ନ୍ୟୁଜ୍/ ଫିଲ୍ମ

ବଚ୍ଚା ପାର୍ଟି ଗ୍ୟାଙ୍ଗ ସହ ଆଗକୁ ଆସିଲେ ବିଗ୍ ବି

କିଛି ଦିନର ବିରତି ପରେ ପୁଣି ଥରେ ବଡ ପରଦାରେ ନଜର ଆସିଛନ୍ତି ବିଗ୍ ବି। ବଲିଉଡର ମହାନାୟକ ଅମିତାଭ ବଚ୍ଚନ ‘ଝୁଣ୍ଡ’ଫିଲ୍ମରେ ନଜର ଆସିବେ। ନିଜ ଗ୍ୟାଙ୍ଗକୁ ନେଇ ଫିଲ୍ମରେ ଏକ ଭିନ୍ନ କାହାଣୀ ସହିତ ତାଙ୍କୁ ଦେଖିବାକୁ ମିଳିବ। ଛୋଟ ଛୁଆଙ୍କ ଭିତରେ ନଜର ଆସିଛନ୍ତି ଅମିତାଭ। ଫିଲ୍ମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ରେ ସାମ୍ନାକୁ ଆସିଚନ୍ତି ଅମିତାଭ୍।

୩୬ ସେକେଣ୍ଡର ଏହି ଟିଜର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବୃଦ୍ଧି ପାଇଛି। ଟିଜରରେ ବିଗ୍‌ ବି ‘ ନିଜର ବଚ୍ଚା ପାର୍ଟି ଗ୍ୟାଙ୍ଗ ସହ ନଜର ଆସିଛନ୍ତି। ପିଲାମାନେ ନିଜର ଟାଲେଣ୍ଟ ଦେଖାଉଥିବା କେବଳ ଟିଜରରେ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।ଆସନ୍ତା ମାର୍ଚ୍ଚ ୪ ତାରିଖରେ ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ। ମରାଠି ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ‘ଝୁଣ୍ଡ’ର ରିଲିଜ ଦୀର୍ଘ ଦିନ ଧରି ଅଟକି ରହିଥିଲା। ଗତ ବର୍ଷ ଜୁନ୍‌ ମାସରେ ଏହି ଫିଲ୍ମଟି ରିଲିଜ ହେବାର ଥିଲା। କିନ୍ତ ମହାମାରୀ କରୋନା ଯୋଗୁଁ ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଇବାକୁ ପଡିଥିଲା। ଏବେ ଶେଷରେ ମାର୍ଚ୍ଚ ୪ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି।
ସୂଚନା ମୁତାବକ, ଏହି ଫିଲ୍ମଟି ଏକ ସ୍ପୋର୍ଟସ୍‌ ଡ୍ରାମା ଉପରେ ଆଧାରିତ। ଏହା ସ୍ଲମ୍ ସକର୍ ଏନଜିଓର ପ୍ରତିଷ୍ଠାତା ବିଜୟ ବରସେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ବିଜୟ ଭୂମିକାରେ ଅମିତାଭ ବଚ୍ଚନ ନଜର ଆସିବେ ।ଏ ଫିଲ୍ମ ଏକ ସତ ଘଟଣା ଉପରେ ଆଧାରିତ ହୋଇ ଥିବାରୁ ବକ୍ସ ଅଫିସରେ ଏହା ଧୁମ୍ ମଚାଇବ ବୋଲି ଆଶା କରା ଯାଉଛି।

You Might Also Like

No Comments

Leave a Reply