ଫିଲ୍ମ

ଫିଲ୍ମ RRRକୁ କାହିଁକି ବିରୋଧ କରୁଛନ୍ତି କର୍ଣ୍ଣାଟକ ବାସୀ?

ଆସନ୍ତାକାଲି ରିଲିଜ ହେବାକୁ ଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ନେଇ ଏବେ ଚାରିଆଡେ କ୍ରେଜ୍‌ ରହିଛି। ଲୋକେ ଫିଲ୍ମଟିକୁ ଦେଖିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି। ଅନେକ ସିନେମା ହଲ୍‌ ହାଉସ ଫୁଲ୍‌ ହୋଇସାରିଲାଣି। ତେବେ ରିଲିଜ ପୂର୍ବରୁ ହିଁ ଫିଲ୍ମଟିକୁ ନେଇ ବିବାଦ ଆରମ୍ଭ ହୋଇଛି । ଟ୍ୱିଟ୍‌ରରେ ଏହି ଫିଲ୍ମକୁ ବୟକଟ୍‌ କରିବାକୁ ଟ୍ରେଣ୍ଡ ଆରମ୍ଭ ହୋଇଛି।

RRR

ଅସନ୍ତୁଷ୍ଟ କର୍ଣ୍ଣାଟକବାସୀ
ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହୋଇଥିଲା ବେଳେ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ କର୍ଣ୍ଣାଟକବାସୀ ଅସନ୍ତୋଷ ଜାହିର କରିଛନ୍ତି।ଏପରିକି ଏହି ଫିଲ୍ମକୁ ନେଇ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଫିଲ୍ମକୁ ବୟକଟ୍‌ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି। ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଫିଲ୍ମନ ଦେଖିବା ପାଇଁ କହୁଛନ୍ତି।
ଲୋକଙ୍କ କିହିବା ଅନୁଯାୟୀ ଏହି ଫିଲ୍ମଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍। କନ୍ନଡ ଭାଷାରେ ଫିଲ୍ମଟି ରିଲିଜ ହେବା ପରେ ହିଁ ସେମାନେ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି। କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ଅନ୍ୟ  କିଛି ପ୍ରଶଂସକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି।
ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଆମେ RRR ଦେଖିବା ନାହିଁ। ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ। ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଜଣେ ଫିଲ୍ମର ନିର୍ମାତା ତାଙ୍କ ପ୍ରତିଶୃତି ଭାଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ ‘RRR’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି।

You Might Also Like

No Comments

Leave a Reply