକ୍ସ ଆଦାୟରେ ଆମ ରାଜ୍ୟର ଆୟ 139.83%ବୃଦ୍ଧି ପାଇଛି । ତେବେ ବିଜେଡି କହୁଛି ଜିଏସଟି ଲାଗୁ କର, କିନ୍ତୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହୁଛନ୍ତି ପେଟ୍ରୋଲ-ଡିଜେଲକୁ ସାମିଲ କଲେ ଓଡିଶାର ରାଜସ୍ୱ ହାନୀ ହେବ।
ଭାଟ୍ ବଢିଛି
ତ୍ରିପୁରା ଭଳି ଗରିବ ରାଜ୍ୟରେ ପେଟ୍ରୋଲ-ଡିଜେଲ ଉପରେ ସାଢେ 13%ଭାଟ୍ ଲାଗୁଛି।ହେଲେ ଓଡ଼ିଶା ଭଳି ରାଜ୍ୟରେ ଭାଟ୍ ଦର 21ରୁ 26%ରେ ପହଞ୍ଚିଲାଣି।ସେପଟେ କେନ୍ଦ୍ର ସରକାର ଲଗାଉଥିବା ଏକ୍ସାଇଜ୍ ଟ୍ୟାକ୍ସର 42 %ପାଉଛନ୍ତି ଓଡ଼ିଶା ସରକାର।ଆମ ରାଜ୍ୟର ଆୟ ଏତେ ବଢିକି ବି ଆମ ରାଜ୍ୟରେ ରାସ୍ତା ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛନ୍ତି ଓଡ଼ିଶା ସରକାର । ପେଟ୍ରୋଲ ହେଉ କି ଡିଜେଲ, ପ୍ରତି ଲିଟର ବିକ୍ରିରୁ 8ଟଙ୍କା ଆସୁଛି ଆମ ଓଡ଼ିଶାର ରାସ୍ତା ନିର୍ମାଣ ପାଇଁ।
ଡଲାର ଦାୟୀ
ତେବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସଟିରେ ସାମିଲ କରାଯିବ ଉଚିତ । ଏହାସହ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଲାଗି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ଦାୟୀ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେପେଟେ କେନ୍ଦ୍ର ସରକାର ଏକ୍ସାଇଜ୍ ଟ୍ୟାକ୍ସ କମାଇଲେ ପେଟ୍ରୋଲ-ଡିଜେଲ ଦର କମିପାରିବ। କିନ୍ତୁଏକ୍ସାଇଜ୍ ଟ୍ୟାକ୍ସ  ହ୍ରାସ କଲେ ସରକାରଙ୍କ ଆର୍ଥିକ ନିୟଣ୍ଟ ବଢିଯିବ।

Congress Odisha BandhNiranjan PattnaikPetrol-Disel Rate Hike
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାର୍ଟିଫିକେଟ୍ ମିଳିଲା, ତଥାପି ଆୟୁଷ୍ମାନ ଭାରତକୁ ନବୀନଙ୍କ ନା’
ନିଜ ଲମ୍ବା କ୍ୟାରିଅରରେ ନୋ ବଲ୍ ଫିଙ୍ଗି ନଥିବା ମହାନ କ୍ରିକେଟର

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.